ଇତିହାସ ରଚିଲେ ନୋଭାକ ଜୋକୋଭିକ୍, ଅଲିମ୍ପିକ୍ସରେ ଅଲକାରଜଙ୍କୁ ହରାଇ ଜିତିଲେ ଜିତିଲେ ଗୋଲ୍ଡ

ନୂଆଦିଲ୍ଲୀ ୦୫/୦୮: ସର୍ବିୟା ତାରକା ନୋଭାକ୍‌ ଜୋକୋଭିକ୍‌ । ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ବନିଛନ୍ତି ଅଲିମ୍ପିକ୍ସ ଚାମ୍ପିଅନ୍‌ । ଏହାସହ ଗୋଲ୍ଡେନ ସ୍ଲାମ୍‌ ସ୍ୱପ୍ନ ବି ପୂରଣ କରିଛନ୍ତି । ଅଲିମ୍ପିକ୍ସରେ ଅନୁଷ୍ଠିତ ପୁରୁଷ ବର୍ଗ ଫାଇନାଲ୍‌ରେ ସେ ସିଧାସଳଖ ୭-୬ (୭-୩), ୭-୬ (୭- ୨) ସେଟ୍‌ରେ ସ୍ପେନର କାର୍ଲୋସ ଅଲ୍‌କାରାଜଙ୍କୁ ପରାସ୍ତ କରିଛନ୍ତି । #WATCH | Tennis legend Novak Djokovic on winning gold medal at #ParisOlympics2024 after defeating Carlos Alcaraz in Men's Singles event pic.twitter.com/mKkCDSDFhD— ANI (@ANI) August 4, 2024ଏହି ମ୍ୟାଚ୍‌ ଜିତିବା ପାଇଁ ତାଙ୍କୁ ପାଖାପାଖି ୩ଘଣ୍ଟା ଲାଗି ଯାଇଥିଲା । ଜୋକୋଭିକ୍‌ ଟାଇବ୍ରେକରେ ଉଭୟ ସେଟ୍‌ ଜିତିଥିଲେ । ୨୦୦୮ ବେଜିଂ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ଜୋକୋଭିକ୍‌ ଗତ ଲଣ୍ଡନ,  ରିଓ ଏବଂ ଟୋକିଓ ଅଲିମ୍ପିକ୍ସରେ ବିଫଳ ହୋଇଥିଲେ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ସେ ପ୍ୟାରିସ୍‌ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ସ୍ୱାଦ ଚାଖିଥିଲେ । ବିଶ୍ୱର ଚତୁର୍ଥ ପୁରୁଷ ଖେଳାଳି ଭାବେ ଗ୍ଲୋଡେନ୍‌ ସ୍ଲାମ୍‌ (ସମସ୍ତ ୪ଟି  ଯାକ ଗ୍ରାଣ୍ଡସ୍ଲାମ୍‌ ଓ ଅଲିମ୍ପିକ୍ସ ଟାଇଟଲ୍‌) ସଫଳତା ହାସଲ କରିଥିଲେ ।  #WATCH | #ParisOlympics2024: Tennis legend & Olympic Gold medalist Novak Djokovic says, "...God is grea

ଇତିହାସ ରଚିଲେ ନୋଭାକ ଜୋକୋଭିକ୍, ଅଲିମ୍ପିକ୍ସରେ ଅଲକାରଜଙ୍କୁ ହରାଇ ଜିତିଲେ ଜିତିଲେ ଗୋଲ୍ଡ

ନୂଆଦିଲ୍ଲୀ ୦୫/୦୮: ସର୍ବିୟା ତାରକା ନୋଭାକ୍‌ ଜୋକୋଭିକ୍‌ । ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ବନିଛନ୍ତି ଅଲିମ୍ପିକ୍ସ ଚାମ୍ପିଅନ୍‌ । ଏହାସହ ଗୋଲ୍ଡେନ ସ୍ଲାମ୍‌ ସ୍ୱପ୍ନ ବି ପୂରଣ କରିଛନ୍ତି । ଅଲିମ୍ପିକ୍ସରେ ଅନୁଷ୍ଠିତ ପୁରୁଷ ବର୍ଗ ଫାଇନାଲ୍‌ରେ ସେ ସିଧାସଳଖ ୭-୬ (୭-୩), ୭-୬ (୭- ୨) ସେଟ୍‌ରେ ସ୍ପେନର କାର୍ଲୋସ ଅଲ୍‌କାରାଜଙ୍କୁ ପରାସ୍ତ କରିଛନ୍ତି । 


ଏହି ମ୍ୟାଚ୍‌ ଜିତିବା ପାଇଁ ତାଙ୍କୁ ପାଖାପାଖି ୩ଘଣ୍ଟା ଲାଗି ଯାଇଥିଲା । ଜୋକୋଭିକ୍‌ ଟାଇବ୍ରେକରେ ଉଭୟ ସେଟ୍‌ ଜିତିଥିଲେ । ୨୦୦୮ ବେଜିଂ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ଜୋକୋଭିକ୍‌ ଗତ ଲଣ୍ଡନ,  ରିଓ ଏବଂ ଟୋକିଓ ଅଲିମ୍ପିକ୍ସରେ ବିଫଳ ହୋଇଥିଲେ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ସେ ପ୍ୟାରିସ୍‌ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ସ୍ୱାଦ ଚାଖିଥିଲେ । ବିଶ୍ୱର ଚତୁର୍ଥ ପୁରୁଷ ଖେଳାଳି ଭାବେ ଗ୍ଲୋଡେନ୍‌ ସ୍ଲାମ୍‌ (ସମସ୍ତ ୪ଟି  ଯାକ ଗ୍ରାଣ୍ଡସ୍ଲାମ୍‌ ଓ ଅଲିମ୍ପିକ୍ସ ଟାଇଟଲ୍‌) ସଫଳତା ହାସଲ କରିଥିଲେ ।  


ପୂର୍ବରୁ ସ୍ପେନର ପ୍ରସିଦ୍ଧ ଖେଳାଳି ରାଫେଲ ନାଦାଲ, ସ୍ୱିଜରଲାଣ୍ଡର ରୋଜର  ଫେଡେରର ଏବଂ ଆମେରିକାର ପିଟ୍‌ ସାମ୍ପ୍ରାସ ଗୋଲ୍ଡେନ ସ୍ଲାମ୍‌ ପୂରଣ  କରିଥିଲେ । ୩୭ ବର୍ଷୀୟ ଜୋକୋଭିକ୍‌ ବୟୋଜ୍ୟେଷ୍ଠ ଖେଳାଳି ଭାବେ  ସିଙ୍ଗଲ୍ସରେ ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିବାର ରେକର୍ଡ଼ ସ୍ଥାପନ କରିଛନ୍ତି ।