ପୂର୍ବ ଶତ୍ରୁତା, ସ୍କ୍ରାପ୍‌ ବିକ୍ରି ବିବାଦରୁ ଗଡ଼ିଥିଲା ମୁଣ୍ଡ

ଅନୁଗୋଳ,୨୫୯ (ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସଦର ଥାନା ଛେଳିଆପଡ଼ାସ୍ଥିତ ଭବାନୀ ଶଙ୍କର ଭଞ୍ଜ (ବୁବୁ) ହତ୍ୟାକାଣ୍ଡ ଉପରୁ ପୋଲିସ ମଙ୍ଗଳବାର ପରଦା ଉଠାଇଛି। ପୂର୍ବ ଶତ୍ରୁତା ଓ ସ୍କ୍ରାପ୍‌ ବ୍ୟବସାୟକୁ ନେଇ ବୁବୁଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ୫ରୁ ଅଧିକ ଅଭିଯୁକ୍ତ ଫେରାର ରହିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଖମାର ଗାଁର କାଠି ନାଏକ(୨୭) ଓରଫ ଇମାନୁଏଲ, ଲାଲକୃଷ୍ଣ ଆଡଭାନୀ(୨୦) ଓରଫ […] The post ପୂର୍ବ ଶତ୍ରୁତା, ସ୍କ୍ରାପ୍‌ ବିକ୍ରି ବିବାଦରୁ ଗଡ଼ିଥିଲା ମୁଣ୍ଡ appeared first on Dharitri Odia News.

ପୂର୍ବ ଶତ୍ରୁତା, ସ୍କ୍ରାପ୍‌ ବିକ୍ରି ବିବାଦରୁ ଗଡ଼ିଥିଲା ମୁଣ୍ଡ

ଅନୁଗୋଳ,୨୫୯ (ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସଦର ଥାନା ଛେଳିଆପଡ଼ାସ୍ଥିତ ଭବାନୀ ଶଙ୍କର ଭଞ୍ଜ (ବୁବୁ) ହତ୍ୟାକାଣ୍ଡ ଉପରୁ ପୋଲିସ ମଙ୍ଗଳବାର ପରଦା ଉଠାଇଛି। ପୂର୍ବ ଶତ୍ରୁତା ଓ ସ୍କ୍ରାପ୍‌ ବ୍ୟବସାୟକୁ ନେଇ ବୁବୁଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ୫ରୁ ଅଧିକ ଅଭିଯୁକ୍ତ ଫେରାର ରହିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଖମାର ଗାଁର କାଠି ନାଏକ(୨୭) ଓରଫ ଇମାନୁଏଲ, ଲାଲକୃଷ୍ଣ ଆଡଭାନୀ(୨୦) ଓରଫ ଲାଲୁ ଓ ଜଣେ ୧୬ ବର୍ଷୀୟ ନାବାଳକ। ଅଭିଯୁକ୍ତମାନଙ୍କୁ ଧରିବାକୁ ୩ଟି ଟିମ୍‌ ଗଠନ କରାଯାଇଥିବା ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ରମାକାନ୍ତ ମହାଳିକ ସୂଚନା ଦେଇଛନ୍ତି।
ଏସ୍‌ଡିପିଓ କହିଛନ୍ତି, ଗତ ୧୪ ତାରିଖରେ ସଦର ଥାନା ଛେଳିଆପଡ଼ା ବାଇପାସ ନିକଟରେ ବୁବୁଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା। ମୃତ ବୁବୁଙ୍କ ଭାଇ ଶିବ ଶଙ୍କର ଭଞ୍ଜ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସହରରେ ଗଣେଶ ପୂଜା ଭସାଣି ଚାଲିଥିବା ବେଳେ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ପୋଲିସ ୩ଟି ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ସୋମବାର ଅନୁଗୋଳ ଅଞ୍ଚଳରୁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କୁ ପଚରାଉଚରା କରାଯିବାରୁ ସେମାନେ ହତ୍ୟା କରିଥିବା ସମ୍ପର୍କରେ ପୋଲିସ ଆଗରେ ସ୍ବୀକାର କରିଥିଲେ। ୫୫ନଂ. ଜାତୀୟ ରାଜପଥର ବାଇପାସ ରାସ୍ତା ନିର୍ମାଣରେ ବ୍ୟବହୃତ ପାଉଁଶରୁ ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକ ସ୍କ୍ରାପ୍‌ ସଂଗ୍ରହ କରି ହତ୍ୟା ଅଭିଯୁକ୍ତମାନଙ୍କ ପାଖରେ ବିକ୍ରି କରୁଥିଲେ। ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ସହ ବୁବୁ ମଧ୍ୟ ଲୋକଙ୍କ ଠାରୁ ସ୍କ୍ରାପ୍‌ ନେଇ ବଅଁରପାଳରେ ଥିବା ଏକ କବାଡ଼ିଆ ଦୋକାନୀଙ୍କୁ ବିକ୍ରି କରୁଥିଲେ। କବାଡିଆ ଦୋକାନ ମାଲିକଙ୍କ ଠାରୁ ବୁବୁ ମାସିକିଆ ବଟି ନେଉଥିଲେ। ଏମିତିକି ବଟି ଦେବା ସତ୍ତ୍ୱେ ବୁବୁ କବାଡିଆ ଦୋକାନୀ ମାଲିକଙ୍କୁ ବିଭିନ୍ନ ସମୟରେ ବାଡ଼ିଆପିଟା କରୁଥିଲେ। ଏପରି କି ନିଜେ ଏହି ବ୍ୟବସାୟ କରିବା ପାଇଁ ସ୍ଥିର କରିଥିଲେ। ଅନ୍ୟପଟେ ସ୍କ୍ରାପ୍‌ ବିକ୍ରି ଦର ନେଇ ଅଭିଯୁକ୍ତ କାଠି ଓ ବୁବୁଙ୍କ ମଧ୍ୟରେ ଶତ୍ରୁତା ଦେଖାଦେଇଥିଲା। ଉଭୟଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିବା ବେଳେ ସ୍କ୍ରାପ ବିକ୍ରିକୁ ନେଇ ତିକ୍ତତା ଅଧିକ ବଢ଼ିଯାଇଥିଲା। ଫଳରେ ବୁବୁଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ କାଠିଙ୍କ ସହିତ ଅନ୍ୟ ଅଭିଯୁକ୍ତମାନେ ଯୋଜନା କରିଥିଲେ। ୧୪ ତାରିଖ ଅପରାହ୍ନ ସାଢ଼େ ୨ଟା ବେଳେ ଅଭିଯୁକ୍ତମାନେ ବ୍ୟବସାୟ ସମ୍ପର୍କିତ ଆଲୋଚନା ପାଇଁ ବୁବୁଙ୍କୁ ଡାକି ଏକ ବୋଲେରୋରେ ଛେଳିଆପଡ଼ା ବାଇପାସକୁ ନେଇ ଗଳା କାଟି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି।

The post ପୂର୍ବ ଶତ୍ରୁତା, ସ୍କ୍ରାପ୍‌ ବିକ୍ରି ବିବାଦରୁ ଗଡ଼ିଥିଲା ମୁଣ୍ଡ appeared first on Dharitri Odia News.