ଦେବାଳିଆ ପାକିସ୍ତାନର ବଡ ଘୋଷଣା, ବିନା ଦରମାରେ କାମ କରିବେ ରାଷ୍ଟ୍ରପତି, ଗୃହମନ୍ତ୍ରୀ
ପେଶାଓ୍ୱାର ୧୩/୦୩: ନିଜ ଇତିହାସର ସବୁଠୁ ବଡ ଆର୍ଥିକ ସଂକଟ ଦେଇ ଗତି କରୁଛି ପାକିସ୍ତାନ । ଏହାରି ଭିତରେ ଗଢା ହୋଇଛି ନୂଆ ସରକାର । ଦେଶର ୧୪ ତମ ରାଷ୍ଟ୍ରପତି ହୋଇଛନ୍ତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ । କାଙ୍ଗାଳ ପରିସ୍ଥିତିକୁ ଆସିଥିବା ପାକିସ୍ତାନର ବର୍ତ୍ତମାନ ସ୍ଥିତି ଦେଖି ନବନିର୍ବାଚିତ ରାଷ୍ଟ୍ରପତି ବଡ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ଜର୍ଦ୍ଦାରୀ ଏକ ବଡ ଘୋଷଣା କରିଛନ୍ତି, ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ବେତନ ନ ନେବାକୁ ଘୋଷଣା କରିଛନ୍ତି । ଜର୍ଦ୍ଦାରୀଙ୍କ ଏହି ପଦକ୍ଷେପରେ ଦେଶର ନୂତନ ଗୃହମନ୍ତ୍ରୀ ମଧ୍ୟ ଆଗକୁ ବଢିଛନ୍ତି । ଦେଶର ଚ୍ୟାଲେଞ୍ଜିଂ ପରିସ୍ଥିତିକୁ ବିଚାରକୁ ନେଇ ନିଷ୍ପତ୍ତି ନିଆଯାଇଛି । ପିଟିଆଇ ଅନୁଯାୟୀ ପାକିସ୍ତାନର ନବ ନିର୍ବାଚିତ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀ ମଙ୍ଗଳବାର ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ଦରମା ନ ନେବାକୁ ଘୋଷଣା କରିଛନ୍ତି । ଦେଶରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଅର୍ଥନୈତିକ ସଙ୍କଟ ଏବଂ ମୁଦ୍ରାସ୍ଫୀତି କାରଣରୁ ପାକିସ୍ତାନବାସୀଙ୍କ ଆର୍ଥିକ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ୬୮ ବର୍ଷୀୟ ରାଷ୍ଟ୍ରପତି ଜର୍ଦ୍ଦାରୀ ଏହି ସୂଚନାକୁ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର X ଆକାଉଣ୍ଟରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ ଚ୍ୟାଲେଞ୍ଜିଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ସାହାଯ୍ୟ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଦେଶର ରାଜସ
ପେଶାଓ୍ୱାର ୧୩/୦୩: ନିଜ ଇତିହାସର ସବୁଠୁ ବଡ ଆର୍ଥିକ ସଂକଟ ଦେଇ ଗତି କରୁଛି ପାକିସ୍ତାନ । ଏହାରି ଭିତରେ ଗଢା ହୋଇଛି ନୂଆ ସରକାର । ଦେଶର ୧୪ ତମ ରାଷ୍ଟ୍ରପତି ହୋଇଛନ୍ତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ । କାଙ୍ଗାଳ ପରିସ୍ଥିତିକୁ ଆସିଥିବା ପାକିସ୍ତାନର ବର୍ତ୍ତମାନ ସ୍ଥିତି ଦେଖି ନବନିର୍ବାଚିତ ରାଷ୍ଟ୍ରପତି ବଡ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ଜର୍ଦ୍ଦାରୀ ଏକ ବଡ ଘୋଷଣା କରିଛନ୍ତି, ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ବେତନ ନ ନେବାକୁ ଘୋଷଣା କରିଛନ୍ତି ।
ଜର୍ଦ୍ଦାରୀଙ୍କ ଏହି ପଦକ୍ଷେପରେ ଦେଶର ନୂତନ ଗୃହମନ୍ତ୍ରୀ ମଧ୍ୟ ଆଗକୁ ବଢିଛନ୍ତି । ଦେଶର ଚ୍ୟାଲେଞ୍ଜିଂ ପରିସ୍ଥିତିକୁ ବିଚାରକୁ ନେଇ ନିଷ୍ପତ୍ତି ନିଆଯାଇଛି । ପିଟିଆଇ ଅନୁଯାୟୀ ପାକିସ୍ତାନର ନବ ନିର୍ବାଚିତ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀ ମଙ୍ଗଳବାର ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ଦରମା ନ ନେବାକୁ ଘୋଷଣା କରିଛନ୍ତି ।
ଦେଶରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଅର୍ଥନୈତିକ ସଙ୍କଟ ଏବଂ ମୁଦ୍ରାସ୍ଫୀତି କାରଣରୁ ପାକିସ୍ତାନବାସୀଙ୍କ ଆର୍ଥିକ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ୬୮ ବର୍ଷୀୟ ରାଷ୍ଟ୍ରପତି ଜର୍ଦ୍ଦାରୀ ଏହି ସୂଚନାକୁ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର X ଆକାଉଣ୍ଟରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ ଚ୍ୟାଲେଞ୍ଜିଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ସାହାଯ୍ୟ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଦେଶର ରାଜସ୍ୱ ଉପରେ ବୋଝ ହେବ ନାହିଁ । ଆସିଫ ଅଲି ଜରଦାରୀଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ରାଷ୍ଟ୍ରପତିଙ୍କ ସଚିବାଳୟ ପ୍ରେସ ୱିଙ୍ଗରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇ ସୂଚନା ଦିଆଯାଇଛି ।
ସୂଚନାଥାଉକି, ଜର୍ଦ୍ଦାରୀ ପାକିସ୍ତାନର ସବୁଠାରୁ ଧନୀ ନେତାଙ୍କ ମଧ୍ୟରେ ଜଣେ । ତାଙ୍କର ସମ୍ପତ୍ତି ମୂଲ୍ୟ ପ୍ରାୟ ୧.୮ ବିଲିୟନ ଡଲାର ଅଟେ । କେବଳ ଦରମା ଛାଡ କରିବାର ବଡ ଘୋଷଣା ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ କରିନାହାଁନ୍ତି । ବରଂ ସେ ଆଉ ଏକ ବଡ ଘୋଷଣା କରିଛନ୍ତି । ପ୍ରକୃତରେ, ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାବେଳେ ସେ ଦ୍ୱିତୀୟ କାର୍ଯ୍ୟକାଳରେ ତାଙ୍କ ଝିଅ ଆସିଫା ଜରଦାରୀଙ୍କୁ ପାକିସ୍ତାନର 'ପ୍ରଥମ ଲେଡି' ମାନ୍ୟତା ଦେବାକୁ ଘୋଷଣା କରିଥିଲେ ।
ଇତିହାସରେ ଏହା ପ୍ରଥମ ଥର ପାଇଁ ଜଣେ ରାଷ୍ଟ୍ରପତିଙ୍କ ଝିଅକୁ ପ୍ରଥମ ଲେଡି ମାନ୍ୟତା ଦିଆଯାଇଛି । ରାଷ୍ଟ୍ରପତିଙ୍କ ଦରମା ପାକିସ୍ତାନ ସଂସଦ ଦ୍ୱାରା ସ୍ଥିର ହୋଇଛି । ତାଙ୍କ କହିବାନୁସାରେ, ଏହି ପଦବୀରେ ଥିବା ବ୍ୟକ୍ତି (ପାକିସ୍ତାନ ରାଷ୍ଟ୍ରପତି ଦରମା) ପ୍ରତି ମାସରେ ୮,୪୬,୫୫୦ ଟଙ୍କା ପାଉଛନ୍ତି । ଏହା ବ୍ୟତୀତ ଅନ୍ୟାନ୍ୟ ଭତ୍ତାର ସୁବିଧା ମଧ୍ୟ ଦିଆଯାଏ ।
ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀଙ୍କ ଘୋଷଣା ପରେ ତାଙ୍କ ପଦାଙ୍କ ଅନୁସରଣ କରି ଦେଶର ନୂତନ ସରକାରଙ୍କ ଗୃହମନ୍ତ୍ରୀ ମୋହସିନ୍ ନାକଭି ମଧ୍ୟ ପାକିସ୍ତାନର ଆର୍ଥିକ ଆହ୍ୱାନ ଦର୍ଶାଇ ତାଙ୍କ ଦରମା ନ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଗୃହମନ୍ତ୍ରୀ ନାକଭି ମଧ୍ୟ ଏହି ସୂଚନାକୁ X ପ୍ଲାଟଫର୍ମରେ ଅଂଶୀଦାର କରି ଲେଖିଛନ୍ତି, 'ଆମେ ଦେଶକୁ ସବୁ ପ୍ରକାର ସେବା କରିବାକୁ ପ୍ରତିଶ୍ରୁତିବଦ୍ଧ, ଏହା ଏକ ଆହ୍ୱାପୂର୍ଣ୍ଣ ସମୟ। କହିବାକୁ ଗଲେ ପାକିସ୍ତାନର ଆର୍ଥିକ ଅବସ୍ଥା କାହାକୁ ଲୁଚିନାହିଁ । ପ୍ରତିଦିନ ଦେଶର ଲୋକଙ୍କ ଅବସ୍ଥା ଖରାପ ଥିବା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଚୀନ୍ ସମେତ ଅନେକ ଦେଶର ଋଣ ଜାଲରେ ଫସି ରହିଥିବା ପାକିସ୍ତାନ ଦାରିଦ୍ର୍ୟର ସୀମାରେ ପହଞ୍ଚିଛି ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ସହାୟତା ସତ୍ତ୍ୱେ ଦିନକୁ ଦିନ ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି । ମୁଦ୍ରାସ୍ଫୀତିର ବିଶୃଙ୍ଖଳା ହେତୁ ଲୋକମାନେ କେବଳ ଖାଦ୍ୟ ପାଇଁ ନୁହେଁ ବରଂ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ପାଇଁ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।