ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଆହତ

କେନ୍ଦୁଝର,୨୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ ଅନ୍ତର୍ଗତ ଜଂଘିରା ସେକସନ ହୁଣ୍ଡା ଗ୍ରାମରେ ବୁଧବାର ରାତିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ମହେଶ୍ୱର ଜୁଆଙ୍ଗ। ଝୁମୁକାପଶି ଗ୍ରାମରେ ଅନ୍ୟ ଜଣଙ୍କୁ ଆକ୍ରମଣ କରି ଆହତ କରିଦେଇଛି। ସେ ମେଡିକାଲରେ ଚିକିତ୍ସିତ ଥିବା ଜଣାପଡ଼ିଛି। ଏକ ଦନ୍ତାହାତୀ ହଠାତ୍‌ ଗୋଠରୁ ପଣସ ଖାଇବାକୁ ଯାଇ ଉକ୍ତ ଗ୍ରାମରେ ଉପଦ୍ରବ କରିଥିଲା। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା […] The post ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଆହତ appeared first on Dharitri Odia News.

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଆହତ

କେନ୍ଦୁଝର,୨୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ ଅନ୍ତର୍ଗତ ଜଂଘିରା ସେକସନ ହୁଣ୍ଡା ଗ୍ରାମରେ ବୁଧବାର ରାତିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ମହେଶ୍ୱର ଜୁଆଙ୍ଗ। ଝୁମୁକାପଶି ଗ୍ରାମରେ ଅନ୍ୟ ଜଣଙ୍କୁ ଆକ୍ରମଣ କରି ଆହତ କରିଦେଇଛି। ସେ ମେଡିକାଲରେ ଚିକିତ୍ସିତ ଥିବା ଜଣାପଡ଼ିଛି। ଏକ ଦନ୍ତାହାତୀ ହଠାତ୍‌ ଗୋଠରୁ ପଣସ ଖାଇବାକୁ ଯାଇ ଉକ୍ତ ଗ୍ରାମରେ ଉପଦ୍ରବ କରିଥିଲା। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ସହ ଲୋକଙ୍କୁ ସଚେତନତା କରାଯିବ ବୋଲି ରେଞ୍ଜ ଅଧିକାରୀ ଅଜିତ ଦାସ କହିଛନ୍ତି।

The post ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଆହତ appeared first on Dharitri Odia News.