ପ୍ରସ୍ତର ଯୁଗର କବର ନିକଟରୁ ମିଳିଲା ରହସ୍ୟମୟ ଚପଲ

ନୂଆଦିଲ୍ଲୀ: ପୁରାତନ ବସ୍ତୁର ଖୋଜ୍ ସମସ୍ତଙ୍କୁ ଚକିତ କରିଥାଏ।ପୁରୁଣା ଯୁଗରେ କିଭଳି ଭାବରେ ଲୋକେ ରହୁଥିଲେ ? ସେମାନଙ୍କର ଜୀବନଶୈଳୀ କିଭଳି ଥିଲା ? ସେମାନେ କ’ଣ ଖାଉଥିଲେ ? କ’ଣ ସାମଗ୍ରୀ ବ୍ୟବହାର କରୁଥିଲେ ? ତାହା ଜାଣିବା ସବୁବେଳେ ଉତ୍କଣ୍ଠା ରହିଥାଏ। ପ୍ରତ୍ନତତ୍ତ୍ବବିତ୍‌ମାନେ ମଧ୍ୟ ଏସବୁ ରୋଚକ ତଥ୍ୟ ବିଭିନ୍ନ ସମୟରେ ସାମ୍ନାକୁ ଆଣିଥାନ୍ତି। ଆମେ ଜାଣିଛେ ପୁରାତନ ଯୁଗରେ ମଣିଷ ଉଦ୍ଭିଦରୁ ତିଆରି ସାମଗ୍ରୀ ବ୍ୟବହାର କରୁଥିଲା। ଏହି ସାମଗ୍ରୀ ସମୟକ୍ରମେ କ୍ଷୟ ମଧ୍ୟ ହୋଇଛି।ତେବେ କିଛି ନିର୍ଦ୍ଦିଷ୍ଟ ପ୍ରତ୍ନତାତ୍ତ୍ବିକ ସ୍ଥଳରେ ଏସବୁ ଜିନିଷକୁ ସଂରକ୍ଷିତ କରି ରଖିବାର କିଛି ଭିନ୍ନ ଉପାୟ ମଧ୍ୟ ଦେଖିବାକୁ ମିଳିଛି। ଯାହା ସେହି ସମୟର ଜୀବନଶୈଳୀ ଏବଂ ସଂସ୍କୃତି ବିଷୟରେ ଆହୁରି ଭାବିବାକୁ ବାଧ୍ୟ କରିଥାଏ।ପୁରାତନ କବର ନିକଟରୁ ଖୋଜ୍‌ କରିଛନ୍ତି୨୦ ଯୋଡ଼ାରୁ ଅଧିକ ଚପଲଏହିଭଳି କିଛି ସ୍ବତନ୍ତ୍ର ପୁରାତନ ସାମଗ୍ରୀ ଖୋଜ୍‌ କରିଛନ୍ତି ପ୍ରତ୍ନତତ୍ତ୍ବବିତ୍‌ମାନେ। ପ୍ରକୃତରେ ପ୍ରତ୍ନତତ୍ତ୍ବବିତ୍‌ମାନେ ସ୍ପେନର ଏକ ଗୁମ୍ଫାରୁ ଏକ ପୁରାତନ କବର ନିକଟରୁ ଖୋଜ୍‌ କରିଛନ୍ତି୨୦ ଯୋଡ଼ାରୁ ଅଧିକ ଚପଲ। ଏହା ସହ କାଠ ହତିଆାର ଏବଂ ୟୁରୋପର ପୁରୁଣା ସଂରକ୍ଷିତ ଟୋକେଇ ମଧ୍ୟ ମିଳିଛି।ବଡ଼ କଥା ହେଉଛି ଏସବୁ ଏତେ ବର୍ଷ ପରେ ମଧ୍ୟ ସୁରକ୍ଷିତ ଅଛି।ଏହି ପ୍ରତ୍ନତାତ୍ତ୍ବିକ ସ୍ଥଳୀ ହେଉଛି ସ୍ପେନ୍‌ର ଗ୍ରାନାଡା ଉପକୂଳରେ ଥି

ପ୍ରସ୍ତର ଯୁଗର କବର ନିକଟରୁ ମିଳିଲା ରହସ୍ୟମୟ ଚପଲ

ନୂଆଦିଲ୍ଲୀ: ପୁରାତନ ବସ୍ତୁର ଖୋଜ୍ ସମସ୍ତଙ୍କୁ ଚକିତ କରିଥାଏ।ପୁରୁଣା ଯୁଗରେ କିଭଳି ଭାବରେ ଲୋକେ ରହୁଥିଲେ ? ସେମାନଙ୍କର ଜୀବନଶୈଳୀ କିଭଳି ଥିଲା ? ସେମାନେ କ’ଣ ଖାଉଥିଲେ ? କ’ଣ ସାମଗ୍ରୀ ବ୍ୟବହାର କରୁଥିଲେ ? ତାହା ଜାଣିବା ସବୁବେଳେ ଉତ୍କଣ୍ଠା ରହିଥାଏ। ପ୍ରତ୍ନତତ୍ତ୍ବବିତ୍‌ମାନେ ମଧ୍ୟ ଏସବୁ ରୋଚକ ତଥ୍ୟ ବିଭିନ୍ନ ସମୟରେ ସାମ୍ନାକୁ ଆଣିଥାନ୍ତି। 

ଆମେ ଜାଣିଛେ ପୁରାତନ ଯୁଗରେ ମଣିଷ ଉଦ୍ଭିଦରୁ ତିଆରି ସାମଗ୍ରୀ ବ୍ୟବହାର କରୁଥିଲା। ଏହି ସାମଗ୍ରୀ ସମୟକ୍ରମେ କ୍ଷୟ ମଧ୍ୟ ହୋଇଛି।ତେବେ କିଛି ନିର୍ଦ୍ଦିଷ୍ଟ ପ୍ରତ୍ନତାତ୍ତ୍ବିକ ସ୍ଥଳରେ ଏସବୁ ଜିନିଷକୁ ସଂରକ୍ଷିତ କରି ରଖିବାର କିଛି ଭିନ୍ନ ଉପାୟ ମଧ୍ୟ ଦେଖିବାକୁ ମିଳିଛି। ଯାହା ସେହି ସମୟର ଜୀବନଶୈଳୀ ଏବଂ ସଂସ୍କୃତି ବିଷୟରେ ଆହୁରି ଭାବିବାକୁ ବାଧ୍ୟ କରିଥାଏ।

ପୁରାତନ କବର ନିକଟରୁ ଖୋଜ୍‌ କରିଛନ୍ତି୨୦ ଯୋଡ଼ାରୁ ଅଧିକ ଚପଲ

ଏହିଭଳି କିଛି ସ୍ବତନ୍ତ୍ର ପୁରାତନ ସାମଗ୍ରୀ ଖୋଜ୍‌ କରିଛନ୍ତି ପ୍ରତ୍ନତତ୍ତ୍ବବିତ୍‌ମାନେ। ପ୍ରକୃତରେ ପ୍ରତ୍ନତତ୍ତ୍ବବିତ୍‌ମାନେ ସ୍ପେନର ଏକ ଗୁମ୍ଫାରୁ ଏକ ପୁରାତନ କବର ନିକଟରୁ ଖୋଜ୍‌ କରିଛନ୍ତି୨୦ ଯୋଡ଼ାରୁ ଅଧିକ ଚପଲ। ଏହା ସହ କାଠ ହତିଆାର ଏବଂ ୟୁରୋପର ପୁରୁଣା ସଂରକ୍ଷିତ ଟୋକେଇ ମଧ୍ୟ ମିଳିଛି।ବଡ଼ କଥା ହେଉଛି ଏସବୁ ଏତେ ବର୍ଷ ପରେ ମଧ୍ୟ ସୁରକ୍ଷିତ ଅଛି।

ଏହି ପ୍ରତ୍ନତାତ୍ତ୍ବିକ ସ୍ଥଳୀ ହେଉଛି ସ୍ପେନ୍‌ର ଗ୍ରାନାଡା ଉପକୂଳରେ ଥିବା ଆଲବୁନୋଲର କୁଏଭା ଡେ ଲୋସ ମର୍ସିଲାଗୋସରେ।ଏହି ସ୍ଥାନଟି ପ୍ରଥମେ୧୮୩୦ ମସିହାରେ ସ୍ଥାନୀୟ ଜଣେ ଜମିମାଲିକଙ୍କ ଦ୍ବାରା ଆବିଷ୍କୃତ ହୋଇଥିଲା । ତାହାବି ପୁଣି ଭୁଲ୍‌ବଶତଃ ପ୍ରକୃତରେ ସେ ସେଠାରେ ଲେଡ୍‌ର ସନ୍ଧାନ କରୁଥିଲେ। ‌ ୧୮୫୦ରେ ସେ ପୁଣି ଥ‌ରେ ସେଠାରେ ଖୋଳିବା ସମୟରେ ସେଠାରେ ଏକ ଗୁପ୍ତ ଗୁମ୍ଫାର ଖୋଜ୍‌ କରିଥିଲେ। ଯେଉଁଥିରେ କିଛି ପ୍ରତ୍ନତାତ୍ତ୍ବିକ ଅବଶେଷ ଏବଂ କବର କରି ରଖାଯାଇଥିବା କିଛି ମୃତଦେହର ଅବଶେଷ ମିଳିଥିଲା। 

ଦୁଇ ଶତାବ୍ଦୀ ପ‌ରେ ହୋଇଥିଲା କାର୍ବନ ଡେଟିଂ

ଆଉ ଏହାର ପ୍ରାୟ ଦୁଇ ଶତାବ୍ଦୀ ପରେ ଆଧୁନିକ କାର୍ବନ ଡେଟିଂ ଟେକ୍ନୋଲୋଜି ଦ୍ବାରା ବୈଜ୍ଞାନିକ ଏହି ବସ୍ତୁର ସମୟ ଜାଣିବାକୁ ଚେଷ୍ଟା କରିଥିଲେ। ତେବେ ୟୁନିଭର୍ସିଟି ଅଫ୍‌ ଆଲକାଲାର ପ୍ରଫେସର ଫ୍ରାନ୍ସସିକୋ ମାର୍ଟିନେଞ୍ଜ ସେଭିଲା କୁହନ୍ତି ଏହି ସବୁ ବସ୍ତୁର କାର୍ବନ ଡେଟିଂରୁ ଜଣାପଡ଼ିଥିଲା ଯେ, ଏସବୁ ଜିନିଷ ୯୫୦୦ ଏବଂ ୬,୨୦୦ ବର୍ଷ ମଧ୍ୟରେ ମଧ୍ୟ-ହୋଲୋସିନ୍‌ ଯୁଗର ଆରମ୍ଭ ସମୟର, ।

ସେ ଆହୁରି କହିଛନ୍ତି ଏହି ନୂଆ ସୂଚନା ଦକ୍ଷିଣ ୟୁରୋପରେ ମେସୋଲିଥିକ ଶିକାରୀଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଟୋକେଇର ପ୍ରଥମ ପ୍ରତ୍ୟକ୍ଷ ପ୍ରମାଣ ପ୍ରସ୍ତୁତ କରୁଛି । ଏହା ସହ କୃଷକ ସମୁଦାୟ କିଭଳି ଅନ୍ୟ ଜୈବିକ ଉପକରଣ, ଚପଲ ଏବଂ କାଠର ଗଦା ମଧ୍ୟ ପ୍ରସ୍ତୁତ କରୁଥିଲେ ତାହା ମଧ୍ୟ ଜାଣିବାକୁ ମିଳିବ। ଏହା ପୂର୍ବରୁ ଏସବୁ ସାମଗ୍ରୀ ନୂତନ ପ୍ରସ୍ତର ଯୁଗ ସମୟର ବୋଲି ବିଶ୍ବାସ କରାଯାଉଥିଲା। ତେବେ ସେ ଆହୁରି କହିଛନ୍ତି ଯେ, ଏହି ବସ୍ତୁ ଗୁଡ଼ିକ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି ଶେଷ ଶିକାରୀ ଏବଂ ହୋଲୋସିନ୍‌ ସମୟର ପ୍ରାରମ୍ଭ ବିଷୟରେ ଜାଣିବା ପାଇଁ।