ବିନା କୋଚିଂରେ ଗର୍ଜେଡିର ଲିନ୍ସା ଏବେ ଡାକ୍ତରୀ ଛାତ୍ରୀ

ଦାରିଙ୍ଗବାଡି,୫ା୯(ଅରୁଣ ସାହୁ):ଅକ୍ଳାନ୍ତ ପରିଶ୍ରମ କେବେ ବୃଥା ଯାଏନି, ଦିନେ ନା ଦିନେ ସଫଳତା ଆଣିଦେବ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଛାତ୍ରୀ ଲିନ୍ସା ପ୍ରଧାନଙ୍କ କ୍ଷେତ୍ରରେ। ସେ ଚଳିତ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ଡାକ୍ତରୀ ପଢିବାକୁ ଯାଉଛନ୍ତି। ଦିବ୍ୟାଙ୍ଗ ହୋଇ ସଂଘର୍ଷ କରି ସେ ଏହି ସ୍ଥାନରେ ପହଞ୍ଚିଥିବା କହିଛନ୍ତି। ତାଙ୍କ ବ୍ୟାକ୍‌ ବୋନରେ ପ୍ରାୟ ୭୦ଶତକଡ଼ା ସମସ୍ୟା ରହିଥିଲେ ସୁଦ୍ଧା ଘରେ […] The post ବିନା କୋଚିଂରେ ଗର୍ଜେଡିର ଲିନ୍ସା ଏବେ ଡାକ୍ତରୀ ଛାତ୍ରୀ appeared first on Dharitri Odia News.

ବିନା କୋଚିଂରେ ଗର୍ଜେଡିର ଲିନ୍ସା ଏବେ ଡାକ୍ତରୀ ଛାତ୍ରୀ

ଦାରିଙ୍ଗବାଡି,୫ା୯(ଅରୁଣ ସାହୁ):ଅକ୍ଳାନ୍ତ ପରିଶ୍ରମ କେବେ ବୃଥା ଯାଏନି, ଦିନେ ନା ଦିନେ ସଫଳତା ଆଣିଦେବ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଛାତ୍ରୀ ଲିନ୍ସା ପ୍ରଧାନଙ୍କ କ୍ଷେତ୍ରରେ। ସେ ଚଳିତ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ଡାକ୍ତରୀ ପଢିବାକୁ ଯାଉଛନ୍ତି। ଦିବ୍ୟାଙ୍ଗ ହୋଇ ସଂଘର୍ଷ କରି ସେ ଏହି ସ୍ଥାନରେ ପହଞ୍ଚିଥିବା କହିଛନ୍ତି। ତାଙ୍କ ବ୍ୟାକ୍‌ ବୋନରେ ପ୍ରାୟ ୭୦ଶତକଡ଼ା ସମସ୍ୟା ରହିଥିଲେ ସୁଦ୍ଧା ଘରେ ମା’ଙ୍କ ସହ ସବୁ କାମ କରୁଥିଲେ ଏବଂ ଚାଷ କାର୍ଯ୍ୟରେ ସାହାଯ୍ୟ କରିବା ସହ ନିଟ ପାଇଁ ପ୍ରସ୍ତୁତ ହେଉଥିଲେ। ଲିନ୍ସା ଅନଲାଇନ ଓ ସାମାଜିକ ଗଣମାଧ୍ୟମ ଉପରେ ନିର୍ଭର କରି ନିଜ ପ୍ରୟାସରେ ଦ୍ୱିତୀୟ ଥରରେ ସେ ନିଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିପାଇଁ ତାଙ୍କୁ ଗାଁ ଓ ପଞ୍ଚାୟତ ଅଞ୍ଚଳର ସୁନା ଝିଅ ବୋଲି ସମସ୍ତେ ଡାକନ୍ତି। ଲିନ୍ସା ମଧ୍ୟ ଭଲ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା କହିବା ସହ ତାଙ୍କ ବାପା ଇଲିଆସ ପ୍ରଧାନ, ମା’ରୀନା ପ୍ରଧାନ ଏବଂ ବଡ ଭାଇ ଆଶିଷ କୁମାର ପ୍ରଧାନଙ୍କୁ ଶ୍ରେୟ ଦେଇଛନ୍ତି।
ଲିନ୍ସା ପ୍ରାଥମିକ ଶିକ୍ଷା ବାଲିଗୁଡା ବ୍ଲକ ଋତୁଙ୍ଗିଆ ପଞ୍ଚାୟତ କରୁମୁଣ୍ଡାଠାରେ ଥିବା ଇଂଲିଶ ମିଡିୟମରେ ଦଶମ ପର୍ଯ୍ୟନ୍ତ ପଢିବା ପରେ ଉଚ୍ଚ ଶିକ୍ଷା ପାଇଁ ନୟାଗଡ଼ ଜିଲା ଏକ ଘରୋଇ ଅନୁଷ୍ଠାନରେ ୨୦୨୧ରେ ଶେଷ କରିଥିଲେ। ପରେ ଯୁକ୍ତ ୩ ପାଇଁ ଭୁବନେଶ୍ୱରରେ ଏକ ଅନୁଷ୍ଠାନରେ ନାମ ଲେଖାଇଥିଲେ, ହେଲେ କୋଚିଂ ନେବାପାଇଁ ଉକ୍ତ ଅନୁଷ୍ଠାନରେ ବ୍ୟବସ୍ଥା ନଥିଲା କି ତାଙ୍କ ପରିବାର କୌଣସି ଭଲ କୋଚିଂ ସେଣ୍ଟରରେ ପଢାଇବା ପାଇଁ ଆର୍ଥିକ ପରିସ୍ଥିତି ଭଲ ନଥିଲା। ସେପଟେ ଉକ୍ତ ଶିକ୍ଷା ଅନୁଷ୍ଠାନରେ ମୋବାଇଲ ବ୍ୟବହାର ମଧ୍ୟ କଟକଣା ରହିଥିଲା। ଫଳରେ ସେ ଘରକୁ ଫେରି କଠିନ ପରିଶ୍ରମ କରି ସଫଳ ହୋଇପାରିଥିବା କହିଛନ୍ତି। ସେ ନିଜ ମୋବାଇଲରୁ ନିଟ ପରୀକ୍ଷା ପାଇଁ ଆବଶ୍ୟକ ବିଷୟ ଡାଉନଲୋଡ଼ କରି ନୋଟ ପ୍ରସ୍ତୁତ କରି ପଢିଥିବା କହିଛନ୍ତି। ଡାକ୍ତରୀ ଛାତ୍ରୀଙ୍କ ବାପା ଜଣେ ଗଣ ଶିକ୍ଷକ ହୋଇଥିବା ବେଳେ ମା’ଅଙ୍ଗନାୱାଡି କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ଦୁହିଁଙ୍କ ସ୍ବଳ୍ପ ଦରମାରେ ବଡ଼ ପୁଅ ପୋଷ୍ଟ ଗ୍ରାଜୁଏଟ କରୁଥିବା ବେଳେ ଲିନ୍ସା ଏବେ ଡାକ୍ତରୀ ଛାତ୍ରୀ ଅନ୍ୟ ଛୋଟ ପୁଅ ଓ ଝିଅ ମଧ୍ୟ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଲିନ୍ସାଙ୍କ ବାପା କହିଛନ୍ତି।

The post ବିନା କୋଚିଂରେ ଗର୍ଜେଡିର ଲିନ୍ସା ଏବେ ଡାକ୍ତରୀ ଛାତ୍ରୀ appeared first on Dharitri Odia News.