କାମ କରୁନି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ: ଥଣ୍ଡା ବଦଳରେ ବାହାରୁଛି ଗରମ ପାଣି

ଥୁଆମୂଳ ରାମପୁର,୨୧।୪(ଦୁର୍ଗା କୀର୍ତ୍ତି): ଗାଁଠୁ ସହର ସବୁଠି ତାତି। ତାତିରୁ ତ୍ରାହି ପାଇଁ ଦରକାର ଥଣ୍ଡା ପାଣି। ମୁନ୍ଦାଏ ତୁଣ୍ଡରେ ପଡିଗଲେ ମିଳିଥାଏ ଆତ୍ମସନ୍ତୋଷ। ହେଲେ ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବସାଯାଇଥିବା ପାନୀୟ ଜଳ ପ୍ରକଳ୍ପରୁ ଥଣ୍ଡା ପାଣି ବଦଳରେ ବାହାରୁଛି ଗରମ ପାଣି। ସମଗ୍ର ରାଜ୍ୟରେ ରାଜୁତି କରୁଛି ଖରା। ଏଥିରୁ ବାଦ ପଡୁନି କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ। ଥୁଆମୂଳ ରାମପୁର ବ୍ଲକ ସଦରସ୍ଥିତ ପଞ୍ଚାୟତ […] The post କାମ କରୁନି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ: ଥଣ୍ଡା ବଦଳରେ ବାହାରୁଛି ଗରମ ପାଣି appeared first on Dharitri Odia News.

କାମ କରୁନି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ: ଥଣ୍ଡା ବଦଳରେ ବାହାରୁଛି ଗରମ ପାଣି

ଥୁଆମୂଳ ରାମପୁର,୨୧।୪(ଦୁର୍ଗା କୀର୍ତ୍ତି): ଗାଁଠୁ ସହର ସବୁଠି ତାତି। ତାତିରୁ ତ୍ରାହି ପାଇଁ ଦରକାର ଥଣ୍ଡା ପାଣି। ମୁନ୍ଦାଏ ତୁଣ୍ଡରେ ପଡିଗଲେ ମିଳିଥାଏ ଆତ୍ମସନ୍ତୋଷ। ହେଲେ ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବସାଯାଇଥିବା ପାନୀୟ ଜଳ ପ୍ରକଳ୍ପରୁ ଥଣ୍ଡା ପାଣି ବଦଳରେ ବାହାରୁଛି ଗରମ ପାଣି। ସମଗ୍ର ରାଜ୍ୟରେ ରାଜୁତି କରୁଛି ଖରା। ଏଥିରୁ ବାଦ ପଡୁନି କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ।

ଥୁଆମୂଳ ରାମପୁର ବ୍ଲକ ସଦରସ୍ଥିତ ପଞ୍ଚାୟତ ଛକରେ ଥିବା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, କଳାହାଣ୍ଡି ତରଫରୁ ନିର୍ମିତ ଗୋପବନ୍ଧୁ ଗ୍ରାମୀଣ ଯୋଜନା ୨୦୧୮-୧୯ ଆର୍ଥିକ ବର୍ଷର ୨,୪୪,୦୦୦ ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ନିର୍ମିତ ଥଣ୍ଡା ପାନୀୟ ଜଳ ପ୍ରକଳ୍ପରୁ ଥଣ୍ଡା ପାଣି ବଦଳରେ ଗରମ ପାଣି ବାହାରୁଛି। ଏହି ରାସ୍ତାରେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ ମୁଖ୍ୟାଳୟ, ବ୍ୟାଙ୍କ, ବ୍ଲକ ଶିକ୍ଷାଧିକାରିଣୀଙ୍କ କାର୍ଯ୍ୟାଳୟ, ମିଶନ ଶକ୍ତି ଭବନ, ଆଇସିଡ଼ିଏସ ଭଳି ଅନେକ ସରକାରୀ କାର୍ଯ୍ୟାଳୟକୁ ପ୍ରତିଦିନ ସହ ସହ ଲୋକମାନେ ତାଙ୍କ ବିଭିନ୍ନ କାମ ନେଇ ଆସିଥାନ୍ତି। ହେଲେ ଖରାଦିନେ ଥଣ୍ଡା ପାଣି ତୁଣ୍ଡରେ ଦେବା ସମ୍ଭବ ହେଉନାହିଁ l

କଳାହାଣ୍ଡି ଜିଲାରେ ଦିନକୁ ୩୦ ଡିଗ୍ରୀରୁ ୪୫, ୫୦ ଡିଗ୍ରୀକୁ ଖରା ଛୁଇଁ ଯାଉଥିବାବେଳେ ବ୍ଲକ ପ୍ରଶାସନ ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା କରିନାହିଁ । ବ୍ଲକର ମାତ୍ର କିଛି ସ୍ଥାନରେ ମାଠିଆ ମାଧ୍ୟମରେ ପାଣି ଯୋଗାଇ ଦିଆଯାଉଥିବାବେଳେ ବାକି ଅଞ୍ଚଳରେ ଲୋକେ ପାଣି ଟପିଏ ପାଇଁ ଡହଳ ବିକଳ ହେଉଛନ୍ତି l ବ୍ଲକ ପ୍ରଶାସନ କିମ୍ବା ଗ୍ରାମପଞ୍ଚାୟତସ୍ତରରେ ପଦାଧିକାରୀଙ୍କ ପକ୍ଷରୁ ପାନୀୟ ଜଳ ଉପରେ ଗୁରୁତ୍ୱ ଦିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ସ୍ଥାନୀୟ ସରପଞ୍ଚ ବିଜୟା ମାଝୀଙ୍କୁ ପଚାରିବାରୁ ଏହି ପ୍ରକଳ୍ପ ଆମ ସମୟର ନୁହଁ ଏହା ପୁରୁଣା। ଯେଉଁ ଠିକା ସଂସ୍ଥା କାମ କରୁଥିଲା ସେ ଠିକାଦାର ପଞ୍ଚାୟତ ଅଫିସ ଛକର କୁଲିଂ ମୋଟର ନେଇ ଯାଇଛନ୍ତି। ଏଣୁ ଏଠାରୁ ଥଣ୍ଡା ପାଣି ବାହାରୁ ନାହିଁ। ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟଙ୍କଧର ସାହୁଙ୍କୁ ପଚାରିବାରୁ ମୁଁ ଏ ବିଷୟରେ କିଛି ଜାଣି ନାହିଁ ମୁଁ ସେ ସମୟରେ ଉକ୍ତ ପଞ୍ଚାୟତରେ ନ ଥିଲି ଏହା ପୂର୍ବ ଅଧିକାରୀ ଥିଲା ସମୟରେ ହୋଇଥିଲା l ଆଉ ଯଦିଓ ସେ ଜଳ ଯୋଗାଣରୁ ଥଣ୍ଡା ପାଣି ଆସୁନାହିଁ ତାହା ହେଲେ ପୂର୍ବ ସମୟରେ କଣ ହୋଇଥିବ ମୁଁ କିଛି କହି ପାରିବି ନାହିଁ ବୋଲି ଉତ୍ତର ରଖିଛନ୍ତି l ସେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ୱ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଧିକାରୀଙ୍କର ହୋଇଥିବାବେଳେ ସରପଞ୍ଚ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଜ ଦାୟିତ୍ୱ ଠିକ ଭାବରେ ନିର୍ବାହ କରୁ ନ ଥିବାରୁ ଏବେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ସମୟରେ ଲୋକେ ଥଣ୍ଡା ପାଣି ଟିକେ ନ ପାଇ ଡହଳବିକଳ ହେଉଛନ୍ତି। ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଅଚଳ ବା ଗରମ ପାଣି ବାହାରୁଥିବା ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପୁନଃକାର୍ଯ୍ୟକ୍ଷମ କରିବା ପାଇଁ ସାଧାରଣରେ ଦାବି ହେଉଛି ।

The post କାମ କରୁନି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ: ଥଣ୍ଡା ବଦଳରେ ବାହାରୁଛି ଗରମ ପାଣି appeared first on Dharitri Odia News.