ବାଇକ୍କୁ ପିଟିଲା ଟିପ୍ପର: ଚାଲିଗଲା ବାପ-ପୁଅଙ୍କ ଜୀବନ
ଯାଜପୁର,୬।୪: ଯାଜପୁର ଜିଲା ସଦର ଥାନା ଅଧୀନ ବରୁହାଁ ଛକ ନିକଟରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାପ-ପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶିମିଳିଆ ପଞ୍ଚାୟତ ଷଠିଆଟଗିରି ଗ୍ରାମର ସଇନ୍ଦା ଜେନା ଏବଂ ତାଙ୍କ ପୁଅ ମୁନା ଜେନା। ମିଳିଥିବା ସୂଚନା ମୁତାବକ, ବାପ-ପୁଅ ଏକ ବାଇକ୍ରେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେମାନେ କାମ ସାରି ଘରକୁ ଫେରୁଥିଲେ। ହେଲେ ବରୁହାଁ ଛକ ନିକଟରେ ଏକ ଟିପ୍ପର ଭାରସାମ୍ୟ ହରାଇ ବାଇକ୍ଙ୍କୁ ଧକ୍କା […] The post ବାଇକ୍କୁ ପିଟିଲା ଟିପ୍ପର: ଚାଲିଗଲା ବାପ-ପୁଅଙ୍କ ଜୀବନ appeared first on Dharitri Odia News.
ଯାଜପୁର,୬।୪: ଯାଜପୁର ଜିଲା ସଦର ଥାନା ଅଧୀନ ବରୁହାଁ ଛକ ନିକଟରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାପ-ପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶିମିଳିଆ ପଞ୍ଚାୟତ ଷଠିଆଟଗିରି ଗ୍ରାମର ସଇନ୍ଦା ଜେନା ଏବଂ ତାଙ୍କ ପୁଅ ମୁନା ଜେନା।
ମିଳିଥିବା ସୂଚନା ମୁତାବକ, ବାପ-ପୁଅ ଏକ ବାଇକ୍ରେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେମାନେ କାମ ସାରି ଘରକୁ ଫେରୁଥିଲେ। ହେଲେ ବରୁହାଁ ଛକ ନିକଟରେ ଏକ ଟିପ୍ପର ଭାରସାମ୍ୟ ହରାଇ ବାଇକ୍ଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ବାପାଙ୍କ ମୃତ୍ୟୁ ଘଟିଥିଲା। ପୁଅ ମୁନାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ସଦରଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
The post ବାଇକ୍କୁ ପିଟିଲା ଟିପ୍ପର: ଚାଲିଗଲା ବାପ-ପୁଅଙ୍କ ଜୀବନ appeared first on Dharitri Odia News.