ବକ୍ସ ଅଫିସ୍‌ରେ ଇତିହାସ ରଚିଲେ ପ୍ରଭାସ

ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ସାଲାର’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ରିଲିଜ୍‌ ଦିନଠାରୁ ଏହି ଫିଲ୍ମ ଦେଶ ତଥା ବିଦେଶରେ କୋଟି କୋଟି ଟଙ୍କା ଆୟ କରୁଛି। ‘ସାଲାର’ ବିଶ୍ୱ ବକ୍ସ ଅଫିସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ପ୍ରଭାସଙ୍କ ‘ସାଲାର’ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି। ଏହି ଫିଲ୍ମ ୭୦୦ କୋଟି ଟଙ୍କାର କ୍ଲବରେ ପ୍ରବେଶ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ମୋଟ ଆୟ ୭୦୦.୩୭ କୋଟି ଟଙ୍କା ହୋଇଛି। […] The post ବକ୍ସ ଅଫିସ୍‌ରେ ଇତିହାସ ରଚିଲେ ପ୍ରଭାସ appeared first on Dharitri Odia News.

ବକ୍ସ ଅଫିସ୍‌ରେ ଇତିହାସ ରଚିଲେ ପ୍ରଭାସ

ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ସାଲାର’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ରିଲିଜ୍‌ ଦିନଠାରୁ ଏହି ଫିଲ୍ମ ଦେଶ ତଥା ବିଦେଶରେ କୋଟି କୋଟି ଟଙ୍କା ଆୟ କରୁଛି। ‘ସାଲାର’ ବିଶ୍ୱ ବକ୍ସ ଅଫିସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି।
ପ୍ରଭାସଙ୍କ ‘ସାଲାର’ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି। ଏହି ଫିଲ୍ମ ୭୦୦ କୋଟି ଟଙ୍କାର କ୍ଲବରେ ପ୍ରବେଶ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ମୋଟ ଆୟ ୭୦୦.୩୭ କୋଟି ଟଙ୍କା ହୋଇଛି।
ପ୍ରଭାସଙ୍କ ‘ସାଲାର’ ୨୦୨୩ରେ ମୁକ୍ତିଲାଭ କରିଥିବା ସନ୍ନି ଦେଓଲଙ୍କ ‘ଗଦର 2’ ର ବିଶ୍ୱବ୍ୟାପୀ ରୋଜଗାର ରେକର୍ଡ ଭାଙ୍ଗିଛି। ସନି ଦେଓଲଙ୍କ ଫିଲ୍ମ ସାରା ବିଶ୍ୱରେ ୬୯୧ କୋଟି ଟଙ୍କା ବ୍ୟବସାୟ କରିଥିଲା। ‘ସାଲାର’ ୧୮ ଦିନରେ ୬୯୪ କୋଟି ଟଙ୍କା ରୋଜଗାର କରି ଏହି ରେକର୍ଡକୁ ଭାଙ୍ଗି ଦେଇଛି। ଶାହାରୁଖ ଖାନଙ୍କ ‘ଡଙ୍କି’ ରିଲିଜ ହେବାର ଗୋଟିଏ ଦିନ ପରେ ଡିସେମ୍ବର ୨୨ରେ ‘ସାଲାର’ ପ୍ରେକ୍ଷାଳୟକୁ ଆସିଥିଲା। ତେବେ ରୋଜଗାର ଦୃଷ୍ଟିରୁ ‘ସାଲାର’ ‘ଡଙ୍କି’କୁ ବହୁ ପଛରେ ଛାଡିଛି।
ପ୍ରଶାନ୍ତ ନୀଲଙ୍କ ଦ୍ୱାରା ‘ସାଲାର’ ନିର୍ଦ୍ଦେଶନା ଦିଆଯାଇଛି। ଏହାପୂର୍ବରୁ ସେ ‘କେଜିଏଫ ଚାପ୍ଟର ୧’ ଏବଂ ‘କେଜିଏଫ ଚାପ୍ଟର ୨’ ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ସଫଳତା ସହିତ ସେ ସୁପରହିଟ ନିର୍ଦ୍ଦେଶକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ପ୍ରଭାସଙ୍କ ବ୍ୟତୀତ ଶ୍ରୁତି ହାସନ, ପୃଥ୍ବୀରାଜ ସୁକୁମାରନ ଏବଂ ଟିନୁ ଆନନ୍ଦଙ୍କ ଭଳି ତାରକାମାନେ ‘ସାଲାର’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ବର୍ତ୍ତମାନ ପ୍ରଭାସଙ୍କୁ ଖୁବ ଶୀଘ୍ର ‘କାଲ୍କି ୨୮୯୮ ଏଡି’ରେ ଦେଖିବାକୁ ମିଳିବ। ଏହି ଫିଲ୍ମ ଚଳିତ ବର୍ଷ ପ୍ରେକ୍ଷାଳୟକୁ ଆସିବ। ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନ ମଧ୍ୟ ପ୍ରଭାସଙ୍କ ଫିଲ୍ମ ‘କାଲ୍କି ୨୮୯୮ ଏଡି’ରେ ଅଭିନୟ କରିଛନ୍ତି।

The post ବକ୍ସ ଅଫିସ୍‌ରେ ଇତିହାସ ରଚିଲେ ପ୍ରଭାସ appeared first on Dharitri Odia News.