ଅଧୁରା ରହିଲା ପଞ୍ଚଲିଙ୍ଗେଶ୍ଵର ଦେବଦର୍ଶନ, ପର୍ଯ୍ୟଟକଙ୍କ ଅକାଳ ବିୟୋଗ

ନୀଳଗିରି: ପର୍ଯ୍ୟଟନ ଋତୁରେ ଚଳଚଞ୍ଚଳ ନୀଳଗିରି। ଦୈନନ୍ଦିନ ଶହଶହ ସଂଖ୍ୟାରେ ପର୍ଯ୍ୟଟକ ନୀଳଗିରିର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବୁଲିବାକୁ ଆସୁଥିବା ବେଳେ ଗତକାଲି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ୨୫ରୁ ଉର୍ଦ୍ଧ୍ଵ ପର୍ଯ୍ୟଟକ ପଞ୍ଚଲିଙ୍ଗେଶ୍ଵର ବୁଲିବାକୁ ଆସିଥିଲେ। ତନ୍ମଧ୍ୟରୁ ଅନୁଗୁଳ ଜିଲ୍ଲାର ଶରତ ଚନ୍ଦ୍ର ନାୟକ (୫୦)ନାମକ ପର୍ଯ୍ୟଟକଙ୍କ ଦେବ ଦର୍ଶନ ଅଧୁରା ରହିଛି। ସେଠାରେ ତାଙ୍କର ଅକାଳ ବିୟୋଗ ଘଟିଛି। ଅଧିକ ପଢନ୍ତୁ- ପୁଣି ରାଜନୀତିକୁ ଫେରିଲା ଖଣି ଦୁର୍ନୀତି ପ୍ରସଙ୍ଗ, ସିବିଆଇ ତଦନ୍ତ ଦାବି କଲା ବିଜେପି; ଏମିତି କହିଲା ବିଜେଡି ଅସୁସ୍ଥ ଅନୁଭବ କରିବାରୁ ଶରତ ଚନ୍ଦ୍ର ପଞ୍ଚଲିଙ୍ଗେଶ୍ଵର ମହାଦେବ ଦର୍ଶନରେ ଯାଇନଥିଲେ। ଅନ୍ୟ ସାଥୀ ମାନେ ଦର୍ଶନକରି ଫେରିବା ପରେ ଶରତଙ୍କ ଦେହ ଅଧିକ ଖରାପ ହୋଇଥିବା ଜାଣି ନିକଟସ୍ଥ ସନ୍ତରାଗଡିଆ ହସପିଟାଲକୁ ନେଇଥିଲେ। ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ୧୦୮ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଅତ୍ୟଧିକ ଏସିଡ ହୋଇଥିବା ଯୋଗୁଁ ତାଙ୍କର ଏପରି ହୋଇଥିବା ସହଯୋଗୀ ପର୍ଯ୍ୟଟକ ମାନେ ସୂଚନା ଦେଇଛନ୍ତି। ନୀଳଗିରି ପୋଲିସ ମୃତ ପର୍ଯ୍ୟଟକ ଶରତଙ୍କ ମୃତଦେହକୁ ନୀଳଗିରି ହସ୍ପିଟାଲ ଶବାଗାରରେ ରଖିଥିବା ବେଳେ ପରିବାର ଲୋକ ପହଞ୍ଚିଲା ପରେ ଶବ ବ୍ୟବଚ୍ଛେଦ କରି ହସ୍ତାନ୍ତର କରାଯିବ ବୋଲି ସୂଚନ

ଅଧୁରା ରହିଲା ପଞ୍ଚଲିଙ୍ଗେଶ୍ଵର ଦେବଦର୍ଶନ, ପର୍ଯ୍ୟଟକଙ୍କ ଅକାଳ ବିୟୋଗ

ନୀଳଗିରି: ପର୍ଯ୍ୟଟନ ଋତୁରେ ଚଳଚଞ୍ଚଳ ନୀଳଗିରି। ଦୈନନ୍ଦିନ ଶହଶହ ସଂଖ୍ୟାରେ ପର୍ଯ୍ୟଟକ ନୀଳଗିରିର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବୁଲିବାକୁ ଆସୁଥିବା ବେଳେ ଗତକାଲି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ୨୫ରୁ ଉର୍ଦ୍ଧ୍ଵ ପର୍ଯ୍ୟଟକ ପଞ୍ଚଲିଙ୍ଗେଶ୍ଵର ବୁଲିବାକୁ ଆସିଥିଲେ। ତନ୍ମଧ୍ୟରୁ ଅନୁଗୁଳ ଜିଲ୍ଲାର ଶରତ ଚନ୍ଦ୍ର ନାୟକ (୫୦)ନାମକ ପର୍ଯ୍ୟଟକଙ୍କ ଦେବ ଦର୍ଶନ ଅଧୁରା ରହିଛି। ସେଠାରେ ତାଙ୍କର ଅକାଳ ବିୟୋଗ ଘଟିଛି।

ଅଧିକ ପଢନ୍ତୁ- ପୁଣି ରାଜନୀତିକୁ ଫେରିଲା ଖଣି ଦୁର୍ନୀତି ପ୍ରସଙ୍ଗ, ସିବିଆଇ ତଦନ୍ତ ଦାବି କଲା ବିଜେପି; ଏମିତି କହିଲା ବିଜେଡି

ଅସୁସ୍ଥ ଅନୁଭବ କରିବାରୁ ଶରତ ଚନ୍ଦ୍ର ପଞ୍ଚଲିଙ୍ଗେଶ୍ଵର ମହାଦେବ ଦର୍ଶନରେ ଯାଇନଥିଲେ। ଅନ୍ୟ ସାଥୀ ମାନେ ଦର୍ଶନକରି ଫେରିବା ପରେ ଶରତଙ୍କ ଦେହ ଅଧିକ ଖରାପ ହୋଇଥିବା ଜାଣି ନିକଟସ୍ଥ ସନ୍ତରାଗଡିଆ ହସପିଟାଲକୁ ନେଇଥିଲେ। ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ୧୦୮ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଅତ୍ୟଧିକ ଏସିଡ ହୋଇଥିବା ଯୋଗୁଁ ତାଙ୍କର ଏପରି ହୋଇଥିବା ସହଯୋଗୀ ପର୍ଯ୍ୟଟକ ମାନେ ସୂଚନା ଦେଇଛନ୍ତି। ନୀଳଗିରି ପୋଲିସ ମୃତ ପର୍ଯ୍ୟଟକ ଶରତଙ୍କ ମୃତଦେହକୁ ନୀଳଗିରି ହସ୍ପିଟାଲ ଶବାଗାରରେ ରଖିଥିବା ବେଳେ ପରିବାର ଲୋକ ପହଞ୍ଚିଲା ପରେ ଶବ ବ୍ୟବଚ୍ଛେଦ କରି ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

The post ଅଧୁରା ରହିଲା ପଞ୍ଚଲିଙ୍ଗେଶ୍ଵର ଦେବଦର୍ଶନ, ପର୍ଯ୍ୟଟକଙ୍କ ଅକାଳ ବିୟୋଗ appeared first on Prameya News7.