ରଘୁରାମ ରାଜନଙ୍କ ରାଜ୍ୟସଭା ଯିବା ଖବର ସତ ନା ମିଛ ? ସ୍ପଷ୍ଟୀକରଣ ରଖିଲେ RBI ପୂର୍ବତନ ଗଭର୍ଣ୍ଣର

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ରାଜ୍ୟସଭା ଯିବା ନେଇ ଯେଉଁ ପ୍ରଚାର କରାଯାଉଥିଲା ତା’ ଉପରେ ଯବନିକା ପଡ଼ିଛି। ନିଜେ ରଘୁରାମ ରାଜନ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ଏଭଳି ଖବରକୁ ଖଣ୍ଡନ କରିବା ସହ ସେ ଜଣେ ଶିକ୍ଷକ, ରାଜନେତା ନୁହଁନ୍ତି ବୋଲି ରାଜନ କହିଛନ୍ତି। ଶ୍ରୀ ରାଜନ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ଭେଟୁଛନ୍ତି। ଏଥିରେ ସେ କେବଳ ଅର୍ଥନୀତି ସମ୍ପର୍କିତ ନିଜର ମତ ଶେୟାର କରୁଛନ୍ତି। ଏତଦ ବ୍ୟତୀତ ଅନ୍ୟ କୌଣସି କଥା ହେଉ ନାହିଁ ବୋଲି ସେ କହିଛନ୍ତି। ନିକଟରେ ରଘୁରାମ ରାଜନ ମାତୋଶ୍ରୀ ଯାଇ ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ଭେଟିଥିଲେ। ଏହାପରେ ମହାରାଷ୍ଟ୍ର ବିକାଶ ଅଘାଡ଼ି(ଏମ୍‌ଭିଏ) ମେଣ୍ଟ ରାଜନଙ୍କୁ ରାଜ୍ୟସଭା ପଠାଇପାରେ ବୋଲି ଆଲୋଚନା ହେଉଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ପଢ଼ନ୍ତୁ-ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ ଆପ୍ ନେତା ସଞ୍ଜୟ ସିଂହ; ଅନୁମତି ଦେଲେ କୋର୍ଟ ଘଟଣାକୁ ନେଇ ରଘୁରାମ ରାଜନ ଲିଙ୍କଡିନ୍‌ରେ ପୋଷ୍ଟ କରି ସ୍ପଷ୍ଟୀକରଣ ଦେଇଛନ୍ତି। ସେ ଲେଖିଛନ୍ତି “ ନିକଟରେ ମୋର ରାଜନେତାଙ୍କ ସାକ୍ଷାତ୍‌କାରକୁ ନେଇ ମୁଁ ରାଜ୍ୟସଭା ଯିବା ନେଇ ମିଡିଆରେ ଚର୍ଚ୍ଚା ହେଉଛି। ରାଜ୍ୟସଭା ଆସନ ପାଇଁ ମୁଁ କୌଣସି ଦଳ ସହ ଆଲୋଚନା କରି ନାହିଁ। ମୁଁ ଜଣେ ଶିକ୍ଷକ ରାଜନେତା ନୁହେଁ। ବିଭିନ୍ନ ରାଜନେତାଙ୍କ ସହ ହେଉଥିବା ବୈଠକରେ ମୁଁ

ରଘୁରାମ ରାଜନଙ୍କ ରାଜ୍ୟସଭା ଯିବା ଖବର ସତ ନା ମିଛ ? ସ୍ପଷ୍ଟୀକରଣ ରଖିଲେ RBI ପୂର୍ବତନ ଗଭର୍ଣ୍ଣର

raghuram-rajan

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ରାଜ୍ୟସଭା ଯିବା ନେଇ ଯେଉଁ ପ୍ରଚାର କରାଯାଉଥିଲା ତା’ ଉପରେ ଯବନିକା ପଡ଼ିଛି। ନିଜେ ରଘୁରାମ ରାଜନ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ଏଭଳି ଖବରକୁ ଖଣ୍ଡନ କରିବା ସହ ସେ ଜଣେ ଶିକ୍ଷକ, ରାଜନେତା ନୁହଁନ୍ତି ବୋଲି ରାଜନ କହିଛନ୍ତି।

ଶ୍ରୀ ରାଜନ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ଭେଟୁଛନ୍ତି। ଏଥିରେ ସେ କେବଳ ଅର୍ଥନୀତି ସମ୍ପର୍କିତ ନିଜର ମତ ଶେୟାର କରୁଛନ୍ତି। ଏତଦ ବ୍ୟତୀତ ଅନ୍ୟ କୌଣସି କଥା ହେଉ ନାହିଁ ବୋଲି ସେ କହିଛନ୍ତି। ନିକଟରେ ରଘୁରାମ ରାଜନ ମାତୋଶ୍ରୀ ଯାଇ ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ଭେଟିଥିଲେ। ଏହାପରେ ମହାରାଷ୍ଟ୍ର ବିକାଶ ଅଘାଡ଼ି(ଏମ୍‌ଭିଏ) ମେଣ୍ଟ ରାଜନଙ୍କୁ ରାଜ୍ୟସଭା ପଠାଇପାରେ ବୋଲି ଆଲୋଚନା ହେଉଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।

ପଢ଼ନ୍ତୁ-ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ ଆପ୍ ନେତା ସଞ୍ଜୟ ସିଂହ; ଅନୁମତି ଦେଲେ କୋର୍ଟ

ଘଟଣାକୁ ନେଇ ରଘୁରାମ ରାଜନ ଲିଙ୍କଡିନ୍‌ରେ ପୋଷ୍ଟ କରି ସ୍ପଷ୍ଟୀକରଣ ଦେଇଛନ୍ତି। ସେ ଲେଖିଛନ୍ତି “ ନିକଟରେ ମୋର ରାଜନେତାଙ୍କ ସାକ୍ଷାତ୍‌କାରକୁ ନେଇ ମୁଁ ରାଜ୍ୟସଭା ଯିବା ନେଇ ମିଡିଆରେ ଚର୍ଚ୍ଚା ହେଉଛି। ରାଜ୍ୟସଭା ଆସନ ପାଇଁ ମୁଁ କୌଣସି ଦଳ ସହ ଆଲୋଚନା କରି ନାହିଁ। ମୁଁ ଜଣେ ଶିକ୍ଷକ ରାଜନେତା ନୁହେଁ। ବିଭିନ୍ନ ରାଜନେତାଙ୍କ ସହ ହେଉଥିବା ବୈଠକରେ ମୁଁ କେବଳ ବର୍ତ୍ତମାନ ଦେଶର ଅର୍ଥନୈକିର ସ୍ଥିତି ଓ ଭବିଷ୍ୟତରେ ଥିବା ସମ୍ଭାବନା ସମ୍ପର୍କରେ ମୋର ମତ ଦେଉଛି।”

ସୂଚନା ଥାଉକି ଖାଲି ଏପ୍ରିଲ ମାସରେ ବିଭିନ୍ନ ରାଜ୍ୟସଭା ସାଂସଦଙ୍କର ଅବଧି ଶେଷ ହେଉଥିବାରୁ ୧୬ ରାଜ୍ୟରେ ୫୬ ରାଜ୍ୟସଭା ଆସନ ଖାଲି ହେବ। ଏନେଇ ଫେବ୍ରୁଆରୀ ୨୭ ତାରିଖରେ ନିର୍ବାଚନ ହେବ ବୋଲି ଭାରତୀୟ ନିର୍ବାଚନ କମିଶନ ଚଳିତ ସପ୍ତାହରେ ଘୋଷଣା କରିଛନ୍ତି। ମହାରାଷ୍ଟ୍ରକୁ ୬ ରାଜ୍ୟସଭା ଆସନ ଖାଲି ହେବ। ଏପ୍ରିଲ ୨ ତାରିଖରେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଜାଭଡ଼କେର, କୁମାର କେତକର, ଅନୀଲ ଦେଶାଇ. ଭି ମୁରଲିଧରନ, ବନ୍ଦନା ଚୌହ୍ୱାନ ଓ ନାରାୟଣ ରାଣେଙ୍କ କାର୍ଯ୍ୟକାଳ ଶେଷ ହେଉଛି।

The post ରଘୁରାମ ରାଜନଙ୍କ ରାଜ୍ୟସଭା ଯିବା ଖବର ସତ ନା ମିଛ ? ସ୍ପଷ୍ଟୀକରଣ ରଖିଲେ RBI ପୂର୍ବତନ ଗଭର୍ଣ୍ଣର appeared first on Prameya News7.