ମା’ ମାଣିକେଶ୍ବରୀଙ୍କ ଛତରଯାତ୍ରାକୁ ନେଇ ଆପତ୍ତିଜନକ ମନ୍ତବ୍ୟ: ଥାନାରେ ପହଞ୍ଚିଲା ମାମଲା

ଭବାନୀପାଟଣା,୨୧ା୧୦(ଉତ୍ତମ କୁମାର ଦାଶ): ଲୋକଙ୍କ ଆସ୍ଥାର ପ୍ରତୀକ କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା ପ୍ରତି ଟିପିଡବ୍ଲ୍ୟୁଓଡ଼ିଏଲ୍‌ ଆର୍‌ସିଏମ୍‌ ଡିଭିଜନର ଜଣେ କର୍ମଚାରୀଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଏହାକୁ ନେଇ କଳାହାଣ୍ଡି ହେଲ୍‌ପିଂ ହ୍ୟାଣ୍ଡ ମୁଖ୍ୟ ତଥା ବରିଷ୍ଠ ଭାଜପା ନେତା ଅମୋଜ ପଣ୍ଡା ଓ ମୁଇ କଳାହାଣ୍ଡିଆ ଫର କଳାହାଣ୍ଡିର ସଙ୍ଗଠକ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ସୋମବାର ବହୁ ଲୋକ ଭବାନୀପାଟଣା ବାହାଦୁର ବଗିଚାପଡ଼ାସ୍ଥିତ ଅଧୀକ୍ଷଣ ଯନ୍ତ୍ରୀ […] The post ମା’ ମାଣିକେଶ୍ବରୀଙ୍କ ଛତରଯାତ୍ରାକୁ ନେଇ ଆପତ୍ତିଜନକ ମନ୍ତବ୍ୟ: ଥାନାରେ ପହଞ୍ଚିଲା ମାମଲା appeared first on Dharitri Odia News.

ମା’ ମାଣିକେଶ୍ବରୀଙ୍କ ଛତରଯାତ୍ରାକୁ ନେଇ ଆପତ୍ତିଜନକ ମନ୍ତବ୍ୟ: ଥାନାରେ ପହଞ୍ଚିଲା ମାମଲା

ଭବାନୀପାଟଣା,୨୧ା୧୦(ଉତ୍ତମ କୁମାର ଦାଶ): ଲୋକଙ୍କ ଆସ୍ଥାର ପ୍ରତୀକ କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା ପ୍ରତି ଟିପିଡବ୍ଲ୍ୟୁଓଡ଼ିଏଲ୍‌ ଆର୍‌ସିଏମ୍‌ ଡିଭିଜନର ଜଣେ କର୍ମଚାରୀଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

ଏହାକୁ ନେଇ କଳାହାଣ୍ଡି ହେଲ୍‌ପିଂ ହ୍ୟାଣ୍ଡ ମୁଖ୍ୟ ତଥା ବରିଷ୍ଠ ଭାଜପା ନେତା ଅମୋଜ ପଣ୍ଡା ଓ ମୁଇ କଳାହାଣ୍ଡିଆ ଫର କଳାହାଣ୍ଡିର ସଙ୍ଗଠକ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ସୋମବାର ବହୁ ଲୋକ ଭବାନୀପାଟଣା ବାହାଦୁର ବଗିଚାପଡ଼ାସ୍ଥିତ ଅଧୀକ୍ଷଣ ଯନ୍ତ୍ରୀ ଅଫିସକୁ ଯାଇ ବିରୋଧ ପ୍ରଦର୍ଶନ କରିଥିଲେ।

ଏହାସହ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଟାଟା ପାୱାର କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପସ୍ଥିତ ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀ ଲୋକନାଥ ଦାଶ ଓ ଅଧିକାରୀ ବ୍ରଜେଶ କୁଶଙ୍କଠାରେ ଦାବି କରିଥିଲେ। ତେବେ ଟାଟା ପାୱାର ଅଧିକାରୀ ଏହି ବିଷୟରେ ପୂର୍ବରୁ ଅବଗତ ଥିବା କହିବା ସହ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି ଆଶ୍ବାସନା ଦେଇଥିଲେ।

ପ୍ରକାଶ ଯେ, ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା ଉପରେ ଭବାନୀପାଟଣା ଟିପିଡବ୍ଲ୍ୟୁଓଡିଏଲ୍‌ ଆର୍‌ସିଏମ୍‌ ଡିଭିଜନର ମୁଖ୍ୟ ଅନିଲ ଶର୍ମା ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଡିଓ ଭାଇରାଲ ହୋଇଥିଲା। ଏହାକୁ ଆଧାର କରି ଭବାନୀପାଟଣା ବାହାଦୁର ବଗିଚାପଡ଼ା ସମାଜସେବୀ ସୁଶାନ୍ତ ପଟ୍ଟନାୟକ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ଥାନା ଅଧିକାରୀ ଆର୍‌ସିଏମ୍‌ ମୁଖ୍ୟ ଶର୍ମାଙ୍କ ବିରୋଧରେ ଏକ ମାମଲା (ନଂ.୪୨୭/୨୪) ରୁଜୁ କରି ଭାରତୀୟ ନ୍ୟାୟ ସଂହିତା ୨୦୨୩ ଅନୁଯାୟୀ ଧାରା ୩୫୬(୨) ଓ ୨୯୬ରେ ତଦନ୍ତ ଜାରି ରଖିଥିବା ଜଣାପଡିଛି। ଅନ୍ୟପକ୍ଷେ, ତୁରନ୍ତ ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜିଲାର ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି।

The post ମା’ ମାଣିକେଶ୍ବରୀଙ୍କ ଛତରଯାତ୍ରାକୁ ନେଇ ଆପତ୍ତିଜନକ ମନ୍ତବ୍ୟ: ଥାନାରେ ପହଞ୍ଚିଲା ମାମଲା appeared first on Dharitri Odia News.