ହୁରୁନ୍ ଇଣ୍ଡିଆ ଧନୀ ତାଲିକା ୨୦୨୪ରେ ତାରା ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ହୁରୁନ୍ ଇଣ୍ଡିଆ ଜାରି କରିଛି ଧନୀ ତାଲିକା ୨୦୨୪। ଏଥିରେ Falcon Marine Exportsର ତାରା ରଂଜନ ପଟ୍ଟନାୟକ ହୋଇଛନ୍ତି ସାମିଲ୍। ସେ  ୫୪୦ ତମ ସ୍ଥାନରେ ରହି ଓଡ଼ିଶା ପାଇଁ ଆଣିଛନ୍ତି ଗର୍ବ। ଫାଲକନ୍ ସାମୁଦ୍ରିକ ରପ୍ତାନୀର ପ୍ରୋତ୍ସାହକ ତାରା ରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ପରିବାର, ହୁରୁନ୍ ଇଣ୍ଡିଆ ଧନୀ ତାଲିକାରେ ୨୦୨୪ରେ ୫୪୦ତମ ମାନ୍ୟତା ପାଇଛନ୍ତି। ତାଙ୍କର ମୋଟ୍ ସଂପତ୍ତି ମୂଲ୍ୟ ୪ ହଜାର ୯୦୦ କୋଟି ଟଙ୍କା ରହିଛି। ଫାଲକନ୍ ଗ୍ରୁପ୍ ୪୦ ବର୍ଷ ପୁରୁଣା ସଂସ୍ଥା, ଦେଶର ସର୍ବବୃହତ ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ।  ଏହାର ରପ୍ତାନୀ ବ୍ୟବସାୟ ସମଗ୍ର ବିଶ୍ୱରେ ବ୍ୟାପିଛି। ସିଫୁଡ୍, ଫ୍ରେଞ୍ଚ୍ ଫ୍ରାଏସ୍, ଟ୍ରେଡିଂ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରରେ ବିବିଧ ଉଦ୍ୟୋଗ ଥିବା ଏହି ଗୋଷ୍ଠୀ ଓଡିଶା, ଆନ୍ଧ୍ରପ୍ରଦେଶ, ଗୁଜୁରାଟ ଏବଂ ଦୁବାଇରେ ନିଜକୁ ଏକ କି  ପ୍ଲେଆର୍ ଭାବେ  ଉପସ୍ଥାପନ କରିଛି। HURUN ରିପୋର୍ଟ ହେଉଛି ଏକ ବିସ୍ତୃତ ପରିସଂଖ୍ୟାନ ରିପୋର୍ଟ ଯାହାକି ଲକ୍ସମବର୍ଗ ଭିତ୍ତିକ ଫାର୍ମର ପ୍ରମୋଟର ମୁଖ୍ୟ ଅନୁସନ୍ଧାନକାରୀ ରୁପର୍ଟ ହୁଗେୱର୍ଫଙ୍କ ଦ୍ୱାରା ବିଶ୍ୱବ୍ୟାପୀ ପ୍ରକାଶିତ ହୋଇଛି ।  ଏହି ରିପୋର୍ଟ ଅମ୍ବାନୀ ପରିବାରକୁ ପଛରେ ପକାଇ ଦେଶର ନମ୍ବର ୱାନ୍ ଧନୀ ପରିବାର ହୋଇଛି  ଆଦାନୀ ଫ୍ୟାମିଲି। ହୁରୁନ ଇଣ୍ଡିଆ ଧନୀ ତାଲିକାରେ ମୋଟ ସମ୍ପତ୍ତି ୧୧.୬୨ ଲକ୍ଷ କୋଟି। ବର୍ଷକରେ ବଢିଛି ୯୫ %। ଅନ୍ୟପଟେ ପ୍ର

ହୁରୁନ୍ ଇଣ୍ଡିଆ ଧନୀ ତାଲିକା ୨୦୨୪ରେ ତାରା ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ହୁରୁନ୍ ଇଣ୍ଡିଆ ଜାରି କରିଛି ଧନୀ ତାଲିକା ୨୦୨୪। ଏଥିରେ Falcon Marine Exportsର ତାରା ରଂଜନ ପଟ୍ଟନାୟକ ହୋଇଛନ୍ତି ସାମିଲ୍। ସେ  ୫୪୦ ତମ ସ୍ଥାନରେ ରହି ଓଡ଼ିଶା ପାଇଁ ଆଣିଛନ୍ତି ଗର୍ବ। ଫାଲକନ୍ ସାମୁଦ୍ରିକ ରପ୍ତାନୀର ପ୍ରୋତ୍ସାହକ ତାରା ରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ପରିବାର, ହୁରୁନ୍ ଇଣ୍ଡିଆ ଧନୀ ତାଲିକାରେ ୨୦୨୪ରେ ୫୪୦ତମ ମାନ୍ୟତା ପାଇଛନ୍ତି। ତାଙ୍କର ମୋଟ୍ ସଂପତ୍ତି ମୂଲ୍ୟ ୪ ହଜାର ୯୦୦ କୋଟି ଟଙ୍କା ରହିଛି। ଫାଲକନ୍ ଗ୍ରୁପ୍ ୪୦ ବର୍ଷ ପୁରୁଣା ସଂସ୍ଥା, ଦେଶର ସର୍ବବୃହତ ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ।  ଏହାର ରପ୍ତାନୀ ବ୍ୟବସାୟ ସମଗ୍ର ବିଶ୍ୱରେ ବ୍ୟାପିଛି। ସିଫୁଡ୍, ଫ୍ରେଞ୍ଚ୍ ଫ୍ରାଏସ୍, ଟ୍ରେଡିଂ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରରେ ବିବିଧ ଉଦ୍ୟୋଗ ଥିବା ଏହି ଗୋଷ୍ଠୀ ଓଡିଶା, ଆନ୍ଧ୍ରପ୍ରଦେଶ, ଗୁଜୁରାଟ ଏବଂ ଦୁବାଇରେ ନିଜକୁ ଏକ କି  ପ୍ଲେଆର୍ ଭାବେ  ଉପସ୍ଥାପନ କରିଛି। 

HURUN ରିପୋର୍ଟ ହେଉଛି ଏକ ବିସ୍ତୃତ ପରିସଂଖ୍ୟାନ ରିପୋର୍ଟ ଯାହାକି ଲକ୍ସମବର୍ଗ ଭିତ୍ତିକ ଫାର୍ମର ପ୍ରମୋଟର ମୁଖ୍ୟ ଅନୁସନ୍ଧାନକାରୀ ରୁପର୍ଟ ହୁଗେୱର୍ଫଙ୍କ ଦ୍ୱାରା ବିଶ୍ୱବ୍ୟାପୀ ପ୍ରକାଶିତ ହୋଇଛି ।  ଏହି ରିପୋର୍ଟ ଅମ୍ବାନୀ ପରିବାରକୁ ପଛରେ ପକାଇ ଦେଶର ନମ୍ବର ୱାନ୍ ଧନୀ ପରିବାର ହୋଇଛି  ଆଦାନୀ ଫ୍ୟାମିଲି। ହୁରୁନ ଇଣ୍ଡିଆ ଧନୀ ତାଲିକାରେ ମୋଟ ସମ୍ପତ୍ତି ୧୧.୬୨ ଲକ୍ଷ କୋଟି। ବର୍ଷକରେ ବଢିଛି ୯୫ %। ଅନ୍ୟପଟେ ପ୍ରଥମ ଥର ପାଇଁ ହୁରୁନ ଇଣ୍ଡିଆ ଧନୀ ତାଲିକାରେ ସାମିଲ୍ ହୋଇଛନ୍ତି ବଲିଉଡ୍ ବାଦଶାହ ଶାହୁରଖ ଖାନ୍।  କିଙ୍ଗ ଖାନ୍‌ଙ୍କ ସମ୍ପତ୍ତି ୭,୩୦୦ କୋଟି। ସେଥିରେ ତାରା ରଞ୍ଜନ ପଟ୍ଟନାୟକ ସାମିଲ୍ ହୋଇଥିବାରୁ ଏହା ନିଶ୍ଚିତ ଭାବେ ଓଡିଶା ପାଇଁ ଗର୍ବର ବିଷୟ।