ଦୁଇ ଦିନିଆ ବ୍ରୁନେଇ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ବ୍ରୁନେଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଦିନିଆ ବ୍ରୁନେଇ ଦାରୁସଲାମ ଗସ୍ତରେ ଯାଇଛନ୍ତି। ଅପରାହ୍ନରେ ମୋଦୀ ବ୍ରୁନେଇର ବନ୍ଦର ସେରି ବେଗାୱାନ ବିମାନବନ୍ଦରରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ସୁଲତାନ ହାଜି ହସନାଲ ବୋଲକିୟାଙ୍କ ନିମନ୍ତ୍ରଣ କ୍ରମେ ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ରକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଦ୍ବିପାକ୍ଷିକ ଗସ୍ତ। ମୋଦୀ ୨ ଦିନିଆ ବ୍ରୁନେଇ ଗସ୍ତ ଅବସରରେ ବିଶ୍ବର ସର୍ବବୃହତ୍ ପ୍ରାସାଦ ତଥା ବ୍ରୁନେଇର ଶାସକ ସୁଲତାନ ହସନାଲ ବୋଲକିୟାଙ୍କ ସରକାରୀ ବାସଭବନ […]

ବ୍ରୁନେଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଦିନିଆ ବ୍ରୁନେଇ ଦାରୁସଲାମ ଗସ୍ତରେ ଯାଇଛନ୍ତି। ଅପରାହ୍ନରେ ମୋଦୀ ବ୍ରୁନେଇର ବନ୍ଦର ସେରି ବେଗାୱାନ ବିମାନବନ୍ଦରରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ସୁଲତାନ ହାଜି ହସନାଲ ବୋଲକିୟାଙ୍କ ନିମନ୍ତ୍ରଣ କ୍ରମେ ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ରକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଦ୍ବିପାକ୍ଷିକ ଗସ୍ତ। ମୋଦୀ ୨ ଦିନିଆ ବ୍ରୁନେଇ ଗସ୍ତ ଅବସରରେ ବିଶ୍ବର ସର୍ବବୃହତ୍ ପ୍ରାସାଦ ତଥା ବ୍ରୁନେଇର ଶାସକ ସୁଲତାନ ହସନାଲ ବୋଲକିୟାଙ୍କ ସରକାରୀ ବାସଭବନ ‘ଇସ୍ତାନା ନୁରୁଲ ଇମାନ ପ୍ୟାଲେସ’ରେ ରହିବେ। ଏହା ବିଶ୍ବରେ ସବୁଠାରୁ ବଡ଼ ରାଜପ୍ରାସାଦ ଏବଂ ଏଥିପାଇଁ ଏହା ଗିନିସ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି। ଏହି ପ୍ୟାଲେସରେ ୧୭୮୮ଟି ରୁମ୍, ୨୫୭ଟି ବାଥ୍ରୁମ୍ , ୪୪ଟି ଷ୍ଟେୟାର କେସ୍ ରହିଛି। ଏହି ପ୍ରାସାଦରେ ୩୮ ପ୍ରକାରର ମାର୍ବଲ୍ ବ୍ୟବହାର ହୋଇଛି।