୨୫ ମିନିଟ ଭିତରେ ଆତଙ୍କବାଦୀ ମାସୁଦ ଆଝାର ପରିବାରର ୧୦ ସଦସ୍ୟ ସଫା

ନୂଆଦିଲ୍ଲୀ : ତୁମେ ଜାତି ପଚାରି ମାରିଥିଲ.. ଆମେ ଘରେ ପଶି ମାରିବୁ । ସିନ୍ଦୁରର ପ୍ରତିଶୋଧ ନେଇଛି ଅପରେସନ’ସିନ୍ଦୁର’ । ଗତକାଲି ରାତି ଅଧରେ ଆତଙ୍କବାଦୀଙ୍କ ଦେଶରେ ପଶି ଆତଙ୍କବାଦୀଙ୍କୁ ମାରିଛି ଭାରତ । ଅପରେସନ ‘ସିନ୍ଦୁର’ ଏୟାର ଷ୍ଟ୍ରାଇକ କରି ରାତି ୧.୫ ରୁ ୧.୩୦ ମିନିଟ ଭିତରେ ମାତ୍ର ୨୫ ମିନିଟ ମଧ୍ୟରେ ଜୈଶ-ଇ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାର ପରିବାରର ୧୦ ଜଣ ସଦସ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି । ମାସୁଦ […]

୨୫ ମିନିଟ ଭିତରେ ଆତଙ୍କବାଦୀ ମାସୁଦ ଆଝାର ପରିବାରର ୧୦ ସଦସ୍ୟ ସଫା
୨୫ ମିନିଟ ଭିତରେ ଆତଙ୍କବାଦୀ ମାସୁଦ ଆଝାର ପରିବାରର ୧୦ ସଦସ୍ୟ ସଫା

ନୂଆଦିଲ୍ଲୀ : ତୁମେ ଜାତି ପଚାରି ମାରିଥିଲ.. ଆମେ ଘରେ ପଶି ମାରିବୁ । ସିନ୍ଦୁରର ପ୍ରତିଶୋଧ ନେଇଛି ଅପରେସନ’ସିନ୍ଦୁର’ । ଗତକାଲି ରାତି ଅଧରେ ଆତଙ୍କବାଦୀଙ୍କ ଦେଶରେ ପଶି ଆତଙ୍କବାଦୀଙ୍କୁ ମାରିଛି ଭାରତ । ଅପରେସନ ‘ସିନ୍ଦୁର’ ଏୟାର ଷ୍ଟ୍ରାଇକ କରି ରାତି ୧.୫ ରୁ ୧.୩୦ ମିନିଟ ଭିତରେ ମାତ୍ର ୨୫ ମିନିଟ ମଧ୍ୟରେ ଜୈଶ-ଇ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାର ପରିବାରର ୧୦ ଜଣ ସଦସ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ମାସୁଦ ପୁତୁରା (ମସୁଦ ଭାଇର ପୁଅ) ପ୍ରାଣ ହରାଇଥିବାବେଳେ ଭାରତର ମୋଷ୍ଟ ୱାଣ୍ଟେଡ୍ ଟେରରିଷ୍ଟ ରଫ୍ ଅସଗର ଅପରେଶନ୍ ସିନ୍ଦୁରରେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।

ପହଲଗାମ୍ ଆକ୍ରମଣରେ ଜବାବ ଦେବା ଲାଗି ଭାରତୀୟ ବାୟୁସେନା ଓ ନୌସେନା ପକ୍ଷରୁ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଏହି ଅପରେଶନ୍ କରାଯାଇଥିଲା । ପାଖାପାଖି ୨୫ ମିନିଟ ଧରି ଚାଲିଥିଲା ଏହି ଅପରେଶନ୍ । ପାକିସ୍ତାନର ୯ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ ହୋଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମୃତାହତ ନେଇ ସଠିକ ତଥ୍ୟ ମିଳିପାରିନାହିଁ ।