ସରୋଗେସୀରେ ମା’ ହୋଇଥିବା ମହିଳା ସରକାରୀ କର୍ମଚାରୀଙ୍କୁ ୬ ମାସ ମିଳିବ ମାତୃତ୍ୱ ଛୁଟି

ନୂଆଦିଲ୍ଲୀ,୨୪ା୬: ସରୋଗେସୀରେ ମା’ ହୋଇଥିବା ମହିଳା ସରକାରୀ କର୍ମଚାରୀ ୧୮୦ ଦିନ ମାତୃତ୍ୱ ଛୁଟି ନେଇପାରିବେ। କେନ୍ଦ୍ର ସରକାର ସେଣ୍ଟ୍ରାଲ ସିଭିଲ୍‌ ସର୍ଭିସ (ଛୁଟି) ନିୟମାବଳୀ, ୧୯୭୨ରେ ସଂଶୋଧନ ଆଣିଛନ୍ତି। ତଦନୁଯାୟୀ କମିଶନିଂ ମଦର (ସରୋଗେସି ଜରିଆରେ ଜନ୍ମିତ ସନ୍ତାନର ମାଆ)ଙ୍କୁ ୬ ମାସ ମାତୃତ୍ୱ ଛୁଟି ସହ ଶିଶୁର ଯତ୍ନ ନେବା ପାଇଁ ବାପାଙ୍କୁ ମଧ୍ୟ ୧୫ ଦିନ ଛୁଟି ମିଳିବ। ତେବେ ସରୋଗେସିରେ ମା’ ହୋଇଥିବା ମହିଳା କର୍ମଚାରୀଙ୍କର ୨ରୁ କମ୍‌ ପିଲା ରହିଥିବା […] The post ସରୋଗେସୀରେ ମା’ ହୋଇଥିବା ମହିଳା ସରକାରୀ କର୍ମଚାରୀଙ୍କୁ ୬ ମାସ ମିଳିବ ମାତୃତ୍ୱ ଛୁଟି appeared first on Dharitri Odia News.

ସରୋଗେସୀରେ ମା’ ହୋଇଥିବା ମହିଳା ସରକାରୀ କର୍ମଚାରୀଙ୍କୁ ୬ ମାସ ମିଳିବ ମାତୃତ୍ୱ ଛୁଟି

ନୂଆଦିଲ୍ଲୀ,୨୪ା୬: ସରୋଗେସୀରେ ମା’ ହୋଇଥିବା ମହିଳା ସରକାରୀ କର୍ମଚାରୀ ୧୮୦ ଦିନ ମାତୃତ୍ୱ ଛୁଟି ନେଇପାରିବେ। କେନ୍ଦ୍ର ସରକାର ସେଣ୍ଟ୍ରାଲ ସିଭିଲ୍‌ ସର୍ଭିସ (ଛୁଟି) ନିୟମାବଳୀ, ୧୯୭୨ରେ ସଂଶୋଧନ ଆଣିଛନ୍ତି।

ତଦନୁଯାୟୀ କମିଶନିଂ ମଦର (ସରୋଗେସି ଜରିଆରେ ଜନ୍ମିତ ସନ୍ତାନର ମାଆ)ଙ୍କୁ ୬ ମାସ ମାତୃତ୍ୱ ଛୁଟି ସହ ଶିଶୁର ଯତ୍ନ ନେବା ପାଇଁ ବାପାଙ୍କୁ ମଧ୍ୟ ୧୫ ଦିନ ଛୁଟି ମିଳିବ। ତେବେ ସରୋଗେସିରେ ମା’ ହୋଇଥିବା ମହିଳା କର୍ମଚାରୀଙ୍କର ୨ରୁ କମ୍‌ ପିଲା ରହିଥିବା ଆବଶ୍ୟକ।

ଆଜି ପର୍ଯ୍ୟନ୍ତ ସରୋଗେସି ଜରିଆରେ ସନ୍ତାନ ପ୍ରାପ୍ତ ହୋଇଥିବା ମା’ଙ୍କୁ ମାତୃତ୍ୱ ଛୁଟି ମିଳୁ ନ ଥିଲା। ବର୍ତ୍ତମାନର ନିୟମ ଅନୁଯାୟୀ ଜଣେ ମହିଳା ସରକାରୀ କର୍ମଚାରୀ ଏବଂ ଜଣେ ଏକକ ମହିଳା ସରକାରୀ କର୍ମଚାରୀଙ୍କୁ ତାଙ୍କ ଚାକିରି କାଳ ମଧ୍ୟରେ ପିଲାଙ୍କ ଯତ୍ନ ନେବା ପାଇଁ ସର୍ବାଧିକ ୭୩୦ ଦିନ ଛୁଟି ନେଇପାରିବେ।

The post ସରୋଗେସୀରେ ମା’ ହୋଇଥିବା ମହିଳା ସରକାରୀ କର୍ମଚାରୀଙ୍କୁ ୬ ମାସ ମିଳିବ ମାତୃତ୍ୱ ଛୁଟି appeared first on Dharitri Odia News.