ସୁନା ଦୋକାନରେ ଲାଗିଲା ନିଆଁ , ଜଳିଗଲା ବହୁ ସାମଗ୍ରୀ

ସରଣ୍ଡା, ୨।୧୨(ଯୁଧିଷ୍ଠିର ମହାପାତ୍ର ):  ବରଗଡ଼ ଜିଲା ଅତାବିରା ହସ୍ପିଟାଲ ସମ୍ମୁଖରେ ଥିବା ମା ସମଲେଶ୍ଵରୀ ଜ୍ଵେଲାର୍ସରେ ସୋମବାର ସକାଳୁ ଦୋକାନ ବନ୍ଦ ଥିବା ସମୟରେ ସର୍ଟ ସର୍କିଟରୁ ନିଆଁ ଲାଗିଯାଇଥିଲା। ଦୋକାନ ଗୃହ ଭିତରୁ ଧୂଆଁ ବାହାରୁ ଥିବା ଦେଖି ପାଖ ପଡୋଶୀ ଲୋକେ ଦୋକାନ ମାଲିକ ସନ୍ତୋଷ ମହାପାତ୍ରଙ୍କୁ ଖବର ଦେଇଥିଲେ । ଏହାପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ […] The post ସୁନା ଦୋକାନରେ ଲାଗିଲା ନିଆଁ , ଜଳିଗଲା ବହୁ ସାମଗ୍ରୀ appeared first on Dharitri Odia News.

ସୁନା ଦୋକାନରେ ଲାଗିଲା ନିଆଁ , ଜଳିଗଲା ବହୁ ସାମଗ୍ରୀ

ସରଣ୍ଡା, ୨।୧୨(ଯୁଧିଷ୍ଠିର ମହାପାତ୍ର ):  ବରଗଡ଼ ଜିଲା ଅତାବିରା ହସ୍ପିଟାଲ ସମ୍ମୁଖରେ ଥିବା ମା ସମଲେଶ୍ଵରୀ ଜ୍ଵେଲାର୍ସରେ ସୋମବାର ସକାଳୁ ଦୋକାନ ବନ୍ଦ ଥିବା ସମୟରେ ସର୍ଟ ସର୍କିଟରୁ ନିଆଁ ଲାଗିଯାଇଥିଲା। ଦୋକାନ ଗୃହ ଭିତରୁ ଧୂଆଁ ବାହାରୁ ଥିବା ଦେଖି ପାଖ ପଡୋଶୀ ଲୋକେ ଦୋକାନ ମାଲିକ ସନ୍ତୋଷ ମହାପାତ୍ରଙ୍କୁ ଖବର ଦେଇଥିଲେ । ଏହାପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲାଗି ଦୋକାନର ସବୁ କିଛି ଜଳିଯାଇଥିବ ଦୋକାନ ମାଲିକ ସନ୍ତୋଷ ମହାପାତ୍ର କହିଛନ୍ତି । ଅନ୍ୟପଟେ ଅତାବିରା ବ୍ୟବସାୟୀ ସଂଘର ସଭାପତି ଓ କର୍ମକର୍ତ୍ତା ମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

The post ସୁନା ଦୋକାନରେ ଲାଗିଲା ନିଆଁ , ଜଳିଗଲା ବହୁ ସାମଗ୍ରୀ appeared first on Dharitri Odia News.