ଭାରତ ସରକାରଙ୍କୁ ବ୍ରହ୍ମ ଚିଲାନୀଙ୍କ ଟାର୍ଗେଟ, କହିଲେ ଭାରତ ହାତରେ ଥିବା ବିଜୟର ସୁଯୋଗ

ନୂଆଦିଲ୍ଲୀ ୧୧।୦୫ : ପହଲଗାମ ଆକ୍ରମଣ ପରେ ଭାରତ କରିଥିଲା ଅପରେସନ ସିନ୍ଦୂର । ଯାହାକୁ ନେଇ ଉଭୟ ଦେଶଙ୍କ ମଧ୍ୟରେ ଉତ୍ତେଜନା ଲାଗିରହିଥିଲା । ସୀମାରେ ଗୁଳିମାଡ଼ ସାଙ୍ଗକୁ ଡ୍ରୋନ୍‌ ଜରିଆରେ ଆକ୍ରମଣ ଏବଂ ପ୍ରତିଆକ୍ରମଣ ଚାଲିଥିଲା । ହେଲେ ତିନି ଦିନ ପରେ ହଠାତ୍‌ ଯୁଦ୍ଧ ଭଳି ସ୍ଥିତିରେ ଲାଗିଲା ବିରାମ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟସ୍ଥିରେ ଉଭୟ ଦେଶ ଅସ୍ତ୍ରବିରତି ପାଇଁ ରାଜି ରହିଥିଲେ । ଏହାସହିତ ସୀମାରେ ଉଭୟ ପଟୁ ଗୁଳିମାଡ଼ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଭାରତର ଏହି ନିଷ୍ପତ୍ତିକୁ ଭୁଲ୍‌ ବୋଲି କହିଛନ୍ତି ଭୂ-ରାଜନୈତିକ ଏକ୍ସପର୍ଟ ବ୍ରହ୍ମ ଚିଲାନୀ । ସେ କହିଛନ୍ତି ଯେ, ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି । ଯେଉଁଥିରେ ପାକିସ୍ତାନ ବ୍ୟାକ୍‌ଫୁଟ୍‌ରେ ରହିଥିଲା । ଏହିପରିପ୍ରେକ୍ଷୀରେ ଭାରତର ଏଠାରେ ବିଜୟ ସୁନିଶ୍ଚିତ ଥିଲା । କିନ୍ତୁ ଅସ୍ତ୍ରବିରତିରେ ରାଜି ହୋଇ ଭାରତ ବ୍ୟାକ୍‌ଫୁଟ୍‌କୁ ଆସିଛି । ଭାରତକୁ ଇତିହାସ ଦେଖିବାର ଥିଲା । ପୂର୍ବରୁ ମଧ୍ୟ ପାକିସ୍ତାନ ଏପରି କରିଛି । କିନ୍ତୁ ନିଜ କଥା ରଖିବାରେ ବିଫଳ ହୋଇଛି । ତେଣୁ ପାକିସ୍ତାନକୁ ଭରସା କରିବାରେ ନଥିଲା । ସୈନ୍ୟ ଗତିବିଧି ଭାରତ ସପକ୍ଷରେ ରହିଥିଲା । ଲଗାତାର ଭାବେ ଭାରତ ମିଜାଇଲ୍‌ ଓ ଡ୍ରୋନ୍‌ ପଠାଉଥିଲେ , ହେଲେ ସେତେ ପ୍ରଭାବୀ ରୂପରେ ନଜର ଆସୁନଥିଲା । ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ଭାରତ ଏପରି

ଭାରତ ସରକାରଙ୍କୁ ବ୍ରହ୍ମ ଚିଲାନୀଙ୍କ ଟାର୍ଗେଟ, କହିଲେ ଭାରତ ହାତରେ ଥିବା ବିଜୟର ସୁଯୋଗ

ନୂଆଦିଲ୍ଲୀ ୧୧।୦୫ : ପହଲଗାମ ଆକ୍ରମଣ ପରେ ଭାରତ କରିଥିଲା ଅପରେସନ ସିନ୍ଦୂର । ଯାହାକୁ ନେଇ ଉଭୟ ଦେଶଙ୍କ ମଧ୍ୟରେ ଉତ୍ତେଜନା ଲାଗିରହିଥିଲା । ସୀମାରେ ଗୁଳିମାଡ଼ ସାଙ୍ଗକୁ ଡ୍ରୋନ୍‌ ଜରିଆରେ ଆକ୍ରମଣ ଏବଂ ପ୍ରତିଆକ୍ରମଣ ଚାଲିଥିଲା । ହେଲେ ତିନି ଦିନ ପରେ ହଠାତ୍‌ ଯୁଦ୍ଧ ଭଳି ସ୍ଥିତିରେ ଲାଗିଲା ବିରାମ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟସ୍ଥିରେ ଉଭୟ ଦେଶ ଅସ୍ତ୍ରବିରତି ପାଇଁ ରାଜି ରହିଥିଲେ । ଏହାସହିତ ସୀମାରେ ଉଭୟ ପଟୁ ଗୁଳିମାଡ଼ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଭାରତର ଏହି ନିଷ୍ପତ୍ତିକୁ ଭୁଲ୍‌ ବୋଲି କହିଛନ୍ତି ଭୂ-ରାଜନୈତିକ ଏକ୍ସପର୍ଟ ବ୍ରହ୍ମ ଚିଲାନୀ । 

ସେ କହିଛନ୍ତି ଯେ, ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି । ଯେଉଁଥିରେ ପାକିସ୍ତାନ ବ୍ୟାକ୍‌ଫୁଟ୍‌ରେ ରହିଥିଲା । ଏହିପରିପ୍ରେକ୍ଷୀରେ ଭାରତର ଏଠାରେ ବିଜୟ ସୁନିଶ୍ଚିତ ଥିଲା । କିନ୍ତୁ ଅସ୍ତ୍ରବିରତିରେ ରାଜି ହୋଇ ଭାରତ ବ୍ୟାକ୍‌ଫୁଟ୍‌କୁ ଆସିଛି । ଭାରତକୁ ଇତିହାସ ଦେଖିବାର ଥିଲା । ପୂର୍ବରୁ ମଧ୍ୟ ପାକିସ୍ତାନ ଏପରି କରିଛି । କିନ୍ତୁ ନିଜ କଥା ରଖିବାରେ ବିଫଳ ହୋଇଛି । ତେଣୁ ପାକିସ୍ତାନକୁ ଭରସା କରିବାରେ ନଥିଲା । ସୈନ୍ୟ ଗତିବିଧି ଭାରତ ସପକ୍ଷରେ ରହିଥିଲା । ଲଗାତାର ଭାବେ ଭାରତ ମିଜାଇଲ୍‌ ଓ ଡ୍ରୋନ୍‌ ପଠାଉଥିଲେ , ହେଲେ ସେତେ ପ୍ରଭାବୀ ରୂପରେ ନଜର ଆସୁନଥିଲା । ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ଭାରତ ଏପରି ନିଷ୍ପତ୍ତି କାହିଁକି ନେଲା ।