ଏପ୍ରିଲ ୫ରେ ଜାରି ହେବ କଂଗ୍ରେସର ଘୋଷଣାପତ୍ର
ନୂଆଦିଲ୍ଲୀ,୩୧।୩: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେପଟେ, ଏପ୍ରିଲ ୫ରେ କଂଗ୍ରେସ ଏହାର ମନିଫେଷ୍ଟ ପ୍ରକାଶ କରିବାକୁ ଘୋଷଣା କରିଛି। ଏହା ବ୍ୟତୀତ ଭାଜପାର ଶେଷ ମୁହୂର୍ତ୍ତରେ ମନିଫେଷ୍ଟୋ କମିଟି ଗଠନ ଉପରେ କଂଗ୍ରେସ ମଧ୍ୟ ଖୋଳତାଡ଼ କରିଥିଲା। ସୂଚନାଯୋଗ୍ୟ ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ଭାଚପା ୨୭ ଜଣିଆ କମିଟି ଘୋଷଣା କରିଛି ଯେଉଁଥିରେ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ […] The post ଏପ୍ରିଲ ୫ରେ ଜାରି ହେବ କଂଗ୍ରେସର ଘୋଷଣାପତ୍ର appeared first on Dharitri Odia News.
ନୂଆଦିଲ୍ଲୀ,୩୧।୩: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେପଟେ, ଏପ୍ରିଲ ୫ରେ କଂଗ୍ରେସ ଏହାର ମନିଫେଷ୍ଟ ପ୍ରକାଶ କରିବାକୁ ଘୋଷଣା କରିଛି। ଏହା ବ୍ୟତୀତ ଭାଜପାର ଶେଷ ମୁହୂର୍ତ୍ତରେ ମନିଫେଷ୍ଟୋ କମିଟି ଗଠନ ଉପରେ କଂଗ୍ରେସ ମଧ୍ୟ ଖୋଳତାଡ଼ କରିଥିଲା।
ସୂଚନାଯୋଗ୍ୟ ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ଭାଚପା ୨୭ ଜଣିଆ କମିଟି ଘୋଷଣା କରିଛି ଯେଉଁଥିରେ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି।
କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଶନିବାର କହିଛନ୍ତି ଯେ ମାର୍ଚ୍ଚ ୧୬ରେ ଆମେ ଆମର ପାଞ୍ଚ ନ୍ୟାୟ ଏବଂ ପଚିଶଟି ଗ୍ୟାରେଣ୍ଟି ପ୍ରଦାନ କରିଛୁ। ସମଗ୍ର ଦେଶରେ ଆଠ କୋଟି ଗ୍ୟାରେଣ୍ଟି କାର୍ଡ ବଣ୍ଟନ କରିବା ପାଇଁ ଆମେ ଏପ୍ରିଲ ୩ ରୁ ଏକ ଘର-ଘର ଗ୍ୟାରେଣ୍ଟି ଅଭିଯାନ ଆରମ୍ଭ କରିବୁ।
ଏହି ମନିଫେଷ୍ଟୋ ବା ଘୋଷଣା ପତ୍ର ଏପ୍ରିଲ ୫ରେ ପ୍ରକାଶ ପାଇବ। ଦେଶବ୍ୟାପୀ ଆଲୋଚନା ପରେ କଂଗ୍ରେସ ଘୋଷଣାପତ୍ର ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। ଆମେ ଆମର ମନିଫେଷ୍ଟୋରେ ହଜାରେ ପରାମର୍ଶ ମଧ୍ୟ ଅନ୍ତର୍ଭୂକ୍ତ କରିଛୁ ଯାହା ଆମକୁ ଇ-ମେଲ ଏବଂ ଆୱାଜ ଭାରତ ୱେବସାଇଟ ମାଧ୍ୟମରେ ପଠାଯାଇଛି। କଂଗ୍ରେସ ମନିଫେଷ୍ଟୋରେ ଲୋକଙ୍କ ସ୍ବର ପ୍ରତିଫଳିତ ହୋଇଛି।
The post ଏପ୍ରିଲ ୫ରେ ଜାରି ହେବ କଂଗ୍ରେସର ଘୋଷଣାପତ୍ର appeared first on Dharitri Odia News.