ବିଶ୍ବର ସବୁଠାରୁ ଦାମୀ ଗାଈ, ଦାମ୍ ୪୦ କୋଟି

ନୂଆଦିଲ୍ଲୀ ୦୩।୦୪: ଗୋଟିଏ ଗାଈର ଦାମ୍ କେତେ ହେବ ? ୨୦ ହଜାର, ୩୦ ହଜାର, କିମ୍ବା ଅତିବେଶୀରେ ଲକ୍ଷେ ଟଙ୍କା । କିନ୍ତୁ ଯଦି କୁହାଯିବ ଗୋଟଏ ଗାଈର ଦାମ୍ ୪୦ କୋଟି । ତେବେ ଆପଣ ବିଶ୍ୱାସ କରିବେ କି.. ବୋଧ ହୁଏ ନା । କିନ୍ତୁ ଏପରି ହୋଇଛି ବ୍ରାଜିଲ୍ରେ । ନିଲାମରେ ଗାଈଟିରୁ ୪୦ କୋଟିରେ ବିକ୍ରି କରାଯାଇଛି । ଗାଈଟି ନେଲୋର ପ୍ରଜାତିର । ସେ ଭିଆଟିନା-19 FIV ମାରା ଇମୋଭିସ୍ ନାମରେ ଜଣାଶୁଣା । ଏହି ଗାଈ ବର୍ତ୍ତମାନ ପର୍ଯ୍ୟନ୍ତ ବିକ୍ରି ହୋଇଥିବା ସବୁଠାରୁ ଦାମୀ ଗାଈ ଭାବେ ରେକର୍ଡ କରିଛି । ନେଲୋର ପ୍ରଜାତିର ଗାଈ ଦେଖିବାକୁ ବହୁତ ସୁନ୍ଦର । ଏହା ନିଜର ଧଳ ଚମଡ଼ା ଓ ପିଠିରେ ଥିବା କୁଜ ପାଇଁ ପ୍ରସିଦ୍ଧ । ଏହାର ଉତ୍ପତ୍ତି ଭାରତରେ ହୋଇଥିଲେ ମଧ୍ୟ ବ୍ରାଜିଲରେ ଏହା ସର୍ବାଧିକ ଲୋକପ୍ରିୟ । ନେଲୋର ପ୍ରଜାତି ମୁଖ୍ୟତଃ ପରଜୀବୀ ସଂକ୍ରମଣକୁ ପ୍ରତିରୋଧ କରିପାରେ । ଦକ୍ଷ ମେଟାବୋଲିଜିମ୍ ପାଇଁ ଏହା ପଶୁପାଳକମାନଙ୍କ ମଧ୍ୟରେ ଅତ୍ୟନ୍ତ ପ୍ରିୟ । ବ୍ରାଜିଲରେ ଥିବା ଗୋରୁମାନଙ୍କ ମଧ୍ୟରେ ପ୍ରାୟ ୮୦ ପ୍ରତିଶତ ହେଉଛନ୍ତି ନେଲୋର ପ୍ରଜାତିର ।ନେଲୋର ପ୍ରଜାତିଟି ଇଣ୍ତିଆନ ଅନଗୋଲ ପ୍ରଜାତିର ଗୋରୁମାନଙ୍କଠାରୁ ଉତ୍ପନ୍ନ । ୧୮୬୮ରେ ଏହି ଅନମୋଲ ଜାତୀୟ ପ୍ରଜାତି ବ୍ରାଜିଲ ରପ୍ତାନୀ ହୋଇଥିଲା । ସେବେଠାରୁ ନେଲୋର ପ୍ରଜାତିର ଗାଈର ସୃଷ୍ଟି ହୋଇଛି । 

ବିଶ୍ବର ସବୁଠାରୁ ଦାମୀ ଗାଈ, ଦାମ୍ ୪୦ କୋଟି

ନୂଆଦିଲ୍ଲୀ ୦୩।୦୪: ଗୋଟିଏ ଗାଈର ଦାମ୍ କେତେ ହେବ ? ୨୦ ହଜାର, ୩୦ ହଜାର, କିମ୍ବା ଅତିବେଶୀରେ ଲକ୍ଷେ ଟଙ୍କା । କିନ୍ତୁ ଯଦି କୁହାଯିବ ଗୋଟଏ ଗାଈର ଦାମ୍ ୪୦ କୋଟି । ତେବେ ଆପଣ ବିଶ୍ୱାସ କରିବେ କି.. ବୋଧ ହୁଏ ନା । କିନ୍ତୁ ଏପରି ହୋଇଛି ବ୍ରାଜିଲ୍ରେ । ନିଲାମରେ ଗାଈଟିରୁ ୪୦ କୋଟିରେ ବିକ୍ରି କରାଯାଇଛି । ଗାଈଟି ନେଲୋର ପ୍ରଜାତିର । ସେ ଭିଆଟିନା-19 FIV ମାରା ଇମୋଭିସ୍ ନାମରେ ଜଣାଶୁଣା । 

ଏହି ଗାଈ ବର୍ତ୍ତମାନ ପର୍ଯ୍ୟନ୍ତ ବିକ୍ରି ହୋଇଥିବା ସବୁଠାରୁ ଦାମୀ ଗାଈ ଭାବେ ରେକର୍ଡ କରିଛି । ନେଲୋର ପ୍ରଜାତିର ଗାଈ ଦେଖିବାକୁ ବହୁତ ସୁନ୍ଦର । ଏହା ନିଜର ଧଳ ଚମଡ଼ା ଓ ପିଠିରେ ଥିବା କୁଜ ପାଇଁ ପ୍ରସିଦ୍ଧ । ଏହାର ଉତ୍ପତ୍ତି ଭାରତରେ ହୋଇଥିଲେ ମଧ୍ୟ ବ୍ରାଜିଲରେ ଏହା ସର୍ବାଧିକ ଲୋକପ୍ରିୟ । 

ନେଲୋର ପ୍ରଜାତି ମୁଖ୍ୟତଃ ପରଜୀବୀ ସଂକ୍ରମଣକୁ ପ୍ରତିରୋଧ କରିପାରେ । ଦକ୍ଷ ମେଟାବୋଲିଜିମ୍ ପାଇଁ ଏହା ପଶୁପାଳକମାନଙ୍କ ମଧ୍ୟରେ ଅତ୍ୟନ୍ତ ପ୍ରିୟ । ବ୍ରାଜିଲରେ ଥିବା ଗୋରୁମାନଙ୍କ ମଧ୍ୟରେ ପ୍ରାୟ ୮୦ ପ୍ରତିଶତ ହେଉଛନ୍ତି ନେଲୋର ପ୍ରଜାତିର ।

ନେଲୋର ପ୍ରଜାତିଟି ଇଣ୍ତିଆନ ଅନଗୋଲ ପ୍ରଜାତିର ଗୋରୁମାନଙ୍କଠାରୁ ଉତ୍ପନ୍ନ । ୧୮୬୮ରେ ଏହି ଅନମୋଲ ଜାତୀୟ ପ୍ରଜାତି ବ୍ରାଜିଲ ରପ୍ତାନୀ ହୋଇଥିଲା । ସେବେଠାରୁ ନେଲୋର ପ୍ରଜାତିର ଗାଈର ସୃଷ୍ଟି ହୋଇଛି ।