କେଜ୍‌ରିୱାଲଙ୍କ ଗିରଫଦାରୀ ବିରୋଧରେ ବଡ଼ ନିଷ୍ପତ୍ତି ନେଲା ଏଏପି

ନୂଆଦିଲ୍ଲୀ,୨୮।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ସିବିଆଇ ଗିରଫ କରିଛି। ଯାହା ବିରୋଧରେ ଆମ ଆଦମୀ ପାର୍ଟି (ଏଏପି) ଜୁନ ୨୯ରେ ରାସ୍ତାକୁ ଓହ୍ଲାଇ ସାରା ଦେଶରେ ବିରୋଧ କରିବାକୁ ପ୍ରସ୍ତୁତ ହେଉଛି। ଗୁରୁବାର ମୁଖ୍ୟ କାର୍ଯ୍ୟାଳୟରେ ଏଏପିର ଜାତୀୟ ମହାସଚିବ(ସଂଗଠନ) ସନ୍ଦୀପ ପାଠକଙ୍କ ନେତୃତ୍ୱରେ ଅଧିକାରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଏମ୍‌ପି, ବିଧାୟକ, କାଉନସିଲର, ଲୋକ ସଭା ଦାୟିତ୍ୱରେ ଥିବା ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ। ଏହି ସମୟରେ […] The post କେଜ୍‌ରିୱାଲଙ୍କ ଗିରଫଦାରୀ ବିରୋଧରେ ବଡ଼ ନିଷ୍ପତ୍ତି ନେଲା ଏଏପି appeared first on Dharitri Odia News.

କେଜ୍‌ରିୱାଲଙ୍କ ଗିରଫଦାରୀ ବିରୋଧରେ ବଡ଼ ନିଷ୍ପତ୍ତି ନେଲା ଏଏପି

ନୂଆଦିଲ୍ଲୀ,୨୮।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ସିବିଆଇ ଗିରଫ କରିଛି। ଯାହା ବିରୋଧରେ ଆମ ଆଦମୀ ପାର୍ଟି (ଏଏପି) ଜୁନ ୨୯ରେ ରାସ୍ତାକୁ ଓହ୍ଲାଇ ସାରା ଦେଶରେ ବିରୋଧ କରିବାକୁ ପ୍ରସ୍ତୁତ ହେଉଛି। ଗୁରୁବାର ମୁଖ୍ୟ କାର୍ଯ୍ୟାଳୟରେ ଏଏପିର ଜାତୀୟ ମହାସଚିବ(ସଂଗଠନ) ସନ୍ଦୀପ ପାଠକଙ୍କ ନେତୃତ୍ୱରେ ଅଧିକାରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଏମ୍‌ପି, ବିଧାୟକ, କାଉନସିଲର, ଲୋକ ସଭା ଦାୟିତ୍ୱରେ ଥିବା ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ। ଏହି ସମୟରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଅରବିନ୍ଦ କେଜ୍‌ରିୱାଲଙ୍କୁ ଗିରଫ କରିବା ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ସନ୍ଦୀପ ପାଠକ କହିଛନ୍ତି , କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସିର ଅପବ୍ୟବହାର ଏବଂ କେଜ୍‌ରିୱାଲଙ୍କ ଗିରଫଦାରୀକୁ ନେଇ ସାରା ଦେଶରେ ଏଏପିକର୍ମୀମାନେ ଭାଜପା ବିରୋଧରେ ଏକ ବିଶାଳ ବିରୋଧ କରିବେ।

 

The post କେଜ୍‌ରିୱାଲଙ୍କ ଗିରଫଦାରୀ ବିରୋଧରେ ବଡ଼ ନିଷ୍ପତ୍ତି ନେଲା ଏଏପି appeared first on Dharitri Odia News.