କେନ୍ଦୁଝରରେ ହେବ ୧୧୫୫ କୋଟି ଟଙ୍କାର ପ୍ରକଳ୍ପ, ଧରଣୀଧରଙ୍କ ନାଁରେ ହେବ ଅତିଥି ଭବନ

କେନ୍ଦୁଝର : କେନ୍ଦୁଝରରେ ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ।  କେନ୍ଦୁଝରର ବୀରପୁତ୍ର ବିପ୍ଳବୀ ଧରଣୀଧର ନାଏକ ଙ୍କ ଜନ୍ମମାଟି କୁସୁମିତା ଠାରେ ୧୬୧ ତମ ରାଜ୍ୟ ସ୍ତରୀୟ ଜୟନ୍ତି ସମାରୋହ ଆୟୋଜିତ ହୋଇଛି ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ ।  ଧରଣୀଧରଙ୍କ ଜନ୍ମମାଟି କୁସୁମିତାର ସାମଗ୍ରିକ ବିକାଶ ଓ ଏହାକୁ ଏକ ଐତିହ୍ୟ ଗ୍ରାମ ରୂପେ ଗଢ଼ି ତୋଳିବାକୁ ଘୋଷଣା […] The post କେନ୍ଦୁଝରରେ ହେବ ୧୧୫୫ କୋଟି ଟଙ୍କାର ପ୍ରକଳ୍ପ, ଧରଣୀଧରଙ୍କ ନାଁରେ ହେବ ଅତିଥି ଭବନ appeared first on KNews Odisha.

କେନ୍ଦୁଝରରେ ହେବ ୧୧୫୫ କୋଟି ଟଙ୍କାର ପ୍ରକଳ୍ପ, ଧରଣୀଧରଙ୍କ ନାଁରେ ହେବ ଅତିଥି ଭବନ
keonjhar cm

କେନ୍ଦୁଝର : କେନ୍ଦୁଝରରେ ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ।  କେନ୍ଦୁଝରର ବୀରପୁତ୍ର ବିପ୍ଳବୀ ଧରଣୀଧର ନାଏକ ଙ୍କ ଜନ୍ମମାଟି କୁସୁମିତା ଠାରେ ୧୬୧ ତମ ରାଜ୍ୟ ସ୍ତରୀୟ ଜୟନ୍ତି ସମାରୋହ ଆୟୋଜିତ ହୋଇଛି ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ ।  ଧରଣୀଧରଙ୍କ ଜନ୍ମମାଟି କୁସୁମିତାର ସାମଗ୍ରିକ ବିକାଶ ଓ ଏହାକୁ ଏକ ଐତିହ୍ୟ ଗ୍ରାମ ରୂପେ ଗଢ଼ି ତୋଳିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିପ୍ଳବୀଙ୍କ ଗାଁରେ ଏକ ପାର୍କ, ଖେଳପଡିଆ, ଧରଣୀଧରଙ୍କର ପ୍ରତିମୂର୍ତ୍ତି ସ୍ଥାପନ, ସଂଗ୍ରହାଳୟ, ଲାଇବ୍ରେରୀ ସ୍ଥାପନ ସହ ପାନୀୟ ଜଳ ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି ।  ଏହି ଅବସରରେ କେନ୍ଦୁଝର ଜିଲ୍ଲାରେ ୧୧ ଶହ ୫୫ କୋଟି ଟଙ୍କାର ୩୪୦ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୋହନ ମାଝୀ ।  ଜିଲ୍ଲାରେ ଏକ ଲକ୍ଷ ୨୯ ହଜାର ୮ ଶହ କୋଟି ଟଙ୍କା ବ୍ୟୟରେ ୩୦ଟି ଶିଳ୍ପ ପ୍ରକଳ୍ପ ହେବ ।  ଏହାଦ୍ବାରା ୩୦ ରୁ ୩୫ ହଜାର ପିଲାଙ୍କୁ ନିଯୁକ୍ତି ମିଳିବ ବୋଲି ସେ କହିଛନ୍ତି ।

ରାଜ୍ୟରେ ସମୁଦାୟ ୩୨ ହଜାର ନୂଆ ପଦ ସୃଷ୍ଟି କରାଯାଇଥିବା ବେଳେ ୧୬ ହଜାର ଖାଲି ପଡ଼ିଥିବା ପଦ, ନୂତନ ଭାବେ ସୃଷ୍ଟି ହୋଇଥିବା ୧୬ ହଜାର ପଦ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗାମୀ ଦିନରେ ରାଜ୍ୟ ପୁଲିସ କର୍ମଚାରୀ ଓ ଅଧିକାରୀ ସଂଖ୍ୟା ୩୨ ହଜାର ବଢ଼ିବ ।  ଏହାଦ୍ୱାରା ପୁଲିସର ସାମର୍ଥ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

କେନ୍ଦୁଝରରେ ଖୁବ୍‌ଶୀଘ୍ର ଜେଏସ୍‌ଡବ୍ଲ୍ୟୁ ଦ୍ୱାରା ଏକ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି ।  ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୫ ହଜାର କୋଟି ଟଙ୍କା ବିନିଯୋଗ ହେବ।  ଏଥିସହିତ କେନ୍ଦୁଝରରେ ସମୁଦାୟ ୧,୨୯,୮୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ୩୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।  ଯାହାଦ୍ୱାରା ୩୦ରୁ ୩୫ ହଜାର ଯୁବକଯୁବତୀ ରୋଜଗାର ପାଇବେ। ଶିଳ୍ପ ପ୍ରତିଷ୍ଠାନ ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଜଳସେଚନ ପ୍ରକଳ୍ପଗୁଡ଼ିକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ, ଯାହାଦ୍ୱାରା କେନ୍ଦୁଝର ଜିଲା ଅର୍ଥନୈତିକ ଦୃଷ୍ଟିକୋଣରୁ ମଧ୍ୟ ଆଗକୁ ଯିବ ।

Also read: ଓଡ଼ିଶାରେ ହେବ ମକଡ୍ରିଲ୍, ସୁରକ୍ଷା ଦୃଷ୍ଟିକୋଣରୁ ମକଡ୍ରିଲ କରାଯିବା ସୂଚନା

 

The post କେନ୍ଦୁଝରରେ ହେବ ୧୧୫୫ କୋଟି ଟଙ୍କାର ପ୍ରକଳ୍ପ, ଧରଣୀଧରଙ୍କ ନାଁରେ ହେବ ଅତିଥି ଭବନ appeared first on KNews Odisha.