ଜି-୭ ସମ୍ମିଳନୀ ପାଇଁ ଇଟାଲିରେ ମୋଦୀ, ମେଲୋନିଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଇଟାଲି ଗସ୍ତରେ ଅଛନ୍ତି । ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାପରେ ଏହା ମୋଦୀଙ୍କର ପ୍ରଥମ ବିଦେଶ ଗସ୍ତ। ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଜି-୭ ସମ୍ମିଳନୀରେ ଯୋଗ ଦେବାପାଇଁ ଇଟାଲିର ଅପୁଲିଆ ଗସ୍ତ କରିଛନ୍ତି। ମୋଦୀ ଆଜି ଜି-୭ ସମ୍ମିଳନୀରେ ଯୋଗ ଦେବେ। ମୋଦୀ ଗତକାଲି ଗସ୍ତ ପୂର୍ବରୁ ଏକ ବିବୃତି ଜାରି କରି କହିଥିଲେ ତୃତୀୟ ପାଳିରେ ମୋର ପ୍ରଥମ ବିଦେଶ ଗସ୍ତ […]

ଜି-୭ ସମ୍ମିଳନୀ ପାଇଁ ଇଟାଲିରେ ମୋଦୀ, ମେଲୋନିଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଇଟାଲି ଗସ୍ତରେ ଅଛନ୍ତି । ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାପରେ ଏହା ମୋଦୀଙ୍କର ପ୍ରଥମ ବିଦେଶ ଗସ୍ତ। ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଜି-୭ ସମ୍ମିଳନୀରେ ଯୋଗ ଦେବାପାଇଁ ଇଟାଲିର ଅପୁଲିଆ ଗସ୍ତ କରିଛନ୍ତି। ମୋଦୀ ଆଜି ଜି-୭ ସମ୍ମିଳନୀରେ ଯୋଗ ଦେବେ। ମୋଦୀ ଗତକାଲି ଗସ୍ତ ପୂର୍ବରୁ ଏକ ବିବୃତି ଜାରି କରି କହିଥିଲେ ତୃତୀୟ ପାଳିରେ ମୋର ପ୍ରଥମ ବିଦେଶ ଗସ୍ତ ଇଟାଲିକୁ ଜି-୭ ସମ୍ମିଳନୀ ପାଇଁ ହୋଇଥିବାରୁ ଏଥିରେ ମୁଁ ଖୁବ୍ ଖୁସି। ଜି-୭ ସମ୍ମିଳନୀରେ ଗୁଇନ୍ଦା, ଶକ୍ତି ଏବଂ ଆଫ୍ରିକା ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ। ଜି-୭ ସମ୍ମିଳନୀ ଅବସରରେ ମୋଦୀ ତାଙ୍କ ଇଟାଲି ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ ଏବଂ ପୋପ୍ ଫ୍ରାନସିସଙ୍କୁ ମଧ୍ୟ ଭେଟିପାରନ୍ତି। ଉଲ୍ଲେଖଯୋଗ୍ୟ, ଜି-୭ ସମ୍ମିଳନୀରେ ଏହା ଭାରତର ଏକାଦଶ ଯୋଗଦାନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀ ଲଗାତାର ପଞ୍ଚମ ଥର ପାଇଁ ଜି-୭ ସମ୍ମିଳନୀରେ ଯୋଗ ଦେବାପାଇଁ ଯାଉଛନ୍ତି। ଚଳିତ ବର୍ଷ ଜି-୭ ସମ୍ମିଳନୀରେ ମୁଖ୍ୟ ଫୋକସ୍ ରୁଷ୍-ୟୁକ୍ରେନ ଯୁଦ୍ଧ ଏବଂ ଗାଜାରେ ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ରହିବ ବୋଲି କୁହାଯାଉଛି।