ଅସମୟରେ ଆପଣଙ୍କ ଚୁଟି ପାଚୁଛି କି? ମୁକ୍ତି ପାଇବାକୁ କିଛିଟା ଟିପ୍ସ

ଖରାପ ଲାଇଫ୍‌ଷ୍ଟାଇଲ୍‌ ହେଉ ଅଥବା ଖାଦ୍ୟପେୟରେ ସନ୍ତୁଳନ ନ ରହିବା ଯୋଗୁ କେବଳ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ ତାହା ନୁହେଁ, ଏହାର ଅନେକ କୁପ୍ରଭାବ ଆମର ତ୍ୱଚା ଏବଂ ଚୁଟି ଉପରେ ପଡିଥାଏ। ଯେମିତି କି ତ୍ୱଚାରେ ବ୍ରଣ, କଳାଦାଗ ଦେଖାଯିବା ଅଥବା ଶୀଘ୍ର ରିଙ୍କିଲ୍ସ ଆସିଯିବା। ସେହିପରି ଅସମୟରେ ଚୁଟି ପାଚିବା ସମସ୍ୟା ବି କେତେକଙ୍କଠାରେ ଦେଖାଯାଇଥାଏ। ତେବେ ଶୀଘ୍ର ଚୁଟି ପାଚିବା ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ କିଛିଟା ଉପକାରୀ ଟିପ୍ସ ଉପରେ ଧ୍ୟାନ […] The post ଅସମୟରେ ଆପଣଙ୍କ ଚୁଟି ପାଚୁଛି କି? ମୁକ୍ତି ପାଇବାକୁ କିଛିଟା ଟିପ୍ସ appeared first on Dharitri Odia News.

ଅସମୟରେ ଆପଣଙ୍କ ଚୁଟି ପାଚୁଛି କି? ମୁକ୍ତି ପାଇବାକୁ କିଛିଟା ଟିପ୍ସ

ଖରାପ ଲାଇଫ୍‌ଷ୍ଟାଇଲ୍‌ ହେଉ ଅଥବା ଖାଦ୍ୟପେୟରେ ସନ୍ତୁଳନ ନ ରହିବା ଯୋଗୁ କେବଳ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ ତାହା ନୁହେଁ, ଏହାର ଅନେକ କୁପ୍ରଭାବ ଆମର ତ୍ୱଚା ଏବଂ ଚୁଟି ଉପରେ ପଡିଥାଏ। ଯେମିତି କି ତ୍ୱଚାରେ ବ୍ରଣ, କଳାଦାଗ ଦେଖାଯିବା ଅଥବା ଶୀଘ୍ର ରିଙ୍କିଲ୍ସ ଆସିଯିବା। ସେହିପରି ଅସମୟରେ ଚୁଟି ପାଚିବା ସମସ୍ୟା ବି କେତେକଙ୍କଠାରେ ଦେଖାଯାଇଥାଏ। ତେବେ ଶୀଘ୍ର ଚୁଟି ପାଚିବା ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ କିଛିଟା ଉପକାରୀ ଟିପ୍ସ ଉପରେ ଧ୍ୟାନ ଦେବାକୁ ହୋଇଥାଏ। ଯେମିତି କି ପ୍ରତିଦିନର ଖାଦ୍ୟ ତାଲିକାରେ ଅଣ୍ଡାକୁ ସାମିଲ କରିବା। ପ୍ରତି ୧୫ ଦିନକୁ ଥରେ ଦହି ଓ ଅଣ୍ଡାକୁ ମିଶାଇ ଚୁଟିରେ ଲଗାଇବା। ଏହି ମିଶ୍ରଣ ଉପକାରୀ ହୋମ୍‌ମେଡ୍‌ ହେୟାର୍‌ ମାସ୍କର କାମ କରିଥାଏ; ଯାହା ଚୁଟିକୁ ପ୍ରୋଟିନ୍‌ ପ୍ରଦାନ କରେ। କୁହାଯାଏ, ଚୁଟିରେ ପ୍ରୋଟିନ୍‌ କମ୍‌ ହେଲେ ବି ଅସମୟରେ ଏହା ପାଚିଯାଇଥାଏ। ସେହିପରି କଳା ରାଶିକୁ ରାତିସାରା ନଡିଆ ତେଲରେ ଭିଜାଇ ସକାଳେ ରାଶିକୁ ବାହାର କରି ସେହି ତେଲକୁ ଚୁଟିରେ ଲଗାଇଲେ ଏହି ସମସ୍ୟାରୁ ବି ଅନେକାଂଶରେ ମୁକ୍ତି ମିଳିଥାଏ। ପିଆଜ ରସକୁ ପଇଡ ପାଣିରେ ମିଶାଇ ଚୁଟିରେ କିଛି ସମୟ ଲଗାଇଲା ପରେ ଚୁଟିକୁ ଭଲ ଭାବେ ସଫା କରିଦେବେ। କିଛି ଦିନ ଏମିତି କଲେ ଚୁଟି ଘନ, ଲମ୍ବା ହେବା ସହ ଶୀଘ୍ର ପାଚି ନ ଥାଏ ବୋଲି ବ୍ୟୁଟିସିଆନ୍‌ମାନେ ମତ ଦେଇଥାନ୍ତି।

The post ଅସମୟରେ ଆପଣଙ୍କ ଚୁଟି ପାଚୁଛି କି? ମୁକ୍ତି ପାଇବାକୁ କିଛିଟା ଟିପ୍ସ appeared first on Dharitri Odia News.