ବିହାରୀ ଛାତ୍ରଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ପଶ୍ଚିମବଙ୍ଗ ‘ବାଂଲା ପକ୍ଷୋ’ କାର୍ଯ୍ୟକର୍ତ୍ତା ଗିରଫ
ସିଲିଗୁଡି ୨୭।୯: ପଶ୍ଚିମବଙ୍ଗକୁ ପରୀକ୍ଷା ଦେଇ ଯାଇଥିବା ବିହାରୀ ଛାତ୍ରଙ୍କ ପ୍ରତି ଦୁର୍ବ୍ୟବହାର ଓ ମାରପିଟ ଘଟଣାରେ ବିହାର ପୋଲିସ ସୂଚନା ଅନୁସାରେ ପଶ୍ଚିମବଙ୍ଗ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ କରିଛି। ବିହାରରୁ ସିଲିଗୁଡିକୁ ପରୀକ୍ଷା ଦେଇଯାଇଥିବା ଯୁବକଙ୍କୁ ଧମକାଉଥିବା ‘ବାଂଲା ପକ୍ଷୋ’ ନାମକ ଆଞ୍ଚଳିକ ସଙ୍ଗଠନର ସଦସ୍ୟ ରଜତ ଭଟ୍ଟାଚାର୍ଯ୍ୟକୁ ପଶ୍ଚିମବଙ୍ଗ ପୋଲିସ ଅଟକ ରଖିଛି। ଅଭିଯୁକ୍ତକୁ ପୋଲିସ ସିଲିଗୁଡି ଥାନାରେ ପଚରା ଉଚରା କରୁଛି। Two arrested for assault on Bihar youth who had come to Siliguri for an exam; video sparks political rowRead @ANI Story | https://t.co/AZ6EVFjiK0 #WestBengal #harassment pic.twitter.com/TAUHopEWYP— ANI Digital (@ani_digital) September 27, 2024ସୂଚନା ଅନୁସାରେ ପଶ୍ଚିମବଙ୍ଗ ପୋଲିସ ରଜତ ଭଟ୍ଟାଚାର୍ଯ୍ୟ ବ୍ୟତୀତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖିଛି। ଉଲ୍ଲେଖଯୋଗ୍ୟ ଯେ ବିହାରୀ ଛାତ୍ରାମାନେ ଏସସିବି ପରୀକ୍ଷା ଦେବା ପାଇଁ ସିଲିଗୁଡି ଆସିଥିଲେ। ଏହି ଅବସରର ବାଂଲା ପକ୍ଷୋ ନାମକ ଏକ ସଙ୍ଗଠନର ସଦସ୍ୟମାନେ ସେମାନଙ୍କୁ ‘ବିହାରର ହୋଇ ପଶ୍ଚିମବଙ୍ଗକୁ କାହିଁକି ଚାକିରୀ କରିବାକୁ ଆସୁଛ ବୋଲି ପ୍ରଶ୍ନ କରିଥିଲେ’। ଏ ସମ୍ପର୍କିତ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବିହାର ପୋଲିସ ନଜରରେ ପଡିଥିଲା। पश्चिम ब
ସିଲିଗୁଡି ୨୭।୯: ପଶ୍ଚିମବଙ୍ଗକୁ ପରୀକ୍ଷା ଦେଇ ଯାଇଥିବା ବିହାରୀ ଛାତ୍ରଙ୍କ ପ୍ରତି ଦୁର୍ବ୍ୟବହାର ଓ ମାରପିଟ ଘଟଣାରେ ବିହାର ପୋଲିସ ସୂଚନା ଅନୁସାରେ ପଶ୍ଚିମବଙ୍ଗ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ କରିଛି। ବିହାରରୁ ସିଲିଗୁଡିକୁ ପରୀକ୍ଷା ଦେଇଯାଇଥିବା ଯୁବକଙ୍କୁ ଧମକାଉଥିବା ‘ବାଂଲା ପକ୍ଷୋ’ ନାମକ ଆଞ୍ଚଳିକ ସଙ୍ଗଠନର ସଦସ୍ୟ ରଜତ ଭଟ୍ଟାଚାର୍ଯ୍ୟକୁ ପଶ୍ଚିମବଙ୍ଗ ପୋଲିସ ଅଟକ ରଖିଛି। ଅଭିଯୁକ୍ତକୁ ପୋଲିସ ସିଲିଗୁଡି ଥାନାରେ ପଚରା ଉଚରା କରୁଛି।
Two arrested for assault on Bihar youth who had come to Siliguri for an exam; video sparks political row
Read @ANI Story | https://t.co/AZ6EVFjiK0 #WestBengal #harassment pic.twitter.com/TAUHopEWYP— ANI Digital (@ani_digital) September 27, 2024
ସୂଚନା ଅନୁସାରେ ପଶ୍ଚିମବଙ୍ଗ ପୋଲିସ ରଜତ ଭଟ୍ଟାଚାର୍ଯ୍ୟ ବ୍ୟତୀତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖିଛି। ଉଲ୍ଲେଖଯୋଗ୍ୟ ଯେ ବିହାରୀ ଛାତ୍ରାମାନେ ଏସସିବି ପରୀକ୍ଷା ଦେବା ପାଇଁ ସିଲିଗୁଡି ଆସିଥିଲେ। ଏହି ଅବସରର ବାଂଲା ପକ୍ଷୋ ନାମକ ଏକ ସଙ୍ଗଠନର ସଦସ୍ୟମାନେ ସେମାନଙ୍କୁ ‘ବିହାରର ହୋଇ ପଶ୍ଚିମବଙ୍ଗକୁ କାହିଁକି ଚାକିରୀ କରିବାକୁ ଆସୁଛ ବୋଲି ପ୍ରଶ୍ନ କରିଥିଲେ’। ଏ ସମ୍ପର୍କିତ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବିହାର ପୋଲିସ ନଜରରେ ପଡିଥିଲା।
पश्चिम बंगाल के सिल्लीगुड़ी में होटल लॉज में बिहार के छात्रों को ढूंढ ढूंढ कर पीटा गया। ये सभी परीक्षा देने सिल्लीगुड़ी गए थे।
बहुत ही शर्मनाक घटना पश्चिम बंगाल सरकार एक्शन ले इस पर @MamataOfficial @NitishKumar @narendramodi @yadavtejashwi @iChiragPaswan @RahulGandhi @aajtak pic.twitter.com/ZMvNmoNMQH— Sumit Kumar (@Kumarsumit__) September 26, 2024
ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବିହାର ପୋଲିସ ଭିଡିଓକୁ ପଶ୍ଚିମବଙ୍ଗ ପୋଲିସକୁ ଟ୍ୟାଗ୍ କରିଥିବା ବେଳେ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ପୋଲିସ ମାତ୍ର କିଛି ଘଣ୍ଟାରେ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଛି। ସୂଚନା ଅନୁସାରେ ରଜତ ଭଟ୍ଟାଚାର୍ଯ୍ୟର ଏହି ସଙ୍ଗଠନ ବେଙ୍ଗଲରେ ହିନ୍ଦୀ ଲେଖା ସାଇନ ବୋର୍ଡ ହଟାଉଥିଲା। ଏହି କ୍ରମରେ ରଜ ଭଟ୍ଟାଚାର୍ଯ୍ୟ କିଛି ସାଥୀଙ୍କ ସହ ମିସି ଏସଏସବି ପରୀକ୍ଷା ଦେବାକୁ ସିଲିଗୁଡି ଆସିଥିବା ବିହାରୀ ଛାତ୍ରଙ୍କୁ ଧମକାଉଥିଲା। ଛାତ୍ରମାନଙ୍କୁ ରଜତ ସେମାନଙ୍କ ଆଡମିଟ କାର୍ଡ ଓ ଅନ୍ୟ କାଗଜପତ୍ର ମାଗିଥିଲା ସେମାନେ ନ ଦେବାରୁ ଉଠବସ୍ କରିବା ସହ ମାରପିଟ ମଧ୍ୟ କରିଥିଲା।