ପରଲୋକରେ ସାଉଥର ଏହି ହାସ୍ୟ ଅଭିନେତା, ୬୨ ବର୍ଷରେ ଦୁନିଆକୁ କହିଲେ ଅଲବିଦା

ମୁମ୍ଵାଇ ୦୩।୦୪: ସାଉଥ ସିନେମାର ଜଣାଶୁଣା ହାସ୍ୟ ଅଭିନେତା ବିଶ୍ୱସ୍ୱରା ରାଓ। ବର୍ତ୍ତମାନ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ୬୨ ବର୍ଷ ବୟସରେ ମଙ୍ଗଳବାର ଅର୍ଥାତ୍‌ ଏପ୍ରିଲ ୨ ରେ ମୃତ୍ୟୁ ବରଣ କରିଥିଲେ। ଖବର ଅନୁଯାୟୀ, ତାଙ୍କ ମୃତଦେହ ଚେନ୍ନାଇର ସିରୁସେରୀ ସ୍ଥିତ ତାଙ୍କ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ଆଜି ସକାଳେ ଶେଷ ରୀତିନୀତି କରାଯାଇଛି।ବିଶ୍ୱସ୍ୱରା ରାଓ ଆନ୍ଧ୍ରପ୍ରଦେଶର କାକିନାଡାରୁ ଆସିଥିଲେ । ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଫିଲ୍ମଫେୟାର ଆୱାର୍ଡ ସାଉଥ୍ ଏବଂ ନ୍ୟାଶନାଲ ଫିଲ୍ମ ଆୱାର୍ଡ ମଧ୍ୟ ପାଇଥିଲେ। ତାଙ୍କର ଚମତ୍କାର ଅଭିନୟ କ୍ୟାରିଅରରେ ବିଶ୍ୱସ୍ୱରା ରାଓ ଏନଟି ରାମା ରାଓ, ଆକ୍କିନେନି ନାଗେଶ୍ୱରା ରାଓ ଏବଂ ଏମ.ଜି ରାମଚନ୍ଦ୍ରନଙ୍କ ପରି ଅନେକ କିମ୍ବଦନ୍ତୀ ଅଭିନେତାଙ୍କ ସହ ସ୍କ୍ରିନ୍‌ ସେୟାର କରିବାର ସୁଯୋଗ ପାଇଥିଲେ। ସେ ରଜନୀକାନ୍ତ, ଚିରଞ୍ଜୀବୀ, ନାଗାର୍ଜୁନ, ଏବଂ ପୱନ କଲ୍ୟାଣଙ୍କ ସହିତ ଅଭିନୟ କରିଥିଲେ। ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରେଟି ବିଶ୍ୱସ୍ୱରା ରାଓଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବାସ ଭବନରେ ପହଞ୍ଚିଥିଲେ।  ଅଭିନେତାମାନଙ୍କ ମଧ୍ୟରେ ଚିରଞ୍ଜୀବୀ, ପୱନ କଲ୍ୟାଣ, Jr NTR ମଧ୍ୟ ବିଶ୍ୱସ୍ୱରା ରାଓଙ୍କ ପାଇଁ ସମବେଦନା ଜଣାଇଥିବାର ନଜର ଆସିଥିଲେ। ୩୫୦ ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ହାସ୍ୟ ଅଭିନେତାଙ୍କ ଅପୂର୍ବ ଚିତ୍ର

ପରଲୋକରେ ସାଉଥର ଏହି ହାସ୍ୟ ଅଭିନେତା, ୬୨ ବର୍ଷରେ ଦୁନିଆକୁ କହିଲେ ଅଲବିଦା

ମୁମ୍ଵାଇ ୦୩।୦୪: ସାଉଥ ସିନେମାର ଜଣାଶୁଣା ହାସ୍ୟ ଅଭିନେତା ବିଶ୍ୱସ୍ୱରା ରାଓ। ବର୍ତ୍ତମାନ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ୬୨ ବର୍ଷ ବୟସରେ ମଙ୍ଗଳବାର ଅର୍ଥାତ୍‌ ଏପ୍ରିଲ ୨ ରେ ମୃତ୍ୟୁ ବରଣ କରିଥିଲେ। ଖବର ଅନୁଯାୟୀ, ତାଙ୍କ ମୃତଦେହ ଚେନ୍ନାଇର ସିରୁସେରୀ ସ୍ଥିତ ତାଙ୍କ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ଆଜି ସକାଳେ ଶେଷ ରୀତିନୀତି କରାଯାଇଛି।

ବିଶ୍ୱସ୍ୱରା ରାଓ ଆନ୍ଧ୍ରପ୍ରଦେଶର କାକିନାଡାରୁ ଆସିଥିଲେ । ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଫିଲ୍ମଫେୟାର ଆୱାର୍ଡ ସାଉଥ୍ ଏବଂ ନ୍ୟାଶନାଲ ଫିଲ୍ମ ଆୱାର୍ଡ ମଧ୍ୟ ପାଇଥିଲେ। ତାଙ୍କର ଚମତ୍କାର ଅଭିନୟ କ୍ୟାରିଅରରେ ବିଶ୍ୱସ୍ୱରା ରାଓ ଏନଟି ରାମା ରାଓ, ଆକ୍କିନେନି ନାଗେଶ୍ୱରା ରାଓ ଏବଂ ଏମ.ଜି ରାମଚନ୍ଦ୍ରନଙ୍କ ପରି ଅନେକ କିମ୍ବଦନ୍ତୀ ଅଭିନେତାଙ୍କ ସହ ସ୍କ୍ରିନ୍‌ ସେୟାର କରିବାର ସୁଯୋଗ ପାଇଥିଲେ। ସେ ରଜନୀକାନ୍ତ, ଚିରଞ୍ଜୀବୀ, ନାଗାର୍ଜୁନ, ଏବଂ ପୱନ କଲ୍ୟାଣଙ୍କ ସହିତ ଅଭିନୟ କରିଥିଲେ। 

ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରେଟି ବିଶ୍ୱସ୍ୱରା ରାଓଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବାସ ଭବନରେ ପହଞ୍ଚିଥିଲେ।  ଅଭିନେତାମାନଙ୍କ ମଧ୍ୟରେ ଚିରଞ୍ଜୀବୀ, ପୱନ କଲ୍ୟାଣ, Jr NTR ମଧ୍ୟ ବିଶ୍ୱସ୍ୱରା ରାଓଙ୍କ ପାଇଁ ସମବେଦନା ଜଣାଇଥିବାର ନଜର ଆସିଥିଲେ। ୩୫୦ ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ହାସ୍ୟ ଅଭିନେତାଙ୍କ ଅପୂର୍ବ ଚିତ୍ରଣ ପାଇଁ ସେ ପ୍ରଶଂସା ଲାଭ କରିଛନ୍ତି। କେବଳ ଚଳଚ୍ଚିତ୍ର ନୁହେଁ, ଟେଲିଭିଜନ୍ ସିରିଏଲରେ ମଧ୍ୟ କାମ କରିଥିଲେ।