ଦଶହରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ
ରାଇକିଆ: ରାଇକିଆ ଦୁର୍ଗାପୂଜା କମିଟି ଆଗାମୀ ଦୁର୍ଗା ପୂଜା ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ବୁଧବାର ସନ୍ଧ୍ୟାରେ ଦଶହରା ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବସଷ୍ଟାଣ୍ଡ ନିକଟ ମଣ୍ଡପ ସାମ୍ନାରେ ପୂଜକଙ୍କ ଦ୍ବାରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା। କମିଟି ସଭାପତି ସତ୍ୟବାନ୍ ପାତ୍ର, ସମ୍ପାଦକ କୃଷ୍ଣ ମହାନ୍ତି, କୋଷାଧ୍ୟକ୍ଷ ସୁରେନ୍ଦ୍ର ପଣ୍ଡା, ଉପସଭାପତି ବିଜୟ ପଣ୍ଡା, ରାମକୃଷ୍ଣ ପାତ୍ର, ପ୍ରକାଶ ପଣ୍ଡା, […]

ରାଇକିଆ: ରାଇକିଆ ଦୁର୍ଗାପୂଜା କମିଟି ଆଗାମୀ ଦୁର୍ଗା ପୂଜା ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ବୁଧବାର ସନ୍ଧ୍ୟାରେ ଦଶହରା ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବସଷ୍ଟାଣ୍ଡ ନିକଟ ମଣ୍ଡପ ସାମ୍ନାରେ ପୂଜକଙ୍କ ଦ୍ବାରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା। କମିଟି ସଭାପତି ସତ୍ୟବାନ୍ ପାତ୍ର, ସମ୍ପାଦକ କୃଷ୍ଣ ମହାନ୍ତି, କୋଷାଧ୍ୟକ୍ଷ ସୁରେନ୍ଦ୍ର ପଣ୍ଡା, ଉପସଭାପତି ବିଜୟ ପଣ୍ଡା, ରାମକୃଷ୍ଣ ପାତ୍ର, ପ୍ରକାଶ ପଣ୍ଡା, ଅଭିମନ୍ୟୁ ପଣ୍ଡାଙ୍କ ସମେତ କମିଟି ଉପଦେଷ୍ଟା, ସଂଗଠନ ସମ୍ପାଦକ ଓ ସଦସ୍ୟ, ବ୍ୟବସାୟୀମାନେ ଉପସ୍ଥିତ ଥିଲେ। ଚଳିତବର୍ଷ ୫୦ ବର୍ଷ ପୂର୍ତ୍ତି ଅବସରରେ କମିଟି ପକ୍ଷରୁ ମହା ଆଡ଼ମ୍ବର ସହକାରେ ପାଳନ ପାଇଁ ସ୍ଥିର ହୋଇଛି। ଆସନ୍ତା ଅକ୍ଟୋବର ୧୦ରୁ ଦଶହରା ପୂଜା ଆରମ୍ଭ ହେଉଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜନ ପାଇଁ ସ୍ଥିର କରାଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି।