ସପ୍ତାହର ଶେଷ କାରବାରରେ ଲାଲ୍ ସଂକେତରେ ବନ୍ଦ ହେଲା ସେୟାର ବଜାର, ୫ ଲକ୍ଷ କୋଟି ଟଙ୍କା ସ୍ୱାହା

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ସପ୍ତାହର ଶେଷ କାରବାର ଦିନରେ ହ୍ରାସ ସହ ବନ୍ଦ ହୋଇଛି । ଲଗାତାର ତୃତୀୟ ସପ୍ତାହରେ ସେନସେକ୍ସ ଏବଂ ନିଫ୍ଟି ହ୍ରାସ ସହ ବନ୍ଦ ହୋଇଛି । ସେନସେକ୍ସ ଆଜି ୩୩୦ ଅଙ୍କ ଖସି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୩,୧୦୦ ତଳେ ବନ୍ଦ ହୋଇଛି । ଏହି କାରଣରୁ ସେୟାର ବଜାର ନିବେଶକଙ୍କ ୫ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ବ୍ରଡର ମାର୍କେଟରେ ସ୍ଥିତି ଆହୁରି ଅଧିକ ଖରାପ ରହିଛି । ବିଏସ୍‌ଇ ମିଡ୍‌କ୍ୟାପ୍ ସୂଚକାଙ୍କ ୧.୬୦ ପ୍ରତିଶତ ଏବଂ ସ୍ମଲ୍‌କ୍ୟାପ୍ ଇଣ୍ଡେକ୍ସ ୨.୨୩ ପ୍ରତିଶତ ଖସି ବନ୍ଦ ହୋଇଛି । ଏଫଏମ୍‌ସିଜିକୁ ଛାଡ଼ି ବିଏସ୍‌ଇର ସମସ୍ତ ସେକ୍ଟୋରାଲ ଇଣ୍ଡେକ୍ସ ଲାଲ୍ ସଂକେତରେ ବନ୍ଦ ହୋଇଛି ।ଦିନର କାରବାର ଶେଷରେ ବିଏସ୍ଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ୩୨୯.୯୨ ଅଙ୍କ ବା ୦.୪୩ ପ୍ରତିଶତ ହ୍ରାସ ପାଇ ୭୬,୧୯୦.୪୬ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍‌ଏସ୍‌ଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୧୧୩.୧୫ ପ୍ରତିଶତ ହ୍ରାସ ପାଇ ୨୩,୦୯୨.୨୦ ସ୍ତରରେ ବନ୍ଦ ହୋଇଛି । ଏହି ପୂରା ସପ୍ତାହରେ ଅର୍ଥାତ୍ ଜାନୁଆରୀ ୨୦ରୁ ୨୪ ମଧ୍ୟରେ ସେନ୍‌ସେକ୍ସରେ ୦.୫ ପ୍ରତିଶତ ହ୍ରାସ ଘଟିଛି । ଅନ୍ୟପଟେ ମିଡ୍‌କ୍ୟାପ୍ ଇଣ୍ଡେକ୍ସ ୨ ପ୍ରତିଶତ ଏବଂ ସ୍ମଲ୍‌କ୍ୟାପ୍ ଇଣ୍ଡେକ୍ସ ୪ ପ୍ରତିଶତ ଖସିଛି ।ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକ ମାର୍କେଟ୍ କ୍ୟାପ୍ ଆଜି ହ୍ରାସ ପାଇ ୪୧୯.୬୧ ଲକ୍ଷ କୋଟି ଟଙ୍କା ହୋଇଛି । ଏହା

ସପ୍ତାହର ଶେଷ କାରବାରରେ ଲାଲ୍ ସଂକେତରେ ବନ୍ଦ ହେଲା ସେୟାର ବଜାର, ୫ ଲକ୍ଷ କୋଟି ଟଙ୍କା ସ୍ୱାହା

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ସପ୍ତାହର ଶେଷ କାରବାର ଦିନରେ ହ୍ରାସ ସହ ବନ୍ଦ ହୋଇଛି । ଲଗାତାର ତୃତୀୟ ସପ୍ତାହରେ ସେନସେକ୍ସ ଏବଂ ନିଫ୍ଟି ହ୍ରାସ ସହ ବନ୍ଦ ହୋଇଛି । ସେନସେକ୍ସ ଆଜି ୩୩୦ ଅଙ୍କ ଖସି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୩,୧୦୦ ତଳେ ବନ୍ଦ ହୋଇଛି । ଏହି କାରଣରୁ ସେୟାର ବଜାର ନିବେଶକଙ୍କ ୫ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ବ୍ରଡର ମାର୍କେଟରେ ସ୍ଥିତି ଆହୁରି ଅଧିକ ଖରାପ ରହିଛି । ବିଏସ୍‌ଇ ମିଡ୍‌କ୍ୟାପ୍ ସୂଚକାଙ୍କ ୧.୬୦ ପ୍ରତିଶତ ଏବଂ ସ୍ମଲ୍‌କ୍ୟାପ୍ ଇଣ୍ଡେକ୍ସ ୨.୨୩ ପ୍ରତିଶତ ଖସି ବନ୍ଦ ହୋଇଛି । ଏଫଏମ୍‌ସିଜିକୁ ଛାଡ଼ି ବିଏସ୍‌ଇର ସମସ୍ତ ସେକ୍ଟୋରାଲ ଇଣ୍ଡେକ୍ସ ଲାଲ୍ ସଂକେତରେ ବନ୍ଦ ହୋଇଛି ।

ଦିନର କାରବାର ଶେଷରେ ବିଏସ୍ଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ୩୨୯.୯୨ ଅଙ୍କ ବା ୦.୪୩ ପ୍ରତିଶତ ହ୍ରାସ ପାଇ ୭୬,୧୯୦.୪୬ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍‌ଏସ୍‌ଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୧୧୩.୧୫ ପ୍ରତିଶତ ହ୍ରାସ ପାଇ ୨୩,୦୯୨.୨୦ ସ୍ତରରେ ବନ୍ଦ ହୋଇଛି । ଏହି ପୂରା ସପ୍ତାହରେ ଅର୍ଥାତ୍ ଜାନୁଆରୀ ୨୦ରୁ ୨୪ ମଧ୍ୟରେ ସେନ୍‌ସେକ୍ସରେ ୦.୫ ପ୍ରତିଶତ ହ୍ରାସ ଘଟିଛି । ଅନ୍ୟପଟେ ମିଡ୍‌କ୍ୟାପ୍ ଇଣ୍ଡେକ୍ସ ୨ ପ୍ରତିଶତ ଏବଂ ସ୍ମଲ୍‌କ୍ୟାପ୍ ଇଣ୍ଡେକ୍ସ ୪ ପ୍ରତିଶତ ଖସିଛି ।

ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକ ମାର୍କେଟ୍ କ୍ୟାପ୍ ଆଜି ହ୍ରାସ ପାଇ ୪୧୯.୬୧ ଲକ୍ଷ କୋଟି ଟଙ୍କା ହୋଇଛି । ଏହା ପୂର୍ବରୁ ଗୁରୁବାର ଜାନୁଆରୀ ୨୩ରେ ମାର୍କେଟ୍ କ୍ୟାପ୍ ୪୨୪.୬୩ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୫.୦୨ କୋଟି ଟଙ୍କା ହ୍ରାସ ପାଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ବାଜର ନିବେଶକଙ୍କ ଆଜି ୫.୦୨ ଲକ୍ଷ କୋଟି ଟଙ୍କା ବୁଡ଼ିଛି ।