ଲାଞ୍ଚ ନେବାବେଳେ ଧରାପଡିଲେ RI, ARI: ୨ ଜଣଙ୍କୁ ଉଠାଇ ନେଲା ଭିଜିଲାନ୍ସ
ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡାମାରି ଗ୍ରାମ ରାଜସ୍ବ ସର୍କଲର ରାଜସ୍ବ ନିରୀକ୍ଷକ(RI) ଆଦିତ୍ୟ ସେନାପତି ଏବଂ ଉପ ରାଜସ୍ବ ନୀରିକ୍ଷକ(ARI) ଟୁଟୁ ସେଠୀ ପୋଡ଼ାମାରି ଗ୍ରାମର ମନୋରଞ୍ଜନ ସାହୁଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଛନ୍ତି। ସୋମବାର ଅପରାହ୍ନ ପ୍ରାୟ ୫ ଟା ବେଳେ ଉଭୟେ ମନୋରଞ୍ଜନଙ୍କ ଘରବାରି ପଟ୍ଟା କରିଦେବୁ କହି ତାଙ୍କ ଠାରୁ ଟଙ୍କା ନେଉଥିବା […] The post ଲାଞ୍ଚ ନେବାବେଳେ ଧରାପଡିଲେ RI, ARI: ୨ ଜଣଙ୍କୁ ଉଠାଇ ନେଲା ଭିଜିଲାନ୍ସ appeared first on Dharitri Odia News.
ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡାମାରି ଗ୍ରାମ ରାଜସ୍ବ ସର୍କଲର ରାଜସ୍ବ ନିରୀକ୍ଷକ(RI) ଆଦିତ୍ୟ ସେନାପତି ଏବଂ ଉପ ରାଜସ୍ବ ନୀରିକ୍ଷକ(ARI) ଟୁଟୁ ସେଠୀ ପୋଡ଼ାମାରି ଗ୍ରାମର ମନୋରଞ୍ଜନ ସାହୁଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଛନ୍ତି।
ସୋମବାର ଅପରାହ୍ନ ପ୍ରାୟ ୫ ଟା ବେଳେ ଉଭୟେ ମନୋରଞ୍ଜନଙ୍କ ଘରବାରି ପଟ୍ଟା କରିଦେବୁ କହି ତାଙ୍କ ଠାରୁ ଟଙ୍କା ନେଉଥିବା ବେଳେ ସେମାନଙ୍କ ନିକଟରୁ ରାସାୟନିକ ଲେପ ବୋଳା ୫ ହଜାର ଟଙ୍କା ଭିଜିଲାନ୍ସ ଅଧିକାରୀ ମାନେ ଜବତ କରିଥିବା ଜଣାପଡିଛି। ଭିଜିଲାନ୍ସ ଟିମ୍ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଖାନ ତଲାସ କରି କିଛି ନଥିପତ୍ର ଜବତ କରିଛନ୍ତି। ଉଭୟଙ୍କୁ ଅଧିକା ପଚରା ଉଚୁରା ପାଇଁ ଭିଜିଲାନ୍ସ ଟିମ୍ ବ୍ରହ୍ମପୁର କାର୍ଯ୍ୟାଳୟକୁ ଉଠାଇ ନେଇଥିବା ଖବର ମିଳିଛି ।
ମନୋରଞ୍ଜନ ନିଜର ଘରବାରି ପଟ୍ଟା ପାଇଁ ଦୀର୍ଘଦିନ ହେଲା ଆବେଦନ କରିଥିବା ବେଳେ ତାଙ୍କୁ ଅଯଥାରେ ବାରମ୍ବାର କାର୍ଯ୍ୟାଳୟକୁ ଦୌଡିବାକୁ ପଡୁଥିଲା। ପରେ ରାଜସ୍ବ ନିରୀକ୍ଷକ ଏବଂ ଉପ ନୀରିକ୍ଷକ ତାଙ୍କୁ ପଟ୍ଟା ପାଇଁ ୫ ହଜାର ଟଙ୍କା ଦାବି କରିଥିଲେ। ଏନେଇ ମନୋରଞ୍ଜନ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଅଧିକ୍ଷକ ସମସ୍ତ ଅଭିଯୋଗ ଶୁଣିବାପରେ ତାଙ୍କୁ ରାସାୟନିକ ଲେପ ଲଗାଯାଇଥିବା ୫ ହଜାର ଟଙ୍କା ପ୍ରଦାନ କରିବା ସହ ତାହା ନିର୍ଦ୍ଧାରିତ ସମୟ ରେ ରାଜସ୍ବ ନିରୀକ୍ଷକଙ୍କୁ ପ୍ରଦାନ କରିବାକୁ କହିଥିଲେ। ଭିଜିଲାନ୍ସ ଅଧିକାରୀଙ୍କ ପରାମର୍ଶ କ୍ରମେ ସେ ଟଙ୍କା ଦେଉଥିବା ବେଳେ ପୂର୍ବରୁ ସାଦା ପୋଷାକରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ଉଭୟଙ୍କୁ ମାଡ଼ି ବସିବା ସହ ଦୁହିଁଙ୍କ ଠାରୁ ଟଙ୍କା ଜବତ କରିଥିବା ସୂଚନା ମିଳିଛି।
The post ଲାଞ୍ଚ ନେବାବେଳେ ଧରାପଡିଲେ RI, ARI: ୨ ଜଣଙ୍କୁ ଉଠାଇ ନେଲା ଭିଜିଲାନ୍ସ appeared first on Dharitri Odia News.