କର୍ମୀଙ୍କ ମନ ଜିଣୁଛି ପ୍ରାର୍ଥୀଙ୍କ ଭାଇରାଲ୍ ଭାଷଣ
ଖଇରା,୬ା୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଜୋରଦାର ପ୍ରଚାରରେ ଲାଗିପଡ଼ିଛନ୍ତି। ଏଥର ଏଠାରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ହେବ ବୋଲି ଜଣାପଡ଼ୁଛିି। ବିଜେଡି ଟିକେଟରୁ ବଞ୍ଚତ୍ତ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସମର୍ଥନକୁ ସବୁଦଳ ଚାତକ ଭଳି ଅନାଇ ବସିଥିବା ବେଳେ ତାଙ୍କର ନିରବତା ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଅନ୍ୟପଟେ ବର୍ତ୍ତମାନ ବିଭିନ୍ନ ଦଳ ପକ୍ଷରୁ ଘୋଷିତ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ସେମାନଙ୍କ ପରିବାର ଲୋକ ଅର୍ଥାତ କେଉଁଠି […] The post କର୍ମୀଙ୍କ ମନ ଜିଣୁଛି ପ୍ରାର୍ଥୀଙ୍କ ଭାଇରାଲ୍ ଭାଷଣ appeared first on Dharitri Odia News.
ଖଇରା,୬ା୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଜୋରଦାର ପ୍ରଚାରରେ ଲାଗିପଡ଼ିଛନ୍ତି। ଏଥର ଏଠାରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ହେବ ବୋଲି ଜଣାପଡ଼ୁଛିି। ବିଜେଡି ଟିକେଟରୁ ବଞ୍ଚତ୍ତ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସମର୍ଥନକୁ ସବୁଦଳ ଚାତକ ଭଳି ଅନାଇ ବସିଥିବା ବେଳେ ତାଙ୍କର ନିରବତା ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଅନ୍ୟପଟେ ବର୍ତ୍ତମାନ ବିଭିନ୍ନ ଦଳ ପକ୍ଷରୁ ଘୋଷିତ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ସେମାନଙ୍କ ପରିବାର ଲୋକ ଅର୍ଥାତ କେଉଁଠି ସ୍ବାମୀ ପାଇଁ ସ୍ତ୍ରୀ ତ ଆଉ କେଉଁଠି ସ୍ତ୍ରୀ ପାଇଁ ସ୍ବାମୀ ସାରଥି ସାଜିଛନ୍ତି। ଅନ୍ୟ କେଉଁଠି ବାପା ପାଇଁ ସନ୍ତାନମାନେ ପ୍ରଚାର ମଙ୍ଗ ସମ୍ଭାଳୁଛନ୍ତି। କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଶେଖର ବେହେରାଙ୍କ ପାଇଁ ତାଙ୍କ ସ୍ତ୍ରୀ ପ୍ରଜ୍ଞାପାରମିତା ଘର ଘର ବୁଲି ଓ ଛୋଟ ଛୋଟ ବୈଠକ କରି ଭୋଟ ନିବେଦନ କରୁଛନ୍ତି। ବିଜେଡି ପ୍ରାର୍ଥିନୀ ସୁବାସିନୀ ସାହୁଙ୍କ ପାଇଁ ସ୍ବାମୀ ତଥା ରାଜ୍ୟ ସଂସ୍କୃତି ମାନବସମ୍ବଳ ବିକାଶ ସମ୍ପାଦକ ଶଶି କୁମାର ସାହୁ ପ୍ରଚାରକୁ ଜୋରଦାର କରିଛନ୍ତି। ବିଭିନ୍ନ ପଞ୍ଚାୟତକୁ ଯାଇ ବୈଠକ କରିବା ସହ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କୁ ମନାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ସେହିଭଳି ଭାଜପା ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡାଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ୨ ପୁଅ ଅଣୁମାଧବ ଓ ନୀଳମାଧବ। ଉଭୟ ବିଭିନ୍ନ ୱାର୍ଡସ୍ତରରେ ବୈଠକ କରି ବାପାଙ୍କ ପାଇଁ ସମର୍ଥନ ଜୁଟାଇବାରେ ଲାଗି ପଡ଼ିଛନ୍ତି।
ପ୍ରଚାରରେ ବ୍ଲକ ସ୍ବାଭିମାନ ପ୍ରସଙ୍ଗକୁ ଗୁରୁତ୍ୱ ଦିିଆଯାଉଥିବା ଦେଖିବାକୁ ମିଳୁଛି। ଖଇରା ଓ ସିମୁଳିଆ ଦୁଇ ବ୍ଲକକୁ ନେଇ ଗଠିତ ସିମୁଳିଆ ନିର୍ବାଚନମଣ୍ଡଳୀ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ହିମାଂଶୁଙ୍କ ଘର ଖଇରାର ହୋଇଥିବା ବେଳେ ଭାଜପା ପ୍ରାର୍ଥୀ ପଦ୍ମଲୋଚନଙ୍କ ଘର ସିମୁଳିଆ ବ୍ଲକରେ। ସେହିଭଳି ବିଜେଡି ପ୍ରାର୍ଥତ୍ନୀ ସିମୁଳିଆ ନିର୍ବାଚନମଣ୍ଡଳୀ ସଂଲଗ୍ନ ସୋର ନିର୍ବାଚନମ଼ଣ୍ଡଳୀରୁ ହୋଇଥିବାରୁ ଏବେ ସମର୍ଥକମାନେ ବ୍ଲକ ସ୍ବାଭିମାନକୁ ଭାଷଣରେ ସ୍ଥାନ ଦେଉଥିବାରୁ ପ୍ରଚାର ସରଗମ ହୋଇପଡ଼ିଛି। ୩ ପ୍ରାର୍ଥୀଙ୍କ ଭାଇରାଲ ଭାଷଣ ମଧ୍ୟ କର୍ମୀଙ୍କୁ ଉତ୍ସାହିତ କରୁଛି। ବିଜେଡି ପ୍ରାର୍ଥିନୀ ଭାଷଣରେ ବିଧାୟକ ଭାବେ ମିଳିବାକୁ ଥିବା ସମସ୍ତ ଦରମା ଗରିବଙ୍କୁ ଦାନ କରିବେ ବୋଲି ବିଭିନ୍ନ ବୈଠକରେ କହି ବୁଲୁଥିବା ବେଳେ ଭାଜପା ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡା ତାଙ୍କ ଭାବବିହ୍ବଳ ଭାଷଣରେ ‘ମୋତେ ଖଣ୍ଡେ ଭୋଟ ଦେବ, ନ ହେଲେ ଜୁଇରେ କାଠ ଦେବ’ କହିବା ନେଇ ଛକ ଗଳିରେ ଆଲୋଚନା ଜୋର ଧରିଛି ା ସେପଟେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ବେହେରା ଓ ସମର୍ଥକମାନେ ବିଭିନ୍ନ ସମାବେଶରେ ‘ଖଇରା ସ୍ବାଭିମାନର ଚେହେରା, ହିମାଂଶୁ ବେହେରା’ ବୋଲି କହି ବୁଲିବା ସିମୁଳିଆ ରାଜନୀତି ପାଣିପାଗକୁ ସରଗରମ କରିଛି ା
The post କର୍ମୀଙ୍କ ମନ ଜିଣୁଛି ପ୍ରାର୍ଥୀଙ୍କ ଭାଇରାଲ୍ ଭାଷଣ appeared first on Dharitri Odia News.