କାଶ ପଟେଲ ହେବେ ଏଫବିଆଇ ଡାଇରେକ୍ଟର, ଭରସା କରିଛନ୍ତି ଟ୍ରମ୍ପ
ଓ୍ବାଶିଂଟନ,୧।୧୨: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ଶନିବାର ତାଙ୍କର ଘନିଷ୍ଠ ବିଶ୍ୱାସୀ କାଶ ପଟେଲଙ୍କୁ ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (FBI) ର ଶକ୍ତିଶାଳୀ ପଦ ପାଇଁ ମନୋନୀତ କରିଛନ୍ତି। ଏହା ସହ ଆଗାମୀ ଟ୍ରମ୍ପ ପ୍ରଶାସନରେ କାଶ ପଟେଲ ସର୍ବୋଚ୍ଚ ଭାରତୀୟ ଆମେରିକୀୟ ହୋଇପାରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଟ୍ରମ୍ପ କାଶ ପଟେଲଙ୍କ ନିଯୁକ୍ତି ଘୋଷଣା କରିଛନ୍ତି। ଶନିବାର ରାତିରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଟ୍ରମ୍ପ […] The post କାଶ ପଟେଲ ହେବେ ଏଫବିଆଇ ଡାଇରେକ୍ଟର, ଭରସା କରିଛନ୍ତି ଟ୍ରମ୍ପ appeared first on Dharitri Odia News.
ଓ୍ବାଶିଂଟନ,୧।୧୨: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ଶନିବାର ତାଙ୍କର ଘନିଷ୍ଠ ବିଶ୍ୱାସୀ କାଶ ପଟେଲଙ୍କୁ ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (FBI) ର ଶକ୍ତିଶାଳୀ ପଦ ପାଇଁ ମନୋନୀତ କରିଛନ୍ତି। ଏହା ସହ ଆଗାମୀ ଟ୍ରମ୍ପ ପ୍ରଶାସନରେ କାଶ ପଟେଲ ସର୍ବୋଚ୍ଚ ଭାରତୀୟ ଆମେରିକୀୟ ହୋଇପାରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଟ୍ରମ୍ପ କାଶ ପଟେଲଙ୍କ ନିଯୁକ୍ତି ଘୋଷଣା କରିଛନ୍ତି।
ଶନିବାର ରାତିରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଟ୍ରମ୍ପ ଏକ ପୋଷ୍ଟରେ ଲେଖିଛନ୍ତି ଯେ ମୁଁ ଘୋଷଣା କରି ଗର୍ବିତ ଯେ କାଶ୍ୟପ ‘କାଶ’ ପଟେଲ ଫେଡେରାଲ ବ୍ୟୁରୋର ପରବର୍ତ୍ତୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବେ। କାଶ ଜଣେ ଉଜ୍ଜ୍ୱଳ ଆଇନଜୀବୀ, ଅନୁସନ୍ଧାନକାରୀ ଏବଂ ‘ଆମେରିକା ପ୍ରଥମ’ ଫାଇଟର ଯିଏ ଦୁର୍ନୀତିକୁ ଉନ୍ମୋଚନ କରିବା, ନ୍ୟାୟ ରକ୍ଷା କରିବା ଏବଂ ଆମେରିକାର ଲୋକଙ୍କୁ ସୁରକ୍ଷା ଦେବାରେ ନିଜର କ୍ୟାରିୟର ଅତିବାହିତ କରିଛନ୍ତି।
ପ୍ରବାସୀ ଭାରତୀୟ ପଟେଲ ଜଣେ ପୂର୍ବତନ ରିପବ୍ଲିକାନ କର୍ମଚାରୀ ଯିଏକି ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ବରିଷ୍ଠ ପ୍ରତିରକ୍ଷା ଏବଂ ଗୁପ୍ତଚର ପଦବୀରେ ଅବସ୍ଥାପିତ ହୋଇଥିଲେ। ଗତ ବର୍ଷ ସେ ଟ୍ରମ୍ପ ବିରୋଧୀ ରାଜନେତା ଏବଂ ସାମ୍ବାଦିକଙ୍କ ବିରୋଧରେ ଏକ ଫ୍ରଣ୍ଟ ଖୋଲିବେ ବୋଲି ପ୍ରତିଶୃତି ଦେଇଥିଲେ। ଆମେରିକାର ପୂର୍ବତନ ଡେପୁଟି ନ୍ୟାସନାଲ ସିକ୍ୟୁରିଟି ପରାମର୍ଶଦାତା ଚାଲର୍ସ କପ୍ପରମ୍ୟାନ ନ୍ୟୁୟର୍କ ଟାଇମ୍ସକୁ କହିଛନ୍ତି ଯେ ଟ୍ରମ୍ପଙ୍କ ପ୍ରତି ପଟେଲ କେତେ ବିଶ୍ୱସ୍ତ ଅଟନ୍ତି। ସେ କହିଛନ୍ତି ଯେ ୨୦୧୮ରେ ଯେତେବେଳେ ଟ୍ରମ୍ପ ଜନତାଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ, ସେତେବେଳେ ସେ ଓଭାଲ ଅଫିସରେ ବରିଷ୍ଠ ଉପଦେଷ୍ଟାମାନଙ୍କର ଏକ ବୈଠକ ଡାକିଥିଲେ।
The post କାଶ ପଟେଲ ହେବେ ଏଫବିଆଇ ଡାଇରେକ୍ଟର, ଭରସା କରିଛନ୍ତି ଟ୍ରମ୍ପ appeared first on Dharitri Odia News.