ଚୀନ୍ ପାଇଁ ଚିନ୍ତାର କାରଣ ଏବେ ଚିନାବ ରେଳ ପୋଲ, ଜାଣନ୍ତୁ କାହିଁକି ?
ନୂଆଦିଲ୍ଲୀ ୮।୬: ଭାରତର ଚିନାବ ରେଳ ପୋଲ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହା ପଛର କାରଣ ଏହାର ଉଚ୍ଚତା ନୁହେଁ ବରଂ ଏହାର ରଣନୈତିକ ଗୁରୁତ୍ୱ ଓ ଏହାର ନିର୍ମାଣ ଟେକ୍ନୋଲଜି। ଜୁନ ୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ରେଳ ପୋଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ମୋଦିଙ୍କ ଦ୍ୱାରା ଉଦଘାଟିତ ଏହି ରେଳ ପୋଲ କେବଳ ଦେଶର ଏକ ନୂଆ ଇନଫ୍ରାଷ୍ଟ୍ରକଚର ନୁହେଁ ଭାରତର ସାମରିକ ଓ ରଣନୈତିକ ତାକତକୁ ଏକ ନୂଆ ଆୟାମ ଦେଇଛି। ଏହି ରେଳ ପୋଲ ଏବେ ସବୁ ଋତୁରେ ଜମ୍ମୁ-କାଶ୍ମୀରକୁ ଦେଶର ଅନ୍ୟ ଅଂଶ ସହିତ ଯୋଡୁଥିବା ଏକ ସ୍ଥାୟୀ ଓ ମଜଭୁତ ମାଧ୍ୟମରେ ପରିଣତ ହୋଇଛି। ଏହାର ବିଶେଷତ୍ୱ ହେଉଛି ଏହି ପୋଲ ଏବେ ଭାରତର ଗୌରବ ଓ ଶତ୍ରୁଙ୍କ ସମସ୍ୟା ଉଭୟର କେନ୍ଦ୍ର ପାଲଟିଛି। ଚିନାବ ରେଲୱେ ବ୍ରିଜକୁ ଏମିତିରେ ବିଶ୍ୱର ‘ହାଇଏଷ୍ଟ ରେଲୱେ ବ୍ରିଜ’ କୁହାଯାଉ ନାହିଁ, ଏଫିଲ ଟାୱାରଠୁ ବି ଉଚ୍ଚ ଏହି ପୋଲର ଉଚ୍ଚତା ଭୂ-ପୃଷ୍ଠରୁ ୩୫୯ ମିଟର , ଅର୍ଥାତ ଇଞ୍ଜିନିୟରିଂରେ ଏହା ଭାରତର ସବୁଠୁ ବଡ଼ ଉପଲବ୍ଧି ମଧ୍ୟରେ ଅନ୍ୟତମ । ଏହା ବିଶ୍ୱର ପ୍ରଥମ କେବଲ ଷ୍ଟେଡ ରେଳ ବ୍ରିଜ ମଧ୍ୟ ଯାହାକୁ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ଭୌଗଳିକ ଓ ଜଳବାୟୁ ପରିସ୍ଥିତିରେ ନିର୍ମାଣ କରାଯାଇଛି। ଚିନାବ ରେଳ ବ୍ରିଜର ନିର୍ମାଣ ନା କେବଳ ଯାତ୍ରୀଙ୍କ ସମସ୍ୟା ସମାଧାନ କରିଛି ବରଂ ଭାରତର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ମଜଭୁତ କରିଛି। ପୂର୍ବରୁ
ନୂଆଦିଲ୍ଲୀ ୮।୬: ଭାରତର ଚିନାବ ରେଳ ପୋଲ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହା ପଛର କାରଣ ଏହାର ଉଚ୍ଚତା ନୁହେଁ ବରଂ ଏହାର ରଣନୈତିକ ଗୁରୁତ୍ୱ ଓ ଏହାର ନିର୍ମାଣ ଟେକ୍ନୋଲଜି। ଜୁନ ୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ରେଳ ପୋଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ମୋଦିଙ୍କ ଦ୍ୱାରା ଉଦଘାଟିତ ଏହି ରେଳ ପୋଲ କେବଳ ଦେଶର ଏକ ନୂଆ ଇନଫ୍ରାଷ୍ଟ୍ରକଚର ନୁହେଁ ଭାରତର ସାମରିକ ଓ ରଣନୈତିକ ତାକତକୁ ଏକ ନୂଆ ଆୟାମ ଦେଇଛି।
ଏହି ରେଳ ପୋଲ ଏବେ ସବୁ ଋତୁରେ ଜମ୍ମୁ-କାଶ୍ମୀରକୁ ଦେଶର ଅନ୍ୟ ଅଂଶ ସହିତ ଯୋଡୁଥିବା ଏକ ସ୍ଥାୟୀ ଓ ମଜଭୁତ ମାଧ୍ୟମରେ ପରିଣତ ହୋଇଛି। ଏହାର ବିଶେଷତ୍ୱ ହେଉଛି ଏହି ପୋଲ ଏବେ ଭାରତର ଗୌରବ ଓ ଶତ୍ରୁଙ୍କ ସମସ୍ୟା ଉଭୟର କେନ୍ଦ୍ର ପାଲଟିଛି। ଚିନାବ ରେଲୱେ ବ୍ରିଜକୁ ଏମିତିରେ ବିଶ୍ୱର ‘ହାଇଏଷ୍ଟ ରେଲୱେ ବ୍ରିଜ’ କୁହାଯାଉ ନାହିଁ, ଏଫିଲ ଟାୱାରଠୁ ବି ଉଚ୍ଚ ଏହି ପୋଲର ଉଚ୍ଚତା ଭୂ-ପୃଷ୍ଠରୁ ୩୫୯ ମିଟର , ଅର୍ଥାତ ଇଞ୍ଜିନିୟରିଂରେ ଏହା ଭାରତର ସବୁଠୁ ବଡ଼ ଉପଲବ୍ଧି ମଧ୍ୟରେ ଅନ୍ୟତମ ।
ଏହା ବିଶ୍ୱର ପ୍ରଥମ କେବଲ ଷ୍ଟେଡ ରେଳ ବ୍ରିଜ ମଧ୍ୟ ଯାହାକୁ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ଭୌଗଳିକ ଓ ଜଳବାୟୁ ପରିସ୍ଥିତିରେ ନିର୍ମାଣ କରାଯାଇଛି। ଚିନାବ ରେଳ ବ୍ରିଜର ନିର୍ମାଣ ନା କେବଳ ଯାତ୍ରୀଙ୍କ ସମସ୍ୟା ସମାଧାନ କରିଛି ବରଂ ଭାରତର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ମଜଭୁତ କରିଛି। ପୂର୍ବରୁ କାଶ୍ମୀରରେ ବରଫ ପାତ ଓ ପାଗ ଖରାପ ଯୋଗୁ ସେନାର ମୁଭମେଣ୍ଟ ବାଧିତ ହେଉଥିଲା, ହେଲେ ଏବେ ଏହି ପୋଲ ନିର୍ମାଣ ହେବା ପରେ ସେନାର ପହଞ୍ଚ ଲାଇନ ଅଫ କଣ୍ଟ୍ରୋଲ (ଏଲଓସି)ରୁ ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ (ଏଲଏସି) ପର୍ଯ୍ୟନ୍ତ ସୁଗମ ହୋଇଛି। ଏହି କାରଣରୁ ପୋଲ ଏବେ ଉଭୟ ଚୀନ ଓ ପାକିସ୍ତାନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।
କେତେକ ରିପୋର୍ଟ ଅନୁସାରେ ଚୀନ୍ ଏହି ପୋଲର ନିର୍ମାଣ କାଳରେ ଗୁଇନ୍ଦା ମୁତୟନ ମଧ୍ୟ କରିଥିଲା। ଏଥିରୁ ସ୍ପଷ୍ଟ ସଂକେତ ମିଳୁଛି ଏହି ପୋଲ ଭାରତର ଷ୍ଟ୍ରାଟେଜିକ ମୁଭମେଣ୍ଟ ଓ ଲଜିଷ୍ଟିକ୍ ସପ୍ଲାଇ ଦୃଷ୍ଟିରୁ କେତେ ଗୁରୁତ୍ୱପୂର୍ଣ୍ଣ। ଏହି ପୋଲ ଦ୍ୱାରା ଏବେ କଟରାରୁ ଶ୍ରୀନଗର ଯାତ୍ରା ମାତ୍ର ୩ ଘଣ୍ଟାରେ ସମ୍ଭବ ହୋଇପାରିବ। ଏହା ଛଡା ଭୀଷଣ ହୀମପାତ ଓ ପ୍ରାକୃତିକ ଅବରୋଧ ସମୟରେ ମଧ୍ୟ ଏହି ପୋଲ ସୂଚାରୁ ସଞ୍ଚାଳନ ସୁନିଶ୍ଚିତ କରିବ। ସେନାକୁ ଏବେ ସୀମାବର୍ତ୍ତି କ୍ଷେତ୍ରକୁ ପହଞ୍ଚିବା ପାଇଁ କୌଣସି ସମସ୍ୟା ହେବ ନାହିଁ।
ଏହି ପୋଲର ନିର୍ମାଣ ଆରମ୍ଭରୁ ସଞ୍ଚାଳନ ପର୍ଯ୍ୟନ୍ତ ହଜାର ହଜାର ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେଇଛି। ଏବେ ପୋଲ ନିର୍ମାଣ ହୋଇଯିବା ପରେ କାଶ୍ମୀର ଉପତ୍ୟାକାରେ ଟୁରିଜିମ ଓ ବ୍ୟବସାୟକୁ ପ୍ରୋତ୍ସାହନ ମିଳିବ। ଫଳରେ କ୍ଷେତ୍ରର ଆର୍ଥିକ ବିକାଶ ହେବା ସହିତ ଜମ୍ମୁ-କାଶ୍ମୀରରେ ଭାରତର ଉପସ୍ଥିତି ଆହୁରି ମଜଭୁତ ହେବ। ତେବେ ରିପୋର୍ଟ ଅନୁସାରେ ଚୀନ୍ ଏବେ ଏହି ପୋଲର ବୈଷୟିକ ଜ୍ଞାନ କୌଶଳ ଓ ଲୋକେସନ ର ଗୋପନ ସୂଚନା ସଂଗ୍ରହ କରୁଛି। ଯାହାଦ୍ୱାରା ଭାରତର ସାମରିକ ଯୋଜନା ଉପରେ ନଜର ରଖି ପାରିବ।
ଦୀର୍ଘ ୨୨ ବର୍ଷର ଅକ୍ଲାନ୍ତ ପରିଶ୍ରମରେ ନିର୍ମିତ ଏହି ରେଳ ପୋଲ ଭାରତର ଇଞ୍ଜିନିୟରିଂ ଓ ସୁରକ୍ଷା ରଣନୀତିର ପ୍ରତିକ ପାଲଟିଛି, ଯାହା ପଡୋଶୀ ଦେଶମାନଙ୍କ ଯୋଜନାକୁ ପଣ୍ଡ କରିଦେବ। ଏଣୁ ଚୀନ୍ ଓ ପାକିସ୍ତାନ ପୋଲକୁ ନେଇ ବିଚଳିତ ହୋଇ ପଡିଛନ୍ତି। ଏବେ ବରଫପାତ ହେଉ କି ପାଗ ଖରାପ ସବୁ ସମୟରେ ସୀମାକୁ ସେନା ଓ ଅସ୍ତ୍ରଶସ୍ତ୍ର ଯୋଗାଣରେ କୌଣସି ବାଧା ଉପୁଜିବ ନାହିଁ ଏଣୁ ଭାରତର ସାମରିକ କ୍ଷମତା ବୃଦ୍ଧି ପାଇବ।