ବଢ଼ିବ ତାପମାତ୍ରା:ଗୁଳୁଗୁଳି ଯୋଗୁ ଳୋକେ ଅତିଷ୍ଠ

ଭୁବନେଶ୍ୱର,୨।୧୦(ଅନୁରାଧା ମହାରଣା):ରାଜ୍ୟରେ ଗତ ୨ଦିନ ଧରି କଁାଭାଁ ସ୍ଥାନରେ ବର୍ଷା ହୋଇଥିବାବେଳେ ଅଧିକାଂଶ ସ୍ଥାନରେ ତାତି ଓ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଠ କରିଛି। ବାଲେଶ୍ୱରରେ ସର୍ବାଧିକ ୩୭ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ପ୍ରାୟ ୬ଟି ସ୍ଥାନରେ ତାପମାତ୍ରା ୩୬ରୁ ୩୭ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିଥିଲା। ରାଜ୍ୟର ୯ଟି ସ୍ଥାନରେ ୩୫ରୁ ୩୬ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ବୁଧବାର ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା […] The post ବଢ଼ିବ ତାପମାତ୍ରା:ଗୁଳୁଗୁଳି ଯୋଗୁ ଳୋକେ ଅତିଷ୍ଠ appeared first on Dharitri Odia News.

ବଢ଼ିବ ତାପମାତ୍ରା:ଗୁଳୁଗୁଳି ଯୋଗୁ ଳୋକେ ଅତିଷ୍ଠ

ଭୁବନେଶ୍ୱର,୨।୧୦(ଅନୁରାଧା ମହାରଣା):ରାଜ୍ୟରେ ଗତ ୨ଦିନ ଧରି କଁାଭାଁ ସ୍ଥାନରେ ବର୍ଷା ହୋଇଥିବାବେଳେ ଅଧିକାଂଶ ସ୍ଥାନରେ ତାତି ଓ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଠ କରିଛି। ବାଲେଶ୍ୱରରେ ସର୍ବାଧିକ ୩୭ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ପ୍ରାୟ ୬ଟି ସ୍ଥାନରେ ତାପମାତ୍ରା ୩୬ରୁ ୩୭ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିଥିଲା। ରାଜ୍ୟର ୯ଟି ସ୍ଥାନରେ ୩୫ରୁ ୩୬ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ବୁଧବାର ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ତେବେ ଆସନ୍ତା ୪ଦିନ ରାଜ୍ୟରେ ବଡ଼ ଧରଣର ବର୍ଷା ସମ୍ଭାବନା ନ ଥିବାବେଳେ ତାପମାତ୍ରା ୨ରୁ ୩ଡିଗ୍ରୀ ବଢ଼ିପାରେ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ବାୟୁମଣ୍ଡଳରେ ଯଥେଷ୍ଟ ଆର୍ଦ୍ରତା ଥିବାରୁ ବର୍ତ୍ତମାନ ମୌସୁମୀ ଫେରିବା ପାଇଁ ପାଗ ଅନୁକୂଳ ନ ଥିବା ସେ କହିଛନ୍ତି। ୩ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଅନୁଗୋଳ, ଢେଙ୍କାନାଳ, ଯାଜପୁର ଆଦି ଜିଲାର କେତେକ ସ୍ଥାନକୁ ବାଦ୍‌ ଦେଲେ ରାଜ୍ୟର ଅନ୍ୟ ଅଞ୍ଚଳରେ ପାଗ ପ୍ରାୟ ଶୁଖିଲା ରହିବ।

The post ବଢ଼ିବ ତାପମାତ୍ରା:ଗୁଳୁଗୁଳି ଯୋଗୁ ଳୋକେ ଅତିଷ୍ଠ appeared first on Dharitri Odia News.