ଅଟୋକୁ ଧକ୍କା ଦେଲା ଟ୍ରକ, ଜଣେ ମୃତ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଅଟୋକୁ ଟ୍ରକ ଧକ୍କା ଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ରହ୍ମପୁର ମହାନଗର ଚୈତନ୍ୟ ନଗରର ସଞ୍ଜୟ କୁମାର ସାହୁ (୪୪)। ସୂଚନା ଅନୁସାରେ, ବୁଧବାର ଏକ ମାଲବାହୀ ଅଟୋରେ ସଞ୍ଜୟ ଓ କେ. ରାମା ଆଚାରୀ ଆଳୁ, ପିଆଜ ଧରି କନିସି ହାଟକୁ ଆସୁଥିବାବେଳେ ହଳଦିଆପଦର ଗ୍ରାମ ନିକଟରେ ଏକ ଟ୍ରକ ଅଟୋ ପଛକୁ ଧକ୍କା […]

ଅଟୋକୁ ଧକ୍କା ଦେଲା ଟ୍ରକ, ଜଣେ ମୃତ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଅଟୋକୁ ଟ୍ରକ ଧକ୍କା ଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ରହ୍ମପୁର ମହାନଗର ଚୈତନ୍ୟ ନଗରର ସଞ୍ଜୟ କୁମାର ସାହୁ (୪୪)। ସୂଚନା ଅନୁସାରେ, ବୁଧବାର ଏକ ମାଲବାହୀ ଅଟୋରେ ସଞ୍ଜୟ ଓ କେ. ରାମା ଆଚାରୀ ଆଳୁ, ପିଆଜ ଧରି କନିସି ହାଟକୁ ଆସୁଥିବାବେଳେ ହଳଦିଆପଦର ଗ୍ରାମ ନିକଟରେ ଏକ ଟ୍ରକ ଅଟୋ ପଛକୁ ଧକ୍କା ଦେଇଥିଲା। ଫଳରେ ସଞ୍ଜୟ ଟ୍ରକରେ ପିଟିହୋଇ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିଯାଇଥିଲେ। ଅଟୋରେ ଥିବା ଡ୍ରାଇଭର ସାଗର ଓ ରାମା ଅଳ୍ପକେ ବର୍ତ୍ତିଯାଇଥିଲେ। ଦୁର୍ଘଟଣା ପରେ ଟ୍ରକ ସହିତ ଡ୍ରାଇଭର ଖସି ପଳାଇଥିଲା। ସ୍ଥାନୀୟ ଲୋକେ ସଞ୍ଜୟଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସଞ୍ଜୟଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ଥାନାରେ ଏକ ମାମଲା(୫୫୨/୨୪) ରୁଜୁ ହୋଇଛି।