ସ୍କୁଟି ସହ କାର୍ ମୁହାଁମୁହିଁ ଧକ୍କା, ୩ ଗୁରୁତର

ଆସ୍କା ୨୭।୩: ଗଞ୍ଜାମ ଜିଲ୍ଲା ଆସିକା ଖଡଭାଗ ଠାରେ ସ୍କୁଟି ସହ କାର୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇଛନ୍ତି l ଦୁର୍ଘଟଣାରେ  ଗୁରୁତର ହୋଇଥିବା ତିନି ଜଣ ବ୍ୟକ୍ତି ହେଲେ ଆସିକା ଓଡ଼ିଆ ସାହି ଅଞ୍ଚଳର ରଘୁନାଥ ଆଚରି ଏବଂ ଭଞ୍ଜନଗର ଡିଫେନ୍ସ କୋଲନୀର ଜମ୍ବୁବତୀ ନାୟକ ଓ ଅକ୍ଷୟ ନାୟକ l ତେବେ ଗୁରୁତର ମାନଙ୍କୁ ପ୍ରଥମେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆସିକା ମେଡିକାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ସୂଚନା ଅନୁସାରେ ଗୋଟିଏ ଇଣ୍ଡିକୋ କାର୍ ମାଧ୍ୟମରେ ବ୍ରହ୍ମପୁରର ଏକ ହସ୍ପିଟାଲରୁ ଚକ୍ଷୁ ଚିକିତ୍ସା କରି ଅକ୍ଷୟ ନାୟକ, ଜମ୍ବୁବତୀ ନାୟକ ଓ ଦୀପିକା ନାୟକ ନିଜ ଘର ଭଞ୍ଜନଗରକୁ ଫେରୁଥିବା ବେଳେ ଆସିକାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ରଘୁନାଥ ଆଚାରି ଓ ସନ୍ତୋଷୀ ଆଚାରିଙ୍କ ସ୍କୁଟି ସହ କାର୍  ଆସିକା ଖଡଭାଗ ଠାରେ ମୁହାଁମୁହିଁ ଧକ୍କା ହୋଇଥିଲା l ଦୁର୍ଘଟଣାରେ ତିନି ଜନ ଗୁରୁତର ହୋଇଥିବା ବେଳେ ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି lYou Can Read:ଶାଢ଼ୀରେ ବାନ୍ଧି ମରଣାନ୍ତକ ଆକ୍ରମଣ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର 

ସ୍କୁଟି ସହ କାର୍ ମୁହାଁମୁହିଁ ଧକ୍କା, ୩ ଗୁରୁତର

ଆସ୍କା ୨୭।୩: ଗଞ୍ଜାମ ଜିଲ୍ଲା ଆସିକା ଖଡଭାଗ ଠାରେ ସ୍କୁଟି ସହ କାର୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇଛନ୍ତି l ଦୁର୍ଘଟଣାରେ  ଗୁରୁତର ହୋଇଥିବା ତିନି ଜଣ ବ୍ୟକ୍ତି ହେଲେ ଆସିକା ଓଡ଼ିଆ ସାହି ଅଞ୍ଚଳର ରଘୁନାଥ ଆଚରି ଏବଂ ଭଞ୍ଜନଗର ଡିଫେନ୍ସ କୋଲନୀର ଜମ୍ବୁବତୀ ନାୟକ ଓ ଅକ୍ଷୟ ନାୟକ l ତେବେ ଗୁରୁତର ମାନଙ୍କୁ ପ୍ରଥମେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆସିକା ମେଡିକାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ସୂଚନା ଅନୁସାରେ ଗୋଟିଏ ଇଣ୍ଡିକୋ କାର୍ ମାଧ୍ୟମରେ ବ୍ରହ୍ମପୁରର ଏକ ହସ୍ପିଟାଲରୁ ଚକ୍ଷୁ ଚିକିତ୍ସା କରି ଅକ୍ଷୟ ନାୟକ, ଜମ୍ବୁବତୀ ନାୟକ ଓ ଦୀପିକା ନାୟକ ନିଜ ଘର ଭଞ୍ଜନଗରକୁ ଫେରୁଥିବା ବେଳେ ଆସିକାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ରଘୁନାଥ ଆଚାରି ଓ ସନ୍ତୋଷୀ ଆଚାରିଙ୍କ ସ୍କୁଟି ସହ କାର୍  ଆସିକା ଖଡଭାଗ ଠାରେ ମୁହାଁମୁହିଁ ଧକ୍କା ହୋଇଥିଲା l ଦୁର୍ଘଟଣାରେ ତିନି ଜନ ଗୁରୁତର ହୋଇଥିବା ବେଳେ ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି l

You Can Read:

ଶାଢ଼ୀରେ ବାନ୍ଧି ମରଣାନ୍ତକ ଆକ୍ରମଣ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର