ଝୁମର ବିକ୍ରି ନାଁରେ ବ୍ୟବସାୟୀଙ୍କ ଠାରୁ ୧୯ ଲକ୍ଷ ଲୁଟ, ଧରାପଡ଼ିଲେ ୩ ଠକ
ବ୍ରହ୍ମୁପୁର: ଝୁମର ବିକ୍ରି ନାଁରେ ବ୍ୟବସାୟୀଙ୍କ ଠାରୁ ୧୯ ଲକ୍ଷ ଟଙ୍କା ଠକେଇ ଘଟଣା। ତିନି ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ପୁଲିସ । ଏମାନଙ୍କ ଠାରୁ ୧୯ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି।ଘଟଣା ଥିଲା କିଛି ଏମିତି... ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳର ବ୍ୟବସାୟୀ ପ୍ରମୋଦ ସାହୁ। ଝୁମର କିଣିବା ପାଇଁ କଟକର ଜଣେ ବ୍ୟବସାୟୀଙ୍କ ସହ ଯୋଗାଯୋଗରେ ଥିଲେ। ପ୍ରମୋଦ ପ୍ରଥମେ ବିକାଶ ଓରଫ ଶିବ ଶଙ୍କରଙ୍କ ସଂସ୍ପର୍ଶରେ ଆସିଲେ। ଆଉ କମ ଦାମରେ ଝୁମର କିଣି ଅଧିକ ଦାମରେ ବିକ୍ରି କରି ବେଶ ଦି ପଇସା ରୋଜଗାର ହୋଇପାରିବ ବୋଲି ଆଶା ଦେଖାଇଥିଲା ଶିବ । ଏଥିରେ ରାଜି ହୋଇଯାଇଥିଲେ ପ୍ରମୋଦ। ତେବେ ଝୁମର କିଣିବାକୁ ୨୭ ତାରିଖରେ ୧୯ ଲକ୍ଷ ଟଙ୍କା ଧରି ପହଞ୍ଚିଥିଲେ ପ୍ରମୋଦ। ସେପଟେ ପୂର୍ବ ଯୋଜନା ଅନୁଯାୟୀ, ପ୍ରମୋଦ ଟଙ୍କା ଆଣି ଆସିଥିବା ବ୍ୟାଗ ଭଳି ସମାନ ରଙ୍ଗର ବ୍ୟାଗରେ କାଗଜ ବିଡା ନେଇ ପହଞ୍ଚିଥିଲେ ଅଜୟ ଓ ତାଙ୍କ ଗ୍ରୁପ୍। ଆଉ କଥାବାର୍ତ୍ତା ବେଳେ ପ୍ରମୋଦଙ୍କ ବ୍ୟାଗ ସହ ନିଜ ବ୍ୟାଗ ବଦଳାଇଦେଇଥିଲେ ଠକ। ଏହା ପରେ ଝୁମର ଆଣିବାକୁ କହି ଚାଲିଯାଇଥିଲେ ।ହେଲେ ବହୁ ସମୟ ଧରି ସେମାନେ ନଆସିବାରୁ ପ୍ରମୋଦଙ୍କ ସନ୍ଦେହ ହୋଇଥିଲା । ବ୍ୟାଗ ଖୋଲି ଦେଖିବା ବେଳକୁ ସେଥିରେ ଟଙ୍କା ନଥିଲା ବରଂ କାଗଜ ବିଡ଼ା ରହିଥିଲା। ଏହାକୁ ଦେଖି ଠକାମୀର ଶିକାର ହୋଇଥିବା ଜାଣିବାରେ ପରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଆଉ ଅଭିଯୋଗ କ୍
ବ୍ରହ୍ମୁପୁର: ଝୁମର ବିକ୍ରି ନାଁରେ ବ୍ୟବସାୟୀଙ୍କ ଠାରୁ ୧୯ ଲକ୍ଷ ଟଙ୍କା ଠକେଇ ଘଟଣା। ତିନି ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ପୁଲିସ । ଏମାନଙ୍କ ଠାରୁ ୧୯ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି।
ଘଟଣା ଥିଲା କିଛି ଏମିତି... ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳର ବ୍ୟବସାୟୀ ପ୍ରମୋଦ ସାହୁ। ଝୁମର କିଣିବା ପାଇଁ କଟକର ଜଣେ ବ୍ୟବସାୟୀଙ୍କ ସହ ଯୋଗାଯୋଗରେ ଥିଲେ। ପ୍ରମୋଦ ପ୍ରଥମେ ବିକାଶ ଓରଫ ଶିବ ଶଙ୍କରଙ୍କ ସଂସ୍ପର୍ଶରେ ଆସିଲେ। ଆଉ କମ ଦାମରେ ଝୁମର କିଣି ଅଧିକ ଦାମରେ ବିକ୍ରି କରି ବେଶ ଦି ପଇସା ରୋଜଗାର ହୋଇପାରିବ ବୋଲି ଆଶା ଦେଖାଇଥିଲା ଶିବ । ଏଥିରେ ରାଜି ହୋଇଯାଇଥିଲେ ପ୍ରମୋଦ।
ତେବେ ଝୁମର କିଣିବାକୁ ୨୭ ତାରିଖରେ ୧୯ ଲକ୍ଷ ଟଙ୍କା ଧରି ପହଞ୍ଚିଥିଲେ ପ୍ରମୋଦ। ସେପଟେ ପୂର୍ବ ଯୋଜନା ଅନୁଯାୟୀ, ପ୍ରମୋଦ ଟଙ୍କା ଆଣି ଆସିଥିବା ବ୍ୟାଗ ଭଳି ସମାନ ରଙ୍ଗର ବ୍ୟାଗରେ କାଗଜ ବିଡା ନେଇ ପହଞ୍ଚିଥିଲେ ଅଜୟ ଓ ତାଙ୍କ ଗ୍ରୁପ୍। ଆଉ କଥାବାର୍ତ୍ତା ବେଳେ ପ୍ରମୋଦଙ୍କ ବ୍ୟାଗ ସହ ନିଜ ବ୍ୟାଗ ବଦଳାଇଦେଇଥିଲେ ଠକ। ଏହା ପରେ ଝୁମର ଆଣିବାକୁ କହି ଚାଲିଯାଇଥିଲେ ।
ହେଲେ ବହୁ ସମୟ ଧରି ସେମାନେ ନଆସିବାରୁ ପ୍ରମୋଦଙ୍କ ସନ୍ଦେହ ହୋଇଥିଲା । ବ୍ୟାଗ ଖୋଲି ଦେଖିବା ବେଳକୁ ସେଥିରେ ଟଙ୍କା ନଥିଲା ବରଂ କାଗଜ ବିଡ଼ା ରହିଥିଲା। ଏହାକୁ ଦେଖି ଠକାମୀର ଶିକାର ହୋଇଥିବା ଜାଣିବାରେ ପରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଆଉ ଅଭିଯୋଗ କ୍ରମେ ଏସପି ଶ୍ରବଣ ବିବେକ ଏମଙ୍କ ନେତୃତ୍ବରେ ୩ଟି ଟିମ ଛାନଭିନ କରି ତିନି ଠକଙ୍କୁ ଗିରଫ କରିବା ସହ ସମସ୍ତ ଟଙ୍କା ଉଦ୍ଧାର କରିଛି।