ଖାଲି ସମୟ ଥିଲେ ବରିଷ୍ଠଙ୍କ ଠାରୁ ଆଇନକାନୁନ୍ ଶିଖି ଆସନ୍ତୁ; ଓକିଲଙ୍କୁ ଭର୍ତ୍ସନା କଲେ ଡି ଓ୍ବାଇ ଚନ୍ଦ୍ରଚୂଡ
ନୂଆଦିଲ୍ଲୀ,୩୧।୧: ‘ଖାଲି ସମୟ ଥିଲେ ନିଜ ବରିଷ୍ଠଙ୍କ ଠାରୁ କିଛି ଆଇନକାନୁନ୍ ଶିଖନ୍ତୁ’। ଏକ ଯାଚିକାର ଶୁଣାଣିବେଳେ ସୁପ୍ରିମକୋର୍ଟ, ଓକିଲ ଓ ଯାଚିକାକର୍ତ୍ତାଙ୍କୁ ଭର୍ତ୍ସନା କରିଛନ୍ତି। ଯାଚିକାରେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ର ଶାସିତଙ୍କୁ ନ୍ୟାୟଳୟର ନ୍ୟାୟିକ ଆଦେଶ କଡାକଡି ଭାବେ ପାଳନ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି। ଶୀର୍ଷ ନ୍ୟାୟଳୟ ଏହି ଜନହିତ ଯାଚିକାକୁ ଖାରଜ କରିଛନ୍ତି। ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତା ବେଞ୍ଚ ଏହି ଜନହିତ ଯାଚିକାକୁ ଖାରଜ କରିଛନ୍ତି। […] The post ଖାଲି ସମୟ ଥିଲେ ବରିଷ୍ଠଙ୍କ ଠାରୁ ଆଇନକାନୁନ୍ ଶିଖି ଆସନ୍ତୁ; ଓକିଲଙ୍କୁ ଭର୍ତ୍ସନା କଲେ ଡି ଓ୍ବାଇ ଚନ୍ଦ୍ରଚୂଡ appeared first on Dharitri Odia News.
ନୂଆଦିଲ୍ଲୀ,୩୧।୧: ‘ଖାଲି ସମୟ ଥିଲେ ନିଜ ବରିଷ୍ଠଙ୍କ ଠାରୁ କିଛି ଆଇନକାନୁନ୍ ଶିଖନ୍ତୁ’। ଏକ ଯାଚିକାର ଶୁଣାଣିବେଳେ ସୁପ୍ରିମକୋର୍ଟ, ଓକିଲ ଓ ଯାଚିକାକର୍ତ୍ତାଙ୍କୁ ଭର୍ତ୍ସନା କରିଛନ୍ତି। ଯାଚିକାରେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ର ଶାସିତଙ୍କୁ ନ୍ୟାୟଳୟର ନ୍ୟାୟିକ ଆଦେଶ କଡାକଡି ଭାବେ ପାଳନ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି। ଶୀର୍ଷ ନ୍ୟାୟଳୟ ଏହି ଜନହିତ ଯାଚିକାକୁ ଖାରଜ କରିଛନ୍ତି।
ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତା ବେଞ୍ଚ ଏହି ଜନହିତ ଯାଚିକାକୁ ଖାରଜ କରିଛନ୍ତି। ଶୁଣାଣିବେଳେ ଚନ୍ଦ୍ରଚୂଡ କହିଛନ୍ତି, ନ୍ୟାୟଳୟଙ୍କର ସବୁ ଆଦେଶ ପାଳନ କରିବା ଆବଶ୍ୟକ। ନ୍ୟାୟଳୟ ଆଦେଶରେ ଶାସିତ ହୋଇଥିବା ସବୁ ପକ୍ଷ, ଯିଏ ଅପିଲ ଆଦିରେ ନିର୍ଭର କରିଥାଏ ସେ ଆଦେଶକୁ ପାଳନ କରିବା ପାଇଁ କର୍ତ୍ତବ୍ୟବଦ୍ଧ ଅଟନ୍ତି।
ତେବେ ଯାଚିକାକୁ ନେଇ ଅସନ୍ତୋଷ ଝାଡିବା ସହ କୋର୍ଟ ଆଶ୍ଚର୍ଯ୍ୟବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି, କିପରି ଏହିସବୁ ଯାଚିକାକୁ ବିଚାର କରି ଏପରି ଆଦେଶକୁ ପାରିତ କରାଯାଇ ପାରିବ? କୋର୍ଟ ତାମିଲନାଡୁର ମଇଦୁର ନିବାସୀ ଯାଚିକାକର୍ତ୍ତା-ଓକିଲ କେକେ ରମେଶଙ୍କୁ ବରିଷ୍ଠ ଆଇନଜୀବୀଙ୍କ ଠାରୁ କିଛି ଆଇନକାନୁନ୍ ଶିଖିବାକୁ ପରାମର୍ଶ ଦେଇଛନ୍ତି।
ଶେଷରେ କୋର୍ଟ କହିଛନ୍ତି, ‘ଆମେ ପୂର୍ବରୁ ମଧ୍ୟ କହିଛୁ, ଏପରି ଯାଚିକା ଦାୟର କରନ୍ତୁ ନାହିଁ। ନ୍ୟାୟଳୟଙ୍କ ଆଦେଶକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ। ଯେଉଁଠାରେ ଅନୁପାଳନ ହୁଏନି ସେଠାରେ ନିର୍ଦ୍ଦେଶ ଦିଆଯାଏ। କାନୁନ୍ ଏହା କି, ଆପଣଙ୍କୁ ପାରିତ କରାଯାଇଥିବା ଆଦେଶକୁ ପାଳନ କରିବାକୁ ପଡିବ’।
The post ଖାଲି ସମୟ ଥିଲେ ବରିଷ୍ଠଙ୍କ ଠାରୁ ଆଇନକାନୁନ୍ ଶିଖି ଆସନ୍ତୁ; ଓକିଲଙ୍କୁ ଭର୍ତ୍ସନା କଲେ ଡି ଓ୍ବାଇ ଚନ୍ଦ୍ରଚୂଡ appeared first on Dharitri Odia News.