ବୁଧବାର ଭାରତ ବନ୍ଦ ! ବଢ଼ାଗଲା ଲୋକସେବା ଭବନର ସୁରକ୍ଷା, ସକାଳ ୯.୩୦ ସୁଦ୍ଧା ଅଫିସ୍ ଆସିବାକୁ ପରାମର୍ଶ
ଭୁବନେଶ୍ୱର: ବୁଧବାର ଭାରତ ବନ୍ଦ ଡାକରା। ଓଡ଼ିଶାରେ ବନ୍ଦ ପାଳନ କରିବେ ବିଭିନ୍ନ ସଂଗଠନ। ବନ୍ଦରେ ସାମିଲ ହେବେ ଏସଟି/ଏସସି, ଦଳିତ ସଂଗଠନ। ଓଡ଼ିଶା ଆଦିବାସୀ କଲ୍ୟାଣ ସଂଘ ହେବ ସାମିଲ। ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ ହେବ ପ୍ରତିବାଦ। ତେବେ ଷ୍ଟେସନ, ପେଟ୍ରୋଲ ପମ୍ପରେ ପିକେଟିଂ ହେବ। ବିଭିନ୍ନ ଅଫିସ, ବ୍ୟାଙ୍କ ଆଗରେ ପ୍ରତିବାଦ କରିବ ସଂଗଠନ। ବନ୍ଦକୁ ଦୃଷ୍ଟିରେ ରଖି ଲୋକସେବା ଭବନ ଓ ଖାରବେଳ ଭବନ ସୁରକ୍ଷା ବଢାଇ ଦିଆଯାଇଛି। ସକାଳ ୯.୩୦ ସୁଦ୍ଧା ଅଫିସ୍ ଆସିବାକୁ କୁହାଯାଇଛି। ସେହିପରି ୧୦.୧୫ରେ ଗେଟ୍ ବନ୍ଦ କରିବାକୁ କୁହାଯାଇଛି।ସେପଟେ କାଲି ସାରା ରାଜ୍ୟରେ ସ୍ୱାଭାବିକ ରହିବ ବସ ଚଳାଚଳ। ଭାରତ ବନ୍ଦ ଡାକରା ଦେଇଥିବା କୌଣସି ସଂଗଠନ ସହ ଜଡିତ ନାହିଁ ବସ୍ ଆସୋସିଏସନ୍। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ।ପ୍ରକାଶଥାଉକି ସଂରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି ଭାରତ ବନ୍ଦ ଡାକରା ଦେଇଛି। SC/ ST ସଂରକ୍ଷଣରେ ସ୍ପେଶାଲ କାଟାଗୋରୀ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ଆସନ୍ତା ଅଗଷ୍ଟ ୨୧ ଅର୍ଥାତ୍ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି ସଂରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି। ଅନେକ ଦଳିତ ସଂଗଠନ ମଧ୍ୟ ଭାରତ ବନ୍ଦକୁ ସମର୍ଥନ କରିଛନ୍ତି। ଏହା ବ୍ୟତୀତ ବିଏସପି ଭାରତ ବନ୍ଦକୁ ମଧ୍ୟ ସମର୍ଥନ କରିଛି। କୌଣସି ଉତ୍ତେଜନାକୁ ଏଡାଇବା ପ
ଭୁବନେଶ୍ୱର: ବୁଧବାର ଭାରତ ବନ୍ଦ ଡାକରା। ଓଡ଼ିଶାରେ ବନ୍ଦ ପାଳନ କରିବେ ବିଭିନ୍ନ ସଂଗଠନ। ବନ୍ଦରେ ସାମିଲ ହେବେ ଏସଟି/ଏସସି, ଦଳିତ ସଂଗଠନ। ଓଡ଼ିଶା ଆଦିବାସୀ କଲ୍ୟାଣ ସଂଘ ହେବ ସାମିଲ। ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ ହେବ ପ୍ରତିବାଦ। ତେବେ ଷ୍ଟେସନ, ପେଟ୍ରୋଲ ପମ୍ପରେ ପିକେଟିଂ ହେବ। ବିଭିନ୍ନ ଅଫିସ, ବ୍ୟାଙ୍କ ଆଗରେ ପ୍ରତିବାଦ କରିବ ସଂଗଠନ। ବନ୍ଦକୁ ଦୃଷ୍ଟିରେ ରଖି ଲୋକସେବା ଭବନ ଓ ଖାରବେଳ ଭବନ ସୁରକ୍ଷା ବଢାଇ ଦିଆଯାଇଛି। ସକାଳ ୯.୩୦ ସୁଦ୍ଧା ଅଫିସ୍ ଆସିବାକୁ କୁହାଯାଇଛି। ସେହିପରି ୧୦.୧୫ରେ ଗେଟ୍ ବନ୍ଦ କରିବାକୁ କୁହାଯାଇଛି।
ସେପଟେ କାଲି ସାରା ରାଜ୍ୟରେ ସ୍ୱାଭାବିକ ରହିବ ବସ ଚଳାଚଳ। ଭାରତ ବନ୍ଦ ଡାକରା ଦେଇଥିବା କୌଣସି ସଂଗଠନ ସହ ଜଡିତ ନାହିଁ ବସ୍ ଆସୋସିଏସନ୍। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ।
ପ୍ରକାଶଥାଉକି ସଂରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି ଭାରତ ବନ୍ଦ ଡାକରା ଦେଇଛି। SC/ ST ସଂରକ୍ଷଣରେ ସ୍ପେଶାଲ କାଟାଗୋରୀ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ଆସନ୍ତା ଅଗଷ୍ଟ ୨୧ ଅର୍ଥାତ୍ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି ସଂରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି। ଅନେକ ଦଳିତ ସଂଗଠନ ମଧ୍ୟ ଭାରତ ବନ୍ଦକୁ ସମର୍ଥନ କରିଛନ୍ତି। ଏହା ବ୍ୟତୀତ ବିଏସପି ଭାରତ ବନ୍ଦକୁ ମଧ୍ୟ ସମର୍ଥନ କରିଛି। କୌଣସି ଉତ୍ତେଜନାକୁ ଏଡାଇବା ପାଇଁ ସମସ୍ତ ଜିଲ୍ଲାରେ ପୋଲିସ ଫୋର୍ସ ମୁତୟନ କରିବାକୁ କୁହାଯାଇଛି।
ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଏସସି/ଏସଟି ସଂରକ୍ଷଣରେ ସ୍ପେଶାଲ କାଟାଗୋରୀ ସୃଷ୍ଟି କରିବାକୁ ଅନୁମତି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଯେଉଁମାନେ ପ୍ରକୃତରେ ଏହାର ଆବଶ୍ୟକ କରନ୍ତି ସେମାନେ ସଂରକ୍ଷଣ କ୍ଷେତ୍ରରେ ପ୍ରାଥମିକତା ପାଇବା ଉଚିତ୍। ଏହି ନିଷ୍ପତ୍ତି ବ୍ୟାପକ ବିତର୍କ ସୃଷ୍ଟି କରିଛି। ଏହାକୁ ନେଇ ବିବାଦ ସୃଷ୍ଟି କରିଛି। ଭାରତ ବନ୍ଦ ଆହ୍ୱାନ ଦେଇଥିବା ସଂଗଠନଗୁଡ଼ିକ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି।