ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ ଦେଇଛନ୍ତି। ଗୁଜରାଟ ଏବଂ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ନୁର ଅହମ୍ମଦ କୋହଲିଙ୍କ ଉଇକେଟ ନେଇଥିଲେ। ନୁର କୋହଲିଙ୍କୁ ଏକ କ୍ୟାଚ ମାଧ୍ୟମରେ ପାଭିଲିୟନର ରାସ୍ତା ଦେଖାଇଥିଲେ। ମ୍ୟାଚ ନୁର ମାତ୍ର ୨୩ ରନ ଦେଇ ୪ ଓଭରରେ ୨ ଉଇକେଟ ନେଇଥିଲେ। କୋହଲି ୨ ଚୌକା ଓ ୪ […] The post ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି appeared first on Dharitri Odia News.

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ ଦେଇଛନ୍ତି। ଗୁଜରାଟ ଏବଂ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ନୁର ଅହମ୍ମଦ କୋହଲିଙ୍କ ଉଇକେଟ ନେଇଥିଲେ।
ନୁର କୋହଲିଙ୍କୁ ଏକ କ୍ୟାଚ ମାଧ୍ୟମରେ ପାଭିଲିୟନର ରାସ୍ତା ଦେଖାଇଥିଲେ। ମ୍ୟାଚ ନୁର ମାତ୍ର ୨୩ ରନ ଦେଇ ୪ ଓଭରରେ ୨ ଉଇକେଟ ନେଇଥିଲେ। କୋହଲି ୨ ଚୌକା ଓ ୪ ଛକା ସହାୟତାରେ ୨୭ ବଲରେ ୪୨ ରନ ଖେଳିଥିଲେ। ଏହି ସମୟ ମଧ୍ୟରେ ତାଙ୍କର ଷ୍ଟ୍ରାଇକ ହାର ୧୫୫.୫୬ ଥିଲା । ଏହି ଇନିଂସ ସହ କୋହଲି ପୁଣି ଥରେ ତାଙ୍କ ମୁଣ୍ଡରେ ଅରେଞ୍ଜ୍‌ ରଙ୍ଗର ଟୋପି ପିନ୍ଧିଛନ୍ତି।
ମ୍ୟାଚ ପରେ କୋହଲି ନୁରଙ୍କୁ ତାଙ୍କ ଜର୍ସି ଉପହାର ଦେଇଥିଲେ, ଯେଉଁଥିରେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଏବଂ ସୁନ୍ଦର ବାର୍ତ୍ତା ମଧ୍ୟ ଲେଖିଥିଲେ। ଜର୍ସି ପାଇବା ପରେ ନୁର ରାଜା କୋହଲିଙ୍କୁ ଏକ ବିଶେଷ ଧନ୍ୟବାଦ ଦେଇଥିଲେ। ନୁରଙ୍କୁ ଜର୍ସି ଉପହାର ଦେବାବେଳେ କୋହଲି ଏହା ଉପରେ ଲେଖିଥିଲେ, ପ୍ରିୟ ନୁର, ସ୍ବତନ୍ତ୍ର ବୋଲିଂ। ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। କୋହଲି ଏହି ବାର୍ତ୍ତା ତଳେ ଦସ୍ତଖତ କରିଛନ୍ତି ।
ଏହି ନ୍ତ୍‌ଉପହାର ପାଇଁ ନୁର ଅହମ୍ମଦ କୋହଲିଙ୍କୁ ଏକ ବିଶେଷ ଧନ୍ୟବାଦ ଦେଇଥିଲେ। କିଙ୍ଗ କୋହଲିଙ୍କ ଜର୍ସି ସହିତ ନୁର ଏକ ଇନଷ୍ଟାଗ୍ରାମ ଷ୍ଟାଟସ୍‌ ପୋଷ୍ଟ କରିଛନ୍ତି। ଷ୍ଟାଟସ୍‌ ରେ ନୁର ଲେଖିଛନ୍ତି, ସର୍ବଦା ମୋର ପ୍ରିୟତମ। ବିରାଟ କୋହଲିଙ୍କୁ ଧନ୍ୟବାଦ।
ସୂଚନାଯୋଗ୍ୟ ଯେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ ମାଧ୍ୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୪ର ଚତୁର୍ଥ ବିଜୟ ହାସଲ କରିଛି। ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ବେଙ୍ଗାଲୁରୁ ଗୁଜରାଟକୁ ୪ ଉଇକେଟରେ ପରାସ୍ତ କରିଛି।

The post ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି appeared first on Dharitri Odia News.