ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗାଭ୍ୟାସ ଜରୁରୀ

ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା): ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ଏବଂ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଶୁକ୍ରବାର ଦିନ ପାଳିତ ହୋଇଯାଇଛି ା ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିତ୍ତ ଏବଂ ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସ୍ବୟନ୍‌ ସତ୍ୟେନ୍ଦୁ, ଶିକ୍ଷା- ନିର୍ଦ୍ଦେଶକ ଡ.ଆର୍ତ୍ତତ୍ରାଣ ମିଶ୍ର, ଉପାଧ୍ୟକ୍ଷା ଡ.ସନ୍ଧ୍ୟାରାଣୀ ସ୍ବାଇଁ, ଉପାଧ୍ୟକ୍ଷ ଡ. ରାଜେଶ […] The post ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗାଭ୍ୟାସ ଜରୁରୀ appeared first on Dharitri Odia News.

ଉତ୍ତମ ସ୍ବାସ୍ଥ୍ୟ  ପାଇଁ ଯୋଗାଭ୍ୟାସ ଜରୁରୀ

ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା): ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ଏବଂ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଶୁକ୍ରବାର ଦିନ ପାଳିତ ହୋଇଯାଇଛି ା ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିତ୍ତ ଏବଂ ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସ୍ବୟନ୍‌ ସତ୍ୟେନ୍ଦୁ, ଶିକ୍ଷା- ନିର୍ଦ୍ଦେଶକ ଡ.ଆର୍ତ୍ତତ୍ରାଣ ମିଶ୍ର, ଉପାଧ୍ୟକ୍ଷା ଡ.ସନ୍ଧ୍ୟାରାଣୀ ସ୍ବାଇଁ, ଉପାଧ୍ୟକ୍ଷ ଡ. ରାଜେଶ କୁମାର ପାଢୀ ପ୍ରମୁଖ ଯୋଗଦେଇଥିଲେ। ଅଧ୍ୟକ୍ଷ ଡ. ମୀନକେତନ ତାଙ୍କ ଅଭିଭାଷଣରେ ଯୋଗର ପ୍ରାଚୀନତା ସଂପର୍କରେ ଆଲୋକପାତ କରିବା ସହ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରତ୍ୟହ ଯୋଗଭ୍ୟାସ କରିବା ଜରୁରୀ ବୋଲି କହିଥିଲେ ା ଏହି ଅବସରରେ ବ୍ରହ୍ମାକୁମାରୀ ଭାଇ-ଭଉଣୀ ଏବଂ ବିଦ୍ୟାଳୟର ଯୋଗ ପ୍ରଶିକ୍ଷକମାନେ ରାଜଯୋଗ ସହ ଯୋଗାଭ୍ୟାସ କରିବାର ବିଭିନ୍ନ ପ୍ରକାର ଆସନ ଏବଂ ପ୍ରାଣାୟାମ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ା

The post ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗାଭ୍ୟାସ ଜରୁରୀ appeared first on Dharitri Odia News.