ଯାତ୍ରା ଷ୍ଟେଜ୍ରେ ସାପ ଖେଳାଇଥିବା କଳାକାରଙ୍କୁ ଗିରଫ କଲା ବନ ବିଭାଗ
ହିଞ୍ଜିଳିକାଟୁ,୪ା୧୨(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ରାଳବ ଗ୍ରାମରେ ଗତ ମାସରେ ଅନୁଷ୍ଠିତ କାଞ୍ଜିଅଁଳା ଯାତ୍ରା ଷ୍ଟେଜ୍ରେ ବିଷଧର ସାପକୁ ଖେଳାଇବା ଘଟଣାରେ ଜଣେ କଳାକାରଙ୍କୁ ବ୍ରହ୍ମପୁର ବନ ବିଭାଗ ବୁଧବାର ଗିରଫ କରିଛି। ଗିରଫ ଜଣକ ହେଲେ ମିଥୁନ ସେଠୀ । ସେ ନାଟକ ମଞ୍ଚରେ ବାଳୀ ସୁଗ୍ରୀବ ବେଶରେ ସାପ ଖେଳାଇଥିଲେ। ପ୍ରକାଶ ଯେ, ରାଳବ ଗ୍ରାମ କାଞ୍ଜିଅଁଳା ଯାତ୍ରାରେ ଚିକିଲି ରାମାୟଣ ନାଟକ ବେଳେ ଦର୍ଶକଙ୍କୁ ମଞ୍ଚ ପାଖକୁ ଟାଣିବା ପାଇଁ […] The post ଯାତ୍ରା ଷ୍ଟେଜ୍ରେ ସାପ ଖେଳାଇଥିବା କଳାକାରଙ୍କୁ ଗିରଫ କଲା ବନ ବିଭାଗ appeared first on Dharitri Odia News.
ହିଞ୍ଜିଳିକାଟୁ,୪ା୧୨(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ରାଳବ ଗ୍ରାମରେ ଗତ ମାସରେ ଅନୁଷ୍ଠିତ କାଞ୍ଜିଅଁଳା ଯାତ୍ରା ଷ୍ଟେଜ୍ରେ ବିଷଧର ସାପକୁ ଖେଳାଇବା ଘଟଣାରେ ଜଣେ କଳାକାରଙ୍କୁ ବ୍ରହ୍ମପୁର ବନ ବିଭାଗ ବୁଧବାର ଗିରଫ କରିଛି। ଗିରଫ ଜଣକ ହେଲେ ମିଥୁନ ସେଠୀ । ସେ ନାଟକ ମଞ୍ଚରେ ବାଳୀ ସୁଗ୍ରୀବ ବେଶରେ ସାପ ଖେଳାଇଥିଲେ।
ପ୍ରକାଶ ଯେ, ରାଳବ ଗ୍ରାମ କାଞ୍ଜିଅଁଳା ଯାତ୍ରାରେ ଚିକିଲି ରାମାୟଣ ନାଟକ ବେଳେ ଦର୍ଶକଙ୍କୁ ମଞ୍ଚ ପାଖକୁ ଟାଣିବା ପାଇଁ ଭିନ୍ନ କୌଶଳ ଆପଣାଇଥିଲେ ନାଟକ ମ୍ୟାନେଜମେଣ୍ଟ ଓ କଳାକାର। ମଞ୍ଚରେ ବିଷଧର ସାପ ଖେଳାଇବା, ଅଶ୍ଲୀଳ ନୃତ୍ୟ ସହ ଜିଅନ୍ତା ଘୁଷୁରି ମାରି ମାଂସ ଖାଇବା କଳଙ୍କିତ ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହା ସମଗ୍ର ରାଜ୍ୟକୁ ଆନ୍ଦୋଳିତ କରିଥିଲା ଓ ତୀବ୍ର ପ୍ରତିବାଦ ଓ ପ୍ରତିକ୍ରିୟା ପ୍ରକାଶ ପାଇଲା। ଫଳରେ ଯାତ୍ରାରେ ସୁରକ୍ଷା ଦାୟିତ୍ୱରେ ଥାଇ ଘଟଣାକୁ ନଜର ଅନ୍ଦାଜ କରିଥିବା ପୋଲିସ ଓ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ପୂର୍ବରୁ ରାକ୍ଷସ ଭୂମିକାରେ ଅଭିନୟ କରୁଥିବା ଜଣେ କଳାକାର ବିମ୍ବାଧର ଗୌଡ଼ଙ୍କୁ ହିଞ୍ଜିଳି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଓ ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ନାଟ୍ୟ ପରିଚାଳକ ଖଲ୍ଲିକୋଟ ଥାନା ଚିକିଲି ଗ୍ରାମର ନାରାୟଣ ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।
The post ଯାତ୍ରା ଷ୍ଟେଜ୍ରେ ସାପ ଖେଳାଇଥିବା କଳାକାରଙ୍କୁ ଗିରଫ କଲା ବନ ବିଭାଗ appeared first on Dharitri Odia News.