ଭାରତର ସବୁଠୁ ଧନୀ ଟ୍ରେନ୍ : ଆୟ କରୁଛି ୧,୭୬,୦୬,୬୬,୩୩୯ ଟଙ୍କା, ଟପ୍-୫ରେ ନାହିଁ ବନ୍ଦେ ଭାରତ, ଶତାବ୍ଦୀ ଏକ୍ସପ୍ରେସ୍‌

ମୁମ୍ବାଇ ୧୫।୦୯ : ଇଣ୍ଡିଆନ୍‌ ରେଲଓ୍ୱ ବିଶ୍ୱର ୪ର୍ଥ ବଡ଼ ରେଳ ନେଟ୍‌ଓ୍ୱାର୍କ । ପ୍ରତିଦିନ ୨ କୋଟିରୁ ଅଧିକ ଲୋକ ଟ୍ରେନ୍‌ ଯୋଗେ ଯିବାଆସିବା କରନ୍ତି । ଏପିରିକି ପ୍ରତିଦିନ ୧୩୪୫୨ରୁ ଅଧିକ ଟ୍ରେନ୍‌ ମଧ୍ୟ ଗମନାଗମନ କରିଥାଏ । ଏହି ସବୁ ଟ୍ରେନ୍‌ ମଧ୍ୟରେ ରାଜଧାନୀ, ଶତାବ୍ଦୀ, ଦୁରନ୍ତୋ, ବନ୍ଦେ ଭାରତ ପରି ସୁପର ଫାଷ୍ଟ ଟ୍ରେନ୍‌ ରହିଛି । ଏହାବ୍ୟତୀତ ମେଲ୍‌ ଏକ୍ସପ୍ରେସ୍‌ ଏବଂ ପାସେଞ୍ଜର ଟ୍ରେନ୍‌ ମଧ୍ୟ ଟ୍ରାକରେ ଦୌଡୁଛି । ହେଲେ ଜାଣିଛନ୍ତି ଭାରତର ସବୁଠି ଦାମୀ ଟ୍ରେନ୍‌ କିଏ.. ଯିଏ ବ୍ୟବସାୟୀ ସବୁଠୁ ଅଧିକ ଆୟ କରିଥାଏ । ଏପିରିକି ଏହାକୁ ଧନଲକ୍ଷ୍ମୀ ଟ୍ରେନ୍‌ ମଧ୍ୟ କୁହାଯାଏ । ଜାଣି ଆଶ୍ଚର୍ଯ୍ୟ ମଧ୍ୟରେ ଭାରତୀୟ ରେଳଓ୍ୱେରେ ସବୁଠୁ ଅଧିକ ଆୟ କରୁଥିବା ଟ୍ରେନ୍‌ ମଧ୍ୟରେ ନା ଅଛି ବନ୍ଦେ ଭାରତର ନା, ନା ଅଛି ରାଜଧାନୀ ଏକ୍ସପ୍ରେସ୍‌ର ନା । ସବୁଠୁ ଅଧିକ ଆୟ କରିଥିବା ଟ୍ରେନ୍‌ର ନାଁଟି ହେଉଛି ବାଙ୍ଗାଲୋର ରାଜଧାନୀ ଏକ୍ସପ୍ରେସନ୍‌ । ଯାହା ହଜରତ ନିଜାମୁଦୀରୁ KSR ବେଙ୍ଗାଲୁରୁ ପର୍ଯ୍ୟନ୍ତ ଯାଉଛି । ଏହି ଟ୍ରେନ୍‌ର ନମ୍ବର ହେଉଛି ୨୨୬୯୨ । ୨୦୨୨-୨୩ରେ ଏହି ଟ୍ରେନ୍‌ଟି ମୋଟ ୫୦୯୫୧୦ ଲୋକଙ୍କୁ ନେଇ ଯାତ୍ରା କରିଥିଲା । ଯାହା ମୁକାବିଲାରେ ରେଳଓ୍ୱେ ପ୍ରାୟ ୧,୭୬,୦୬, ୬୬, ୩୩୯ ଟଙ୍କା ଆଦାୟ କରିଛି । ସେହିପରି ଭାରତୀୟ ରେଳବାଇରେ ସବୁଠୁ ଅଧିକ ଆୟ କରୁଥିବା ଟ୍ରେନ୍‌ ତାଲିକାରେ ୨ୟ ସ୍ଥାନରେ ରହିଛି ପଶ୍ଚିମବଙ୍

ଭାରତର ସବୁଠୁ ଧନୀ ଟ୍ରେନ୍ : ଆୟ କରୁଛି ୧,୭୬,୦୬,୬୬,୩୩୯ ଟଙ୍କା, ଟପ୍-୫ରେ ନାହିଁ ବନ୍ଦେ ଭାରତ, ଶତାବ୍ଦୀ ଏକ୍ସପ୍ରେସ୍‌

ମୁମ୍ବାଇ ୧୫।୦୯ : ଇଣ୍ଡିଆନ୍‌ ରେଲଓ୍ୱ ବିଶ୍ୱର ୪ର୍ଥ ବଡ଼ ରେଳ ନେଟ୍‌ଓ୍ୱାର୍କ । ପ୍ରତିଦିନ ୨ କୋଟିରୁ ଅଧିକ ଲୋକ ଟ୍ରେନ୍‌ ଯୋଗେ ଯିବାଆସିବା କରନ୍ତି । ଏପିରିକି ପ୍ରତିଦିନ ୧୩୪୫୨ରୁ ଅଧିକ ଟ୍ରେନ୍‌ ମଧ୍ୟ ଗମନାଗମନ କରିଥାଏ । ଏହି ସବୁ ଟ୍ରେନ୍‌ ମଧ୍ୟରେ ରାଜଧାନୀ, ଶତାବ୍ଦୀ, ଦୁରନ୍ତୋ, ବନ୍ଦେ ଭାରତ ପରି ସୁପର ଫାଷ୍ଟ ଟ୍ରେନ୍‌ ରହିଛି । ଏହାବ୍ୟତୀତ ମେଲ୍‌ ଏକ୍ସପ୍ରେସ୍‌ ଏବଂ ପାସେଞ୍ଜର ଟ୍ରେନ୍‌ ମଧ୍ୟ ଟ୍ରାକରେ ଦୌଡୁଛି । ହେଲେ ଜାଣିଛନ୍ତି ଭାରତର ସବୁଠି ଦାମୀ ଟ୍ରେନ୍‌ କିଏ.. ଯିଏ ବ୍ୟବସାୟୀ ସବୁଠୁ ଅଧିକ ଆୟ କରିଥାଏ । ଏପିରିକି ଏହାକୁ ଧନଲକ୍ଷ୍ମୀ ଟ୍ରେନ୍‌ ମଧ୍ୟ କୁହାଯାଏ । 

ଜାଣି ଆଶ୍ଚର୍ଯ୍ୟ ମଧ୍ୟରେ ଭାରତୀୟ ରେଳଓ୍ୱେରେ ସବୁଠୁ ଅଧିକ ଆୟ କରୁଥିବା ଟ୍ରେନ୍‌ ମଧ୍ୟରେ ନା ଅଛି ବନ୍ଦେ ଭାରତର ନା, ନା ଅଛି ରାଜଧାନୀ ଏକ୍ସପ୍ରେସ୍‌ର ନା । ସବୁଠୁ ଅଧିକ ଆୟ କରିଥିବା ଟ୍ରେନ୍‌ର ନାଁଟି ହେଉଛି ବାଙ୍ଗାଲୋର ରାଜଧାନୀ ଏକ୍ସପ୍ରେସନ୍‌ । ଯାହା ହଜରତ ନିଜାମୁଦୀରୁ KSR ବେଙ୍ଗାଲୁରୁ ପର୍ଯ୍ୟନ୍ତ ଯାଉଛି । ଏହି ଟ୍ରେନ୍‌ର ନମ୍ବର ହେଉଛି ୨୨୬୯୨ । ୨୦୨୨-୨୩ରେ ଏହି ଟ୍ରେନ୍‌ଟି ମୋଟ ୫୦୯୫୧୦ ଲୋକଙ୍କୁ ନେଇ ଯାତ୍ରା କରିଥିଲା । ଯାହା ମୁକାବିଲାରେ ରେଳଓ୍ୱେ ପ୍ରାୟ ୧,୭୬,୦୬, ୬୬, ୩୩୯ ଟଙ୍କା ଆଦାୟ କରିଛି । 

ସେହିପରି ଭାରତୀୟ ରେଳବାଇରେ ସବୁଠୁ ଅଧିକ ଆୟ କରୁଥିବା ଟ୍ରେନ୍‌ ତାଲିକାରେ ୨ୟ ସ୍ଥାନରେ ରହିଛି ପଶ୍ଚିମବଙ୍ଗର ରାଜଧାନୀ ଏକ୍ସପ୍ରେସ୍‌ । ଏହାର ଦେଶର ରାଜଧାନୀ ଦିଲ୍ଲୀରୁ ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ପର୍ଯ୍ୟନ୍ତ ଆସିଥାଏ । ଏହି ଟ୍ରେନ୍‌ର ସଂଖ୍ୟା ୧୨୩୧୪ ଏବଂ ଏହାର ନାମ ସିୟାଲଦହ ରାଜଧାନୀ ଏକ୍ସପ୍ରେସ୍‌ ବୋଲି ରହିଛି । ୨୦୨୨-୨୩ରେ ଏହି ଟ୍ରେନ୍‌ ମୋଟ ୫,୦୯,୧୬୪ ଲୋକ ଯିବାଆସିବା କରିଥିବା ବେଳେ ଟଙ୍କା ଆଦାୟ କରିଛି ୧, ୨୮, ୮୧, ୬୯, ୨୭୪ ଟଙ୍କା । 

ଏହି ଲିଷ୍ଟର ତୃତୀୟ ସ୍ଥାନରେ ରହିଛି ଦେବ୍ରୁଗଡ଼ ରାଜଧାନୀ । ନୂଆଦିଲ୍ଲୀରୁ ଦେବ୍ରୁଗଡ଼ ମଧ୍ୟରେ ଯିବାଆସିବା କରୁଛି । ଗତବର୍ଷ ଏହି ଟ୍ରେନ୍‌ ୪,୭୪,୬୦୫ ଲୋକଙ୍କୁ ନେଇ ଯାତ୍ରା କରିଥିବା ବେଳେ ଆୟ କରିଛି ୧,୨୬,୨୯,୦୯,୬୯୭ ଟଙ୍କା । 

ଏହି ଲିଷ୍ଟର ୪ର୍ଥ ସ୍ଥାନରେ ରହିଛି ରାଜଧାନୀ ଏକ୍ସପ୍ରେସ୍‌ । ଯାହା ନୂଆଦିଲ୍ଲୀରୁ ମୁମ୍ବାଇ ସେଣ୍ଟ୍ରାଲ ମଧ୍ୟରେ  ଯିବାଆସିବା କରୁଛି । ଟ୍ରେନ୍‌ ନମ୍ବର ୧୨୯୫୨ ମୁମ୍ବାଇ ରାଜଧାନୀ ଏକ୍ସପ୍ରେସ୍‌ ଗତ ବର୍ଷ ୪,୮୫,୭୯୪ ଯାତ୍ରୀଙ୍କୁ ନେଇ ଯାତ୍ରା କରିଛି । ଯାହାଦ୍ୱାରା ଏହି ଟ୍ରେନ୍‌ଟି ଆୟ କରିଛି ୧,୨୨,୮୪,୫୧,୫୫୪ ଟଙ୍କା ।