ଧନତେରସ୍ ପାଇଁ ସୁନା ଦୋକାନ ଆଗରେ ବଡ଼ ବଡ଼ ହୋର୍ଡିଂ
୨୪ କ୍ୟାରେଟ୍ ବା ଖାଣ୍ଟି ସୁନା ଦାମ ୮୦ ହଜାର ମୁହେଁଇଲାଣି । ଦର ପହଞ୍ଚିଛି ୭୯ ହଜାର ୮୦୦ ଟଙ୍କାରେ।
ଧନତେରସ୍ ପାଇଁ ସୁନା ଦୋକାନ ଆଗରେ ବଡ଼ ବଡ଼ ହୋର୍ଡିଂ। ନୂଆ ନୂଆ ଡିଜାଇନର ଗହଣା ସାଂଗକୁ ମନଲୋଭା ଅଫର୍ ବି ରହିଛି। ହେଲେ ଗ୍ରାହକ ନାଖୁସ୍। କାରଣ ବର୍ଷକ ଭିତରେ ୧୭ ହଜାର ଟଙ୍କା ମହଙ୍ଗା ହୋଇଛି ସୁନା ଦର। ଗତବର୍ଷ ଧନତେରସ ବେଳେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ ୧୦ ଗ୍ରାମ ପିଛା ୫୬ ହଜାର ଟଙ୍କା ଥିଲା। ହେଲେ ଆଜି ତାହା ୭୩ ହଜାର ୧୫୦ ଟଙ୍କାରେ ବିକ୍ରି ହେଉଛି। ୨୪ କ୍ୟାରେଟ୍ ବା ଖାଣ୍ଟି ସୁନା ଦାମ ୮୦ ହଜାର ମୁହେଁଇଲାଣି । ଦର ପହଞ୍ଚିଛି ୭୯ ହଜାର ୮୦୦ ଟଙ୍କାରେ।