ରୌପ୍ୟ ଜିତିବା ପରେ ଏମିତି କହିଦେଲେ ନୀରଜ ଚୋପ୍ରା: ମୁଁ ମୋର ଶ୍ରେଷ୍ଠତ୍ୱ ଦେଇଥିଲି କିନ୍ତୁ…
ପ୍ୟାରିସ୍,୯।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିଲେ। ଜାଭେଲିନ ଥ୍ରୋ ପ୍ରତିଯୋଗିତାର ଫାଇନାଲରେ ନୀରଜ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଫଳରେ ତାଙ୍କୁ ରୌପ୍ୟ ପଦକ ସହିତ ସନ୍ତୁଷ୍ଟ ହେବାକୁ ପଡିଥିଲା। ଏହାପୂର୍ବରୁ ନୀରଜ ଟୋକିଓ ଅଲିମ୍ପିକ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ତେବେ ଟୋକିଓ ଅଲିମ୍ପିକ୍ସର ସ୍ବର୍ଣ୍ଣ ପଦକ ବିଜେତା ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବାରେ ଖୁସି ନାହାନ୍ତି। ପଦକ ଜିତିବା ପରେ ନୀରଜଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରତ୍ୟେକ […] The post ରୌପ୍ୟ ଜିତିବା ପରେ ଏମିତି କହିଦେଲେ ନୀରଜ ଚୋପ୍ରା: ମୁଁ ମୋର ଶ୍ରେଷ୍ଠତ୍ୱ ଦେଇଥିଲି କିନ୍ତୁ… appeared first on Dharitri Odia News.
ପ୍ୟାରିସ୍,୯।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିଲେ। ଜାଭେଲିନ ଥ୍ରୋ ପ୍ରତିଯୋଗିତାର ଫାଇନାଲରେ ନୀରଜ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଫଳରେ ତାଙ୍କୁ ରୌପ୍ୟ ପଦକ ସହିତ ସନ୍ତୁଷ୍ଟ ହେବାକୁ ପଡିଥିଲା। ଏହାପୂର୍ବରୁ ନୀରଜ ଟୋକିଓ ଅଲିମ୍ପିକ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ତେବେ ଟୋକିଓ ଅଲିମ୍ପିକ୍ସର ସ୍ବର୍ଣ୍ଣ ପଦକ ବିଜେତା ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବାରେ ଖୁସି ନାହାନ୍ତି। ପଦକ ଜିତିବା ପରେ ନୀରଜଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରତ୍ୟେକ ଖେଳାଳିଙ୍କର ଦିନ ଅଛି ବୋଲି ନୀରଜ କହିଛନ୍ତି।
ନୀରଜ ଚୋପ୍ରା କହିଛନ୍ତି, ପ୍ରତିଯୋଗିତା ଚମତ୍କାର ଥିଲା। ପ୍ରତ୍ୟେକ ଖେଳାଳିଙ୍କର ନିଜସ୍ବ ଦିନ ଅଛି, ଆଜି ଅର୍ଶଦଙ୍କ ଦିନ ଥିଲା। ଟୋକିଓ, ବୁଦାପେଷ୍ଟ, ଏସୀୟ ଗେମ୍ସର ନିଜସ୍ବ ଦିନ ଅଛି। ମୁଁ ମୋର ଶ୍ରେଷ୍ଠତ୍ୱ ଦେଇଥିଲି, କିନ୍ତୁ କିଛି ଜିନିଷ ଅଛି ଯାହା ଧ୍ୟାନ ଏବଂ କାର୍ଯ୍ୟ ଆବଶ୍ୟକ କରେ। ଯଦିଓ ଆମର ଜାତୀୟ ସଂଗୀତ ଆଜି ବାଜି ନ ଥିଲା, ଭବିଷ୍ୟତରେ ଏହା ନିଶ୍ଚିତ ଭାବରେ ଅନ୍ୟ ଏକ ସ୍ଥାନରେ ବଜାଯିବ।
ଏହା ବ୍ୟତୀତ ନୀରଜ ସୁଧାର ବିଷୟରେ ମଧ୍ୟ କହିଥିଲେ। ନୀରଜ ଆହୁରି କହିଛନ୍ତି, ଯେତେବେଳେ ବି ଆମେ ଦେଶ ପାଇଁ ପଦକ ଜିତୁ, ଆମେ ସମସ୍ତେ ଖୁସି ଖାଉ। ବର୍ତ୍ତମାନ ଥ୍ରୋକୁ ସୁଧାରିବା ପାଇଁ ସମୟ ଆସିଛି। ମୋତେ ଆଘାତ ଉପରେ କାମ କରିବାକୁ ପଡ଼ିବ। ତ୍ରୁଟିଗୁଡିକର ଉନ୍ନତି କରିବି।
ନୀରଜ ଚୋପ୍ରା ଜାଭେଲିନ ୮୯.୪୫ ମିଟର ଫିଙ୍ଗି ରୌପ୍ୟ ପଦକ ଜିତିଥିଲେ। ଏହା ଥିଲା ନୀରଜଙ୍କ ଚଳିତ ସିଜିନ୍ର ଶ୍ରେଷ୍ଠ ସ୍କୋର। ସେହିଭଳି ପ୍ରତିଯୋଗିତାରେ ପାକିସ୍ତାନର ଅର୍ଶଦ ନଦିମ ସ୍ବର୍ଣ୍ଣ ପଦକ ଜିତିଥିଲେ। ୯୨.୯୭ ମିଟର ଥ୍ରୋରେ ଅର୍ଶଦ ସ୍ବର୍ଣ୍ଣ ହାସଲ କରିଥିଲେ। ଅର୍ଶଦଙ୍କ ଏହି ଥ୍ରୋ ମଧ୍ୟ ଏକ ଅଲିମ୍ପିକ ରେକର୍ଡରେ ପରିଣତ ହୋଇଥିଲା।
The post ରୌପ୍ୟ ଜିତିବା ପରେ ଏମିତି କହିଦେଲେ ନୀରଜ ଚୋପ୍ରା: ମୁଁ ମୋର ଶ୍ରେଷ୍ଠତ୍ୱ ଦେଇଥିଲି କିନ୍ତୁ… appeared first on Dharitri Odia News.