୮ ରାଜ୍ୟର ୫୭ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ, ୯୦୪ ଜଣ ପ୍ରାର୍ଥିଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧।୬: ଲୋକ ସଭା ନିର୍ବାଚନ ୨୦୨୪ର ଛଅଟି ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି । ସପ୍ତମ ପର୍ଯ୍ୟାୟ ପାଇଁ ଆଠଟି ରାଜ୍ୟର ୫୭ଟି ଆସନରେ ଭୋଟରମାନେ ସେମାନଙ୍କର ମତ ବ୍ୟବହାର କରୁଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ସମସ୍ତଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଆଜି ହେଉଛି ୨୦୨୪ ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ … ମୁଁ ଆଶା କରୁଛି ଯୁବକ ଏବଂ ମହିଳା […] The post ୮ ରାଜ୍ୟର ୫୭ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ, ୯୦୪ ଜଣ ପ୍ରାର୍ଥିଙ୍କ ହେବ ଭାଗ୍ୟ ପରୀକ୍ଷା appeared first on Dharitri Odia News.

୮ ରାଜ୍ୟର ୫୭ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ, ୯୦୪ ଜଣ ପ୍ରାର୍ଥିଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧।୬: ଲୋକ ସଭା ନିର୍ବାଚନ ୨୦୨୪ର ଛଅଟି ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି । ସପ୍ତମ ପର୍ଯ୍ୟାୟ ପାଇଁ ଆଠଟି ରାଜ୍ୟର ୫୭ଟି ଆସନରେ ଭୋଟରମାନେ ସେମାନଙ୍କର ମତ ବ୍ୟବହାର କରୁଛନ୍ତି।
ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ସମସ୍ତଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଆଜି ହେଉଛି ୨୦୨୪ ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ … ମୁଁ ଆଶା କରୁଛି ଯୁବକ ଏବଂ ମହିଳା ଭୋଟରମାନେ ରେକର୍ଡ ସଂଖ୍ୟାରେ ସେମାନଙ୍କର ମତ ସାବ୍ୟସ୍ତ କରିବେ। ଆସନ୍ତୁ ଏକତ୍ର ଆମର ଗଣତନ୍ତ୍ରକୁ ଅଧିକ ଜୀବନ୍ତ ଏବଂ ଅଂଶଗ୍ରହଣକାରୀ କରିବା। ଲୋକ ସଭା ନିର୍ବାାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଛି। ଆଜି ୮ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ର୍ନିର୍ବାଚନମଣ୍ଡଳୀରେ ମତଦାନ ଚାଲିଛି। ଏହା ସହିତ ଓଡ଼ିଶାର ବିଧାନସଭା ଆସନ ପାଇଁ ମଧ୍ୟ ଏକକାଳୀନ ମତଦାନ ଅନୁଷ୍ଠିତ ହେଉଛି।

The post ୮ ରାଜ୍ୟର ୫୭ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ, ୯୦୪ ଜଣ ପ୍ରାର୍ଥିଙ୍କ ହେବ ଭାଗ୍ୟ ପରୀକ୍ଷା appeared first on Dharitri Odia News.