ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା । ସାକ୍ଷୀ ଦେବାକୁ ପାଟଣାଗଡରେ ଆଇପିଏସ୍ ଅରୁଣ ବୋଥ୍ରା ।
କନକ ବ୍ୟରୋ: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା । ସାକ୍ଷୀ ଦେବାପାଇଁ ପାଟଣାଗଡ଼ କୋର୍ଟରେ ପହଞ୍ଚିଛନ୍ତି ଆଇପିଏସ ଅରୁଣ ବୋଥ୍ରା। ଘଟଣାର ୬୦ ନମ୍ବର ସାକ୍ଷୀ ହେଉଛନ୍ତି ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା। ସେ ନିଜେ ଘଟଣାର ତଦନ୍ତ କରୁଥିଲେ। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲରୁ ଅଣାଯାଇଛି। ଆଇନଜୀବୀ ପ୍ରମୋଦ ମିଶ୍ରଙ୍କ ଉପସ୍ଥିତିରେ ସାକ୍ଷ୍ୟ ଗ୍ରହଣ କରାଯିବ । ୨୦୧୮ରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଚି କରିଥିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା । ବିବାହର ୪ ଦିନ ପରେ ଉପହାର ପାର୍ସଲ ଖୋଲିବା ବେଳେ ବିସ୍ପୋରଣ ଘଟିଥିଲା । ସେଥିରେ ନବବିବାହିତ ପୁଅ ଓ ଜେଜେମାଙ୍କ ମୃତ୍ୟୁ ହୋଇଥିଲା। ନବବଧୂ ଗୁରୁତର ଆହତ ହୋଇଥିଲେ ।