SIM କାର୍ଡ ପାଇଁ ବଦଳିଲା ନିୟମ, ୯ରୁ ଅଧିକ ସିମ୍ କିଣିଲେ ଦେବାକୁ ପଡ଼ିବ ମୋଟା ଜରିମାନା
ନୂଆଦିଲ୍ଲୀ: ନୂଆ ଟେଲିକମ୍ ଆକ୍ଟ ୨୦୨୩ ଲାଗୁ ହେବାକୁ ଯାଉଛି । ଏହି ନୂଆ ଟେକିଲମ୍ ଆକ୍ଟରେ ସିମ୍ କାର୍ଡ କିଣିବାଠାରୁ ଆରମ୍ଭ କରି ଫେକ୍ କନେକ୍ସନ, କଲ୍ ଟାପିଂକୁ ନେଇ ଅନେକ ବଡ଼ ପ୍ରାବଧାନ ରହିଛି । ଗତ ବର୍ଷ ଡିସେମ୍ୱରରେ କେନ୍ଦ୍ର ସରକାର ନୂଆ ଟେଲିକମ୍ ବିଲ୍କୁ ଲୋକସଭାରେ ଆଗତ କରିଥିଲେ । ବିଲ୍ ଉପସ୍ଥାପନ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମଧ୍ୟ ମିଳିସାରିଥିଲା । ଏବେ ଆକ୍ଟର କିଛି ଭାଗକୁ ଜୁନ୍ ୨୬ରେ ଲାଗୁ କରାଯିବ । ଏହି ନୂଆ ଟେଲିକମ୍ ଆକ୍ଟ ୯ରୁ ଅଧିକ ସିମ୍ କାର୍ଡ କିଣିବା ଥିବା ଲୋକଙ୍କ ଚିନ୍ତା ବଢାଇପାରେ ।ଟେଲିକମ୍ ଆକ୍ଟ ୨୦୨୩ ଲାଗୁ ହେବା ପରେ ୧୫୦ ବର୍ଷ ପୁରୁଣା ଇଣ୍ଡିଆନ ଟେଲିଗ୍ରାଫ୍ ଆକ୍ଟ ୧୮୮୫ ଶେଷ ହୋଇଯିବ । ନୂଆ ଟିଲେକମ୍ ଆକ୍ଟ ଏହାର ସ୍ଥାନ ନେହେ । ଏହାସହ ୧୯୯୩ ୱାୟରଲେସ୍ ଟେଲିଗ୍ରାଫ୍ ଆକ୍ଟକୁ ମଧ୍ୟ ଏହି ନୂଆ ଆଇନ ଶେଷ କରିଦେବ । ସରକାର ଫେକ୍ ସିମ୍ କାର୍ଡ ଏବଂ ଜାଲିଆତି ଉପରେ ଲଗାମ ଲଗାଇବା ପାଇଁ ନୂଆ ଟେଲିକମ୍ ଆଇନରେ ଅନେକ ବଡ଼ ପ୍ରାବଧାନ ଯୋଡିଛନ୍ତି । ଯେଉଁଥିରେ ଜେଲ୍ ଦଣ୍ଡଠାରୁ ଆରମ୍ଭ କରି ମୋଟା ଅଙ୍କର ଜରିମାନା ସାମିଲ ରହିଛି ।ଯଦି କୌଣସି ୟୁଜରଙ୍କ ଆଧାର କାର୍ଡରୁ ୯ରୁ ଅଧିକ ସିମ୍ ଜାରି ହୋଇଛି, ତେବେ ତାଙ୍କ ଉପରେ ୫୦ ହଜାର ଟଙ୍କାର ଜରିମାନା ଲାଗିବ । ତେବେ ଏହି ଜରିମାନା ପ୍ରଥମ ଥର ଭୁଲ ପାଇଁ । ଯଦି କୌଣସି ବ୍ୟକ୍ତି ଭୁଲକୁ ଦୋହରାନ୍ତି ତେବେ ୨ ଲକ୍ଷ ଟଙ୍କା ଯାଏ ଜରିମାନା
ନୂଆଦିଲ୍ଲୀ: ନୂଆ ଟେଲିକମ୍ ଆକ୍ଟ ୨୦୨୩ ଲାଗୁ ହେବାକୁ ଯାଉଛି । ଏହି ନୂଆ ଟେକିଲମ୍ ଆକ୍ଟରେ ସିମ୍ କାର୍ଡ କିଣିବାଠାରୁ ଆରମ୍ଭ କରି ଫେକ୍ କନେକ୍ସନ, କଲ୍ ଟାପିଂକୁ ନେଇ ଅନେକ ବଡ଼ ପ୍ରାବଧାନ ରହିଛି । ଗତ ବର୍ଷ ଡିସେମ୍ୱରରେ କେନ୍ଦ୍ର ସରକାର ନୂଆ ଟେଲିକମ୍ ବିଲ୍କୁ ଲୋକସଭାରେ ଆଗତ କରିଥିଲେ । ବିଲ୍ ଉପସ୍ଥାପନ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମଧ୍ୟ ମିଳିସାରିଥିଲା । ଏବେ ଆକ୍ଟର କିଛି ଭାଗକୁ ଜୁନ୍ ୨୬ରେ ଲାଗୁ କରାଯିବ । ଏହି ନୂଆ ଟେଲିକମ୍ ଆକ୍ଟ ୯ରୁ ଅଧିକ ସିମ୍ କାର୍ଡ କିଣିବା ଥିବା ଲୋକଙ୍କ ଚିନ୍ତା ବଢାଇପାରେ ।
ଟେଲିକମ୍ ଆକ୍ଟ ୨୦୨୩ ଲାଗୁ ହେବା ପରେ ୧୫୦ ବର୍ଷ ପୁରୁଣା ଇଣ୍ଡିଆନ ଟେଲିଗ୍ରାଫ୍ ଆକ୍ଟ ୧୮୮୫ ଶେଷ ହୋଇଯିବ । ନୂଆ ଟିଲେକମ୍ ଆକ୍ଟ ଏହାର ସ୍ଥାନ ନେହେ । ଏହାସହ ୧୯୯୩ ୱାୟରଲେସ୍ ଟେଲିଗ୍ରାଫ୍ ଆକ୍ଟକୁ ମଧ୍ୟ ଏହି ନୂଆ ଆଇନ ଶେଷ କରିଦେବ । ସରକାର ଫେକ୍ ସିମ୍ କାର୍ଡ ଏବଂ ଜାଲିଆତି ଉପରେ ଲଗାମ ଲଗାଇବା ପାଇଁ ନୂଆ ଟେଲିକମ୍ ଆଇନରେ ଅନେକ ବଡ଼ ପ୍ରାବଧାନ ଯୋଡିଛନ୍ତି । ଯେଉଁଥିରେ ଜେଲ୍ ଦଣ୍ଡଠାରୁ ଆରମ୍ଭ କରି ମୋଟା ଅଙ୍କର ଜରିମାନା ସାମିଲ ରହିଛି ।
ଯଦି କୌଣସି ୟୁଜରଙ୍କ ଆଧାର କାର୍ଡରୁ ୯ରୁ ଅଧିକ ସିମ୍ ଜାରି ହୋଇଛି, ତେବେ ତାଙ୍କ ଉପରେ ୫୦ ହଜାର ଟଙ୍କାର ଜରିମାନା ଲାଗିବ । ତେବେ ଏହି ଜରିମାନା ପ୍ରଥମ ଥର ଭୁଲ ପାଇଁ । ଯଦି କୌଣସି ବ୍ୟକ୍ତି ଭୁଲକୁ ଦୋହରାନ୍ତି ତେବେ ୨ ଲକ୍ଷ ଟଙ୍କା ଯାଏ ଜରିମାନା ଦେବାକୁ ପଡ଼ିବ । ଏହା ବ୍ୟତିତ ଯଦି ଭୁଲ ମାର୍ଗରେ ୟୁଜର ଆଡି ବ୍ୟବହାର କରି ସିମ୍ କାର୍ଡ କିଣାଯାଏ, ତେବେ ତିନି ବର୍ଷ ଯାଏ ଜେଲ୍ ଏବଂ ୫୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ । ସେହିପରି ଟେଲିକମ୍ ଅପରେଟର୍ସ ୟୁଜରଙ୍କ ଭେରିଫିକେସନ କେବଳ ବାୟୋମେଟ୍ରିକ ବେସଡ୍ ଆଇଡେଣ୍ଟିଫିକେସନ କରିବାକୁ ପଡ଼ିବ ।
ଏହା ପୂର୍ବରୁ ୨୦୨୪ ଫେବ୍ରୁଆରୀ ୭ରେ ଫେକ୍ ସିମ୍ କାର୍ଡ ଉପରେ କେନ୍ଦ୍ର ସରକାର କଡ଼ା ପ୍ରହାର କରିଥିଲେ । ସରକାର ୩.୨ ଲକ୍ଷ ସିମ୍ କାର୍ଡକୁ ବ୍ଲକ୍ କରିଥିଲେ । ସରକାର କହିଥିଲେ ଯେ ପୋଲିସ ୩.୨ ଲକ୍ଷ ସିମ୍ କାର୍ଡ ଏବଂ ୪୯ ହଜାର IMEIର ରିପୋର୍ଟ କରିଥିଲା, ଯାହା ପରେ ସରକାର ଏହି ସିମ୍ କାର୍ଡକୁ ବ୍ଲକ୍ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।