ଆହାର କେନ୍ଦ୍ରରେ ଖାଇ ମନ୍ତ୍ରୀ କଲେ ବଡ଼ ଘୋଷଣା, ‘ବନ୍ଦ ହେବନି ଆହାର ଯୋଜନା’

ଭୁବନେଶ୍ୱର,୧୮ା୭: ପୂର୍ବ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ଲୋକପ୍ରିୟ ଆହାର ଯୋଜନା ବନ୍ଦ କରାଯିବନି। ଗୁରୁବାର ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର ଗସ୍ତ କରି ଏହି ଘୋଷଣା କରିଛନ୍ତି। ମନ୍ତ୍ରୀ ଆହାର କେନ୍ଦ୍ର ବୁଲି ସମୀକ୍ଷା କରିବା ସହ ଟୋକେନ୍ କାଟି ନିଜେ ଲୋକଙ୍କ ସହ ବସି ଆହାର କେନ୍ଦ୍ରରେ ଖାଇଥିଲେ। ତେବେ ରାଜ୍ୟରେ ବର୍ତମାନ ପନିପରିବା ଦର ଅଧିକ ରହିଥିବାରୁ ଖାଦ୍ୟରେ ପରିବା କମିଥିବା କଥା ମନ୍ତ୍ରୀ […] The post ଆହାର କେନ୍ଦ୍ରରେ ଖାଇ ମନ୍ତ୍ରୀ କଲେ ବଡ଼ ଘୋଷଣା, ‘ବନ୍ଦ ହେବନି ଆହାର ଯୋଜନା’ appeared first on Dharitri Odia News.

ଆହାର କେନ୍ଦ୍ରରେ ଖାଇ ମନ୍ତ୍ରୀ କଲେ ବଡ଼ ଘୋଷଣା, ‘ବନ୍ଦ ହେବନି ଆହାର ଯୋଜନା’

ଭୁବନେଶ୍ୱର,୧୮ା୭: ପୂର୍ବ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ଲୋକପ୍ରିୟ ଆହାର ଯୋଜନା ବନ୍ଦ କରାଯିବନି। ଗୁରୁବାର ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର ଗସ୍ତ କରି ଏହି ଘୋଷଣା କରିଛନ୍ତି।

ମନ୍ତ୍ରୀ ଆହାର କେନ୍ଦ୍ର ବୁଲି ସମୀକ୍ଷା କରିବା ସହ ଟୋକେନ୍ କାଟି ନିଜେ ଲୋକଙ୍କ ସହ ବସି ଆହାର କେନ୍ଦ୍ରରେ ଖାଇଥିଲେ। ତେବେ ରାଜ୍ୟରେ ବର୍ତମାନ ପନିପରିବା ଦର ଅଧିକ ରହିଥିବାରୁ ଖାଦ୍ୟରେ ପରିବା କମିଥିବା କଥା ମନ୍ତ୍ରୀ ସ୍ୱୀକାର କରିଛନ୍ତି। ଆଗକୁ ଖାଦ୍ୟ ଥାଳିରେ କ’ଣ ଅଧିକ ଦେଇହେବ ତାକୁ ନେଇ ବିଭାଗ ସମୀକ୍ଷା କରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ତେବେ ‘ଆହାର’ ପ୍ରତି ଲୋକଙ୍କ ଆଗ୍ରହ ଥିବାରୁ ଏହା ଏକ ଲୋକପ୍ରିୟ ଯୋଜନା। ତେଣୁ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି। ତେବେ ଆହାର ନାଁ ପରିବର୍ତ୍ତନ କରାଯିବ କି ନାହିଁ ପରବର୍ତ୍ତୀ ସମୟରେ ସମୀକ୍ଷା ହେବ। ରାଜ୍ୟରେ ଭାଜପା ସରକାର ଆସିବା ପରେ ‘ଆହାର’ ଯୋଜନା ବନ୍ଦ କରାଯିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। ପରେ ଏହା ଚାଲୁ ରହିବ ବୋଲି ସରକାର ସୂଚନା ଦେଇଥିଲେ।

The post ଆହାର କେନ୍ଦ୍ରରେ ଖାଇ ମନ୍ତ୍ରୀ କଲେ ବଡ଼ ଘୋଷଣା, ‘ବନ୍ଦ ହେବନି ଆହାର ଯୋଜନା’ appeared first on Dharitri Odia News.