ଆପଣ ଚଲାଉଥିବା ଫୋନ 4G କି 5G? ଜାଣନ୍ତୁ କିଭଳି ଜାଣିବେ ଏହା ବିଷୟରେ

ଭାରତର ପ୍ରାୟ ସବୁ ସ୍ଥାନରେ 4G ସପୋର୍ଟ ଉପଲବ୍ଧ । ଅନ୍ୟପକ୍ଷରେ, ଅକ୍ଟୋବର ୨୦୨୨ରୁ ଦେଶରେ 5G କନେକ୍ଟିଭିଟି ମଧ୍ୟ ଆରମ୍ଭ ହୋଇଛି । କିନ୍ତୁ 5G ହାଇ ସ୍ପିଡ୍ ଇଣ୍ଟରନେଟର କଭରେଜ୍ ସବୁଆଡେ ପହଞ୍ଚି ନାହିଁ । ତଥାପି ଦେଶର ଅନେକ ସହରରେ ରିଲାଏନ୍ସ ଜିଓ ଏବଂ ଏୟାରଟେଲ 5G ସେବା ଯୋଗାଉଛି । ଅଧିକାଂଶ ସ୍ମାର୍ଟଫୋନ୍ 4G ସପୋର୍ଟ କରୁଥିବାବେଳେ ନୂଆ ହ୍ୟାଣ୍ଡସେଟରେ 5G ସପୋର୍ଟ ମିଳୁଛି । ଯଦି ଆପଣ ଜାଣି ନାହାଁନ୍ତି […] The post ଆପଣ ଚଲାଉଥିବା ଫୋନ 4G କି 5G? ଜାଣନ୍ତୁ କିଭଳି ଜାଣିବେ ଏହା ବିଷୟରେ appeared first on KNews Odisha.

ଆପଣ ଚଲାଉଥିବା ଫୋନ 4G କି 5G? ଜାଣନ୍ତୁ କିଭଳି ଜାଣିବେ ଏହା ବିଷୟରେ

ଭାରତର ପ୍ରାୟ ସବୁ ସ୍ଥାନରେ 4G ସପୋର୍ଟ ଉପଲବ୍ଧ । ଅନ୍ୟପକ୍ଷରେ, ଅକ୍ଟୋବର ୨୦୨୨ରୁ ଦେଶରେ 5G କନେକ୍ଟିଭିଟି ମଧ୍ୟ ଆରମ୍ଭ ହୋଇଛି । କିନ୍ତୁ 5G ହାଇ ସ୍ପିଡ୍ ଇଣ୍ଟରନେଟର କଭରେଜ୍ ସବୁଆଡେ ପହଞ୍ଚି ନାହିଁ । ତଥାପି ଦେଶର ଅନେକ ସହରରେ ରିଲାଏନ୍ସ ଜିଓ ଏବଂ ଏୟାରଟେଲ 5G ସେବା ଯୋଗାଉଛି । ଅଧିକାଂଶ ସ୍ମାର୍ଟଫୋନ୍ 4G ସପୋର୍ଟ କରୁଥିବାବେଳେ ନୂଆ ହ୍ୟାଣ୍ଡସେଟରେ 5G ସପୋର୍ଟ ମିଳୁଛି । ଯଦି ଆପଣ ଜାଣି ନାହାଁନ୍ତି ଆପଣ ବ୍ୟବହାର କରୁଥିବା ଫୋନ୍ 4G କିମ୍ବା 5G, ତେବେ ଏହାକୁ ଯାଞ୍ଚ କରିବାର ଏକ ସହଜ ଉପାୟ ଅଛି । ତେବେ ଆସନ୍ତୁ ଜାଣିବା କିପରି ଆପଣ ଇଣ୍ଟରନେଟ୍ କନେକ୍ଟିଭିଟିର ସପୋର୍ଟ ଯାଞ୍ଚ କରିପାରିବେ ।

ଫୋନ୍ 4G କିମ୍ବା 5G ସପୋର୍ଟ କରେ ତାହା ଆପଣ ଏହି ବକ୍ସକୁ ଦେଖି ଆପଣ ଜାଣିପାରିବେ । ବକ୍ସରେ ଫୋନ୍ କେଉଁ ପ୍ରକାର ନେଟୱାର୍କରେ କାର୍ଯ୍ୟ କରିପାରିବ ତାହା ଦେଖିବା ପାଇଁ ଆପଣ ଏକ ଲେବଲ୍ ପାଇବେ ଯେଉଁଥିରେ ଆପଣ ଜାଣିପାରିବେ ଏହା 4G କି 5G । ଫୋନର ନେଟୱାର୍କ ଯାଞ୍ଚ କରିବାର ଅନ୍ୟ ଏକ ସହଜ ଉପାୟ ହେଉଛି ଫୋନର ସେଟିଂକୁ ଯାଇ ନେଟୱର୍କ ସେଟିଙ୍ଗକୁ ଦେଖିବା । ନେଟୱାର୍କ ସେଟିଂରେ ଆପଣଙ୍କ ଫୋନ୍ କେଉଁ ନେଟୱାର୍କକୁ ସପୋର୍ଟ କରେ ତାହା ଦେଖିବାକୁ ଆପଣ ଏକ ଅପ୍ସନ ପାଇବେ ।

ଯଦି ଆପଣଙ୍କର ଫୋନ୍ 4G କୁ ସପୋର୍ଟ କରେ, ଆପଣ ‘4G’ କିମ୍ବା ‘LTE’ ଦେଖିବେ । ଯଦି ଆପଣଙ୍କର ଫୋନ୍ 5G କୁ ସପୋର୍ଟ କରେ, ତେବେ ଆପଣ ‘5G’ ଦେଖିପାରିବେ । ଯଦି ଆପଣଙ୍କର ଫୋନ୍ ବକ୍ସ ନାହିଁ, ତେବେ ଆପଣ ଅନଲାଇନରେ ଫୋନ୍ ମଡେଲକୁ ସର୍ଚ୍ଚ କରି ଦେଖି ଜାଣିପାରିବେ ଯେ ଏହା 4G କୁ ସପୋର୍ଟ କରେ କି 5Gରେ ଚାଲିଥାଏ । ଆପଣଙ୍କର ଫୋନ୍ ମଡେଲ୍ ଖୋଜିବା ପାଇଁ, ଆପଣଙ୍କର ଫୋନର ସେଟିଂକୁ ଯାଆନ୍ତୁ ଏବଂ ‘about phone’ ଉପରେ ଟ୍ୟାପ୍ କରନ୍ତୁ । ‘about phone’ରେ ଆପଣଙ୍କୁ ‘all specs’ ଅପ୍ସନକୁ ଯିବାକୁ ପଡିବ ।

ଆପଣ ଏଠାରେ ଫୋନର ମଡେଲ ନମ୍ବର ଦେଖିପାରିବେ । 4G / 5G କନେକ୍ଟିଭିଟି ଇଣ୍ଟରନେଟରେ ଫୋନର ନାମ ଏବଂ ମଡେଲ ନମ୍ବର ଖୋଜି ଜଣାପଡିବ । 5G ର ସବୁଠାରୁ ବଡ ଲାଭ ହେଉଛି 4G ତୁଳନାରେ ଆପଣ 5G ରେ ଅଧିକ ସ୍ପିଡ଼ରେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ । ଏବେ ରିଲାଏନ୍ସ ଜିଓ ଏବଂ ଏୟାରଟେଲ ଭାରତରେ 5G ସେବା ଯୋଗାଉଛନ୍ତି । ଅଫର ଅନୁଯାୟୀ, ଉଭୟ କମ୍ପାନୀ କୌଣସି ଏକ୍ସଟ୍ରା ଚାର୍ଜ ବିନା ଅନଲିମିଟେଡ଼ 5G ଇଣ୍ଟରନେଟ୍ ବ୍ୟବହାର କରିବାର ସୁବିଧା ପ୍ରଦାନ କରୁଛନ୍ତି । ଯଦି ଆପଣଙ୍କର ଫୋନ୍ 5G ତେବେ ଆପଣ ଏହି ଅଫରର ଲାଭ ଉଠାଇ ପାରିବେ ।

The post ଆପଣ ଚଲାଉଥିବା ଫୋନ 4G କି 5G? ଜାଣନ୍ତୁ କିଭଳି ଜାଣିବେ ଏହା ବିଷୟରେ appeared first on KNews Odisha.