ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର: ତଦନ୍ତ ଆରମ୍ଭ
ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ମା’ ଚାମୁଣ୍ଡା ମନ୍ଦିର ନିକଟ ଏକ ତୋଟାରୁ ଶୁକ୍ରବାର ସକାଳେ ପ୍ରାୟ ୫୫ ବର୍ଷୀୟା ବୃଦ୍ଧାଙ୍କ ଗଳିତ ମୃତଦେହ ପୋଲିସ ଜବତ କରି ତଦନ୍ତ ଚଳାଇଛନ୍ତି। ମୃତକଙ୍କ ପରିଚୟ ଜଣାପଡିନାହିଁ। ଦିଗପହଣ୍ଡି ଥାନା ଅପମୃତ୍ୟୁ ମାମଲା ୯/୨୫ ଅନୁଯାୟୀ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି। ସକାଳେ କିଛି ଚାଷୀ ନିକଟ ଚାଷଜମିକୁ ଯାଇଥିବା ବେଳେ ମୃତଦେହ ପଡିଥିବା ଦେଖିଥିଲେ। ଖବର ପାଇ ଦିଗପହଣ୍ଡି ଥାନା […] The post ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର: ତଦନ୍ତ ଆରମ୍ଭ appeared first on Dharitri Odia News.
ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ମା’ ଚାମୁଣ୍ଡା ମନ୍ଦିର ନିକଟ ଏକ ତୋଟାରୁ ଶୁକ୍ରବାର ସକାଳେ ପ୍ରାୟ ୫୫ ବର୍ଷୀୟା ବୃଦ୍ଧାଙ୍କ ଗଳିତ ମୃତଦେହ ପୋଲିସ ଜବତ କରି ତଦନ୍ତ ଚଳାଇଛନ୍ତି। ମୃତକଙ୍କ ପରିଚୟ ଜଣାପଡିନାହିଁ। ଦିଗପହଣ୍ଡି ଥାନା ଅପମୃତ୍ୟୁ ମାମଲା ୯/୨୫ ଅନୁଯାୟୀ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି। ସକାଳେ କିଛି ଚାଷୀ ନିକଟ ଚାଷଜମିକୁ ଯାଇଥିବା ବେଳେ ମୃତଦେହ ପଡିଥିବା ଦେଖିଥିଲେ। ଖବର ପାଇ ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ସବିଶେଷ ତଦନ୍ତ କରି ଫେରିଛନ୍ତି।
The post ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର: ତଦନ୍ତ ଆରମ୍ଭ appeared first on Dharitri Odia News.